ବିରାଟ୍‌ କୋହଲିଙ୍କୁ ଦିନିକିଆ କ୍ୟାପଟେନରୁ ହଟାଯିବା ପରେ ସାମ୍ନାକୁ ଆସୁଛି ବଡ଼ ବଡ଼ ବୟାନ,ବର୍ବାଦ ହୋଇଯିବ ଟିମ୍ ଇଣ୍ଡିଆ

0

Get real time updates directly on you device, subscribe now.

ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦବୀରୁ ହଟାଯିବା ପରେ କ୍ରିକେଟ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଛି ପୂର୍ବତନ କ୍ରିକେଟର ମଧ୍ୟ ଏହାକୁ ସଠିକ ନିଷ୍ପତ୍ତି କହିଥିବା ବେଳେ କିଛି ନିଷ୍ପତ୍ତିକୁ ଭୁଲ ବୋଲି ମଧ୍ୟ କହିଛନ୍ତି। ୧୯୮୩ ମସିହାରେ ଭାରତକୁ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ପୂର୍ବତନ ପେସ ବୋଲର ମଦନ ଲାଲ ମଧ୍ୟ କୋହଲିଙ୍କୁ ଅଧିନାୟକ ପଦବୀରୁ ହଟାଇବା ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତିଯେ ଦଳକୁ ଗଠନ କରିବା ଯେତେ କଷ୍ଟ, ତାକୁ ବର୍ବାଦ କରିବା ବହୁତ ସହଜ ଅଟେ।

ଏକ ନ୍ୟୁଜ ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ମଦନ ଲାଲ କହିଛନ୍ତିକି, ସିଲେକ୍ଟରଙ୍କର ଚିନ୍ତାଧାରା କ’ଣ ମୁଁ ଜାଣିନାହିଁ। ବିରାଟ କୋହଲି ରେଜଲ୍ଟ ଦେଉଥିଲେ, ତାହେଲେ ତାଙ୍କୁ କାହିଁକି ହଟାଗଲା? ମୁଁ ବୁଝିପାରୁଛିଯେ ଟି-୨୦ କ୍ରିକେଟରୁ ସେ ଅଧିନାୟକ କାହିଁକି ଛାଡ଼ିଛନ୍ତି। କ୍ରିକେଟ୍ ଅଧିକ ଖେଳାଯାଉଥିବା କାରଣରୁ ବିରାଟ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଫୋକସ କରିବାକୁ ଚାହୁଁଥିଲେ। କିନ୍ତୁ ଯେତେବେଳେ ଜଣେ ସଫଳ ହେଉଛି, ସେତେବେଳେ ତାଙ୍କୁ ଅଧିନାୟକ ପଦବୀରୁ ହଟାଯିବା କିଛି ବୁଝାପଡ଼ୁନାହିଁ।

ମଦନ ଲାଲ କହିଛନ୍ତିକି, ମୋତେ ଲାଗୁଥିବା ବିରାଟ ୨୦୨୩ ବିଶ୍ୱକପ୍ ପର୍ଯ୍ୟନ୍ତ ଅଧିନାୟକ ପଦବୀରେ ରହିବେ। ଗୋଟିଏ ଦଳକୁ ଗଠନ କରିବା କଷ୍ଟ, କିନ୍ତୁ ଏହାକୁ ସହଜରେ ବର୍ବାଦ କରାଯାଇପାରେ। ଯେତେବେଳେ ଧୋନି ଟେଷ୍ଟରୁ ଅଧିନାୟକ ପଦବୀ ଛାଡ଼ିଲେ, ସେତେବେଳେ ସେ ଦିନିକିଆ ଓ ଟି-୨୦ ଦଳର ନେତୃତ୍ୱ ନେଉଥିଲେ। ମୋ ମତରେ ସବୁ ଅଧିନାୟକଙ୍କର ଭିନ୍ନ ଭିନ୍ନ ଶୈଳୀ ରହିଛି। ଟେଷ୍ଟ ଓ ସୀମିତ ଓଭର ଫର୍ମାଟରେ ଷ୍ଟାଇଲ ବଦଳି ଯାଇଥାଏ। ବିରାଟ ଓ ରୋହିତଙ୍କର ନିଜ ନିଜର ଅଲଗା ଅଲଗା ଷ୍ଟାଇଲ ଅଛି। ଧୋନିଙ୍କର ମଧ୍ୟ ଅଲଗା ଷ୍ଟାଇଲ ଥିଲା। ଅନ୍ତର୍ଜାତୀୟ ସ୍ତରରେ କେବଳ ବ୍ୟକ୍ତିଗତ କ୍ରିକେଟର କଥା ହେବା ଦରକାର ବୋଲି ମଦନ ଲାଲ କହିଛନ୍ତି।

ସୂଚନା ଅନୁସାରେ, ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାର କାରଣ ସ୍ପଷ୍ଟ କରିଛନ୍ତି। ଗାଙ୍ଗୁଲି କହିଥିଲେଯେ ବୋର୍ଡ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ଆଦୌ ମାନିନଥିଲେ। ପରେ ଚୟନକର୍ତ୍ତା ଧଳା ବଲ କ୍ରିକେଟ ପାଇଁ ଦୁଇଟି ଅଲଗା ଅଲଗା ଅଧିନାୟକ ରଖିବା ପାଇଁ ଉଚିତ ମଣିନଥିଲା। ତେଣୁ ପରେ ନିଷ୍ପତ୍ତି ନିଆଗଲାଯେ କୋହଲି ଟେଷ୍ଟ ଦଳର ଅଧିନାୟକ ରହିବେ। ଏବଂ ରୋହିତ ଶର୍ମା ସୀମିତ ଓଭର ଫର୍ମାଟରେ ଅଧିନାୟକ ରହିବେ।

Leave A Reply

Your email address will not be published.