ଏହି ଦୁଇ ଦିନ ୫ ଘଣ୍ଟା ପାଇଁ ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମସ୍ତ ସେବା, ଜାଣନ୍ତୁ କେବେ ?

0

Get real time updates directly on you device, subscribe now.

ଦେଶର ସବୁଠାରୁ ବଡ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଯଦି ଆପଣଙ୍କର ଏଥିରେ ଆକାଉଣ୍ଟ ରହିଛି ତେବେ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଚଳିତ ସପ୍ତାହର ଶନିବାର ଓ ରବିବାର ଦିନ ବ୍ୟାଙ୍କ ବନ୍ଦ ରହୁଥିବାବେଳେ ଏହି ଦୁଇଦିନରେ ପୂରା ୫ ଘଣ୍ଟା ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା, ୟୁନୋ ଲାଇଟ ସେବା, ୟୁପିଆଇ ଓ ମୋବାଇଲ ବ୍ୟାକିଂ ଆପଣମାନେ ବ୍ୟବହାର କରିପାରିବେ ନାହିଁ। ଏସବିଆଇର ସୂଚନା ମୁତାବିକ ପୂରା ୩୦୦ ମିନିଟ ଅର୍ଥାତ ୫ ଘଂଟା ପର୍ଯ୍ୟନ୍ତ ଗ୍ରାହକମାନେ ଏସବିଆଇ ସହ ଜଡ଼ିତ ସମସ୍ତ ପ୍ରକାର ଅଫଲାଇନ କିମ୍ବା ଅନଲାଇନ ସେବାରୁ ବଞ୍ଚିତ ହେବେ।

ଏହି ୩୦୦ ମିନିଟ ସମୟ ଶନିବାର ଓ ରବିବାର ମଧ୍ୟରେ ରହିବ। ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟ ରହିଛି ତେବେ ଶନିବାର ଓ ରବିବାର ଦୁଇଦିନ ମଧ୍ୟରେ ଆପଣ ୩୦୦ ମିନିଟ ପର୍ଯ୍ୟନ୍ତ କୌଣସି କାରବାର କରିପାରିବେ ନାହିଁ। ଏ ବିଷୟରେ ଏସବିଆଇ ତାର ଟୁଇଟର ହ୍ୟାଣ୍ଡଲରେ ସୂଚନା ଦେଇଛି। ଟୁଇଟ କରି ଏସବିଆଇ ଜଣାଇଛିକି ୨୦୨୧ ଡିସେମ୍ବର ୧୧ ତାରିଖ ରାତି ୧୧.୩୦ ରୁ ୧୨ ତାରିଖ ସକାଳ ୪.୩୦ ପର୍ଯ୍ୟନ୍ତ ବ୍ୟାଙ୍କ ଆଇଟି ସେକ୍ଟରରେ କିଛି ମରାମତି କାମ କରିବାକୁ ଯାଉଥିବା ସମୟରେ ଏହି ସମୟ ମଧ୍ୟରେ ଗ୍ରାହକମାନେ କୌଣସି କାରବାର କରିପାରିବେନାହିଁ।

ଜଣାଇଦେଉଛୁକି ମେଣ୍ଟେନାନ୍ସ କାରଣରୁ ୩୦୦ ମିନିଟ ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ ଅଫଲାଇନ ଓ ଅନଲାଇନର ସମସ୍ତ ସେବା ବନ୍ଦ ରହିବ। ଦେଶରେ ଏସବିଆଇର ୮.୫ କୋଟି ଗ୍ରାହକ ଇଣ୍ଟରନେଟ ସେବା ବ୍ୟବହାର କରୁଥିବା ସମୟରେ ୧.୯ କୋଟି ଲୋକ ମୋବାଇଲ ବ୍ୟାଙ୍କିଙ୍ଗ ବ୍ୟବହାର କରୁଛନ୍ତି। ସେହିପରି ଏସବିଆଇର ନିଜସ୍ୱ ଆପ ୟୁନୋକୁ ୩.୪୫ କୋଟି ଗ୍ରାହକ ରହିଛନ୍ତି ।

Leave A Reply

Your email address will not be published.