ଟ୍ରେନ ଚାଲୁଥିବା ସମୟରେ ଅଚାନକ ଡ୍ରାଇଭରଙ୍କୁ ଇଛା ହେଲା ଖାଇବା ପାଇଁ ଦହି,ବିନା ଷ୍ଟପେଜ୍ ରେ ଦୋକାନ ସାମ୍ନାରେ ଅଟକାଇ ଦେଲା ଟ୍ରେନ,ଦେଖନ୍ତୁ ଭିଡ଼ିଓ !

0

Get real time updates directly on you device, subscribe now.

ପାକିସ୍ତାନୀ ଅନେକଥର ନିଜର ଅଜବ କାର୍ଯ୍ୟକଳାପ କାରଣରୁ ଚର୍ଚ୍ଚାକୁ ଆସିଯାନ୍ତି । ସେ ପାକିସ୍ତାନ ର କୌଣସି ନେତା ହେଉ କିମ୍ବା ସାଧାରଣ ମଣିଷ, ମୂର୍ଖତା ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳିଯାଏ । ବର୍ତ୍ତମାନ୍ ପାକିସ୍ତାନର ଜଣେ ଟ୍ରେନ ଡ୍ରାଇଭରର ବୋକମୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ଟ୍ରେନ ଡ୍ରାଇଭରର କାରନାମା ଖୁବ୍ ଭାଇରଲ ହେଉଛି । ଏହି ଡ୍ରାଇଭର କୌଣସି ଷ୍ଟପେଜ ନଥାଇ ମଧ୍ୟ ଟ୍ରେନ କୁ ଅଟକାଇ ଦେଲା । ଯେତେବେଳେ ତାକୁ ଏହାର କାରଣ ପଚରାଗଲା, ସେତେବେଳେ ଜଣାପଡ଼ିଲା ଯେ ଡ୍ରାଇଭରର ଦହି ଖାଇବାକୁ ଇଚ୍ଛା ଥିଲା । ଦହି କିଣିବାପାଇଁ ସେ ଟ୍ରେନ କୁ ଅଟକାଇ ଦେଇଥିଲା ।

ଟୁଇଟରରେ ଏହି ଘଟଣାର ଭିଡିଓ ବହୁତ୍ ଦେଖାଯାଉଛି । ସୂଚନା ଅନୁଯାୟୀ, ପାକିସ୍ତାନର ଲାହୋରରେ ଚାଲୁଥିବା ଇଣ୍ଟର ସିଟି ଟ୍ରେନ ଡ଼୍ରାଇଭର ଅଚାନକ ଟ୍ରେନକୁ ଅଟକାଇ ଦେଲା । ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ବୁଝିପାରିଲେ ନାହିଁ ଯେ କୌଣସି ବିନା ଷ୍ଟପେଜରେ ଟ୍ରେନକୁ କାହିଁକି ଅଟକାଇ ଦିଆଗଲା । ଯେତେବେଳେ ଅଧିକ ସମୟ ଧରି ଟ୍ରେନ ଅଟକିଲା, ସେତେବେଳେ ଲୋକମାନେ ମାମଲାର ସୂଚନା ପାଇବାକୁ ଚେଷ୍ଟା କଲେ । ଏହି ସମୟରେ ଟ୍ରେନ ଅଟକିବାର ଯେଉଁ କାରଣ ସାମ୍ନାକୁ ଆସିଲା, ତାକୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବାସ୍ତବରେ ଏହି ଟ୍ରେନକୁ ଚଳାଉଥିବା ଡ୍ରାଇଭରର ଅଚାନକ ଦହି ଖାଇବାକୁ ଇଚ୍ଛା ହେଲା । ନିଜ ଇଚ୍ଛାକୁ ପୂରଣ କରିବାପାଇଁ ଡ୍ରାଇଭର ଏକ କ୍ଷୀର ଦୋକାନ ସାମ୍ନାରେ ଟ୍ରେନ ଅଟକାଇ ଦେଲା । ଡ୍ରାଇଭରର ଆସିଷ୍ଟାଣ୍ଟ ତଳକୁ ଓହ୍ଲାଇ ଦହିର ଡବା ପ୍ୟାକ୍ କଲା ଏବଂ ପୁଣି ଟ୍ରେନକୁ ଚାଲିଗଲା । ଦହି ଖାଇବାପରେ ହିଁ ଡ୍ରାଇଭର ଟ୍ରେନ ଷ୍ଟାର୍ଟ କଲେ । ଏହାର ଭିଡିଓ ଟୁଇଟର ରେ @nailatanveer ନାମକ ଆକାଉଣ୍ଟ ରୁ ସେୟାର କରାଯାଇଛି । ଭିଡିଓରେ ଟ୍ରେନ ସାମ୍ନାରେ ପଚରାଉଚରା କରିବାପାଇଁ ଅନେକ ଲୋକ ଠିଆ ହୋଇଥିବାର ମଧ୍ୟ ଦେଖାଗଲା ।

ଦେଖନ୍ତୁ ଭିଡିଓ :-

ଏହି ଘଟଣାର ଭିଡିଓ ଭାଇରଲ ହେବା ମାତ୍ରେ ଏହାର ସୂଚନା ପାକିସ୍ତାନର ରେଳମନ୍ତ୍ରୀ ମଧ୍ୟ ପାଇଲେ । ସେ ଖବରକୁ ଆଧାର କରି ତୁରନ୍ତ ଆକ୍ସନ ନେଲେ । ଟ୍ରେନ ଡ୍ରାଇଭର କୁ ସସ୍ପେଣ୍ଡ କରି ଦିଆଯାଇଛି । ରେଳମନ୍ତ୍ରୀ କହିଛନ୍ତି ଯେ ପବ୍ଲିକ ଟ୍ରାନ୍ସପୋର୍ଟ ଜନତାଙ୍କ ସୁବିଧା ପାଇଁ ଅଟେ । ଡ୍ରାଇଭର ଦ୍ଵାରା ନିଜର ବ୍ୟକ୍ତିଗତ କାମ ପାଇଁ ଏହାକୁ ରୋକାଯାଇ ପାରିବ ନାହିଁ । ଡ୍ରାଇଭର କୁ ଦଣ୍ଡ ଦେବା ବହୁତ୍ ଜରୁରୀ, ଯେପରିକି ଭବିଷ୍ୟତରେ ଏପରି କରିବାକୁ କେହି ବି ସାହସ କରିବେ ନାହିଁ । ଭିଡିଓ ସାମ୍ନାକୁ ଆସିବାପରେ ପୁଣିଥରେ ପାକିସ୍ତାନର ଖୁବ୍ ମଜାକ ଉଡାଯାଉଛି ।

Leave A Reply

Your email address will not be published.