ବିରାଟ କୋହଲିଙ୍କୁ ଅଧିନାୟକ ପଦ ଛାଡିବା ପାଇଁ ଦିଆଯାଇଥିଲା ୪୮ ଘଣ୍ଟାର ସମୟ ! କିନ୍ତୁ କୌଣସି କଥା ମାନିଲେନି ବିରାଟ,ନମାନିବାରୁ ବିସିସିଆଇ ଦେଖାଇଲା ନିଜର ଶକ୍ତି !

0

Get real time updates directly on you device, subscribe now.

ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦାୟିତ୍ଵ ଦେଇଛନ୍ତି। କୋହଲି ଟି-୨୦ ଦଳର ଅଧିନାୟକ ପଦ ପୂର୍ବରୁ ଛାଡି ସାରିଛନ୍ତି। ବର୍ତ୍ତମାନ ଜଣାପଡିଛିଯେ, ଭାରତୀୟ କ୍ରିକେଟ ବୋର୍ଡ କୋହଲିଙ୍କୁ ସ୍ଵେଚ୍ଛାକୃତ ଭାବରେ ଦିନିକିଆ ଦଳର ଅଧିନାୟକ ପଦକୁ ଛାଡିବାକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ମାତ୍ର କୋହଲି ଅଧିନାୟକ ପଦ ଛାଡିବା ପାଇଁ ପ୍ରସ୍ତୁତ ନଥିଲେ। ଫଳରେ ବିସିସିଆଇ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛନ୍ତି।

ଯେଉଁ ସମୟରେ ଭାରତ ଟି-୨୦ ବିଶ୍ଵକପର ଗ୍ରୁପ ପର୍ଯ୍ୟାୟରୁ ବିଦା ହେଲା, ସେହି ସମୟରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ବିସିସିଆଇ ମନସ୍ଥ କରି ନେଇଥିଲା। ବିସିସିଆଇ ଅଧିକାରୀ ସାଢେ ଚାରି ବର୍ଷ ଧରି ଦଳର ନେତୃତ୍ଵ ନେଇଥିବା ବିରାଟ କୋହଲିଙ୍କୁ ସସମ୍ମାନ ସହ ପଦରୁ ହଟାଇବା ପାଇଁ ଚାହୁଁଥିଲେ। ବିସିସିଆଇ ଚାହୁଁଥିଲାକି କୋହଲି ନିଜ ଆଡୁ ଅଧିନାୟକ ପଦରୁ ଇସ୍ତଫା ଦିଅନ୍ତୁ। କିନ୍ତୁ ସେମିତି ହୋଇନଥିଲା। ଅନ୍ତତଃ ଏମିତି ଲାଗୁଛି, କୋହଲି ବିସିସିଆଇକୁ ତାଙ୍କୁ ବରଖାସ୍ତ କରି ଦେଖାଉନ୍ତୁ ବୋଲି କହିଥିବେ। ଫଳରେ ବିଶ୍ଵର ବିତ୍ତଶାଳୀ କ୍ରିକେଟ ବୋର୍ଡ ଆଗକୁ ବଢି କୋହଲିଙ୍କୁ ଅଧିନାୟକ ପଦରୁ ହଟାଇଛି। ଅନ୍ୟପଟେ କୋହଲିଙ୍କର ସାମ୍ନାରେ ଏହାକୁ ସ୍ଵୀକାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନଥିଲା।

ମହେନ୍ଦ୍ର ସିଂହ ଧୋନୀ ନିଜର ନେତୃତ୍ଵରେ କୋହଲିଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ପାଇଁ ପ୍ରସ୍ତୁତ କରିଥିଲେ। ପୁଣି ଯେବେ ଲାଗିଲାକି ମୋର ସମୟ ଆସିଯାଇଛି, ସେ ସୀମିତ ଓଭରର ଅଧିନାୟକ ପଦର ଦାୟିତ୍ଵ ବିରାଟ କୋହଲିଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କୋହଲିଙ୍କ କ୍ଷେତ୍ରରେ ଏମିତି ଆଦୌ ହୋଇନଥିଲା। ସବୁ ଫର୍ମାଟର ଅଧିନାୟକତ୍ୱର ଦାୟିତ୍ଵ ଗ୍ରହଣ କରିବାର ଆଗାମୀ ଦୁଇ ବର୍ଷରେ କୋହଲି ଦଳର ଶକ୍ତିଶାଳୀ ଅଧିନାୟକ ହୋଇ ଯାଇଥିଲେ। କୋହଲି ନିଜର ମନ ମୁତାବିକ ଦଳକୁ ସଞ୍ଚାଳନ କରିଲେ।

ତାଙ୍କର ବିନା ପରାମର୍ଶରେ ଚୟନକର୍ତ୍ତା ଦଳର ଚୟନ କରୁନଥିଲେ। ପୁଣି ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ଗଠିତ ପ୍ରଶାସକଙ୍କ ସମିତି(ସିଓଏ) କୋହଲିଙ୍କର ସବୁ ଦାବି(କିଛି ଭୁଲ୍ କିଛି ଠିକ୍) ମଧ୍ୟ ମାନି ଚାଲିଲା। କୋହଲି ସବୁ ର୍ମାଟରେ ଦଳକୁ ବହୁତ ଭଲ ସଫଳତା ଦେଇଛନ୍ତି। କିନ୍ତୁ ଆଇସିସି ଟ୍ରଫି ନ ଜିତାଇ ପାରିବା ତାଙ୍କର ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠି ଆସିଛି।

ବିସିସିଆଇକୁ ସୌରଭ ଗାଙ୍ଗୁଲିଙ୍କ ରୂପରେ ପାରମ୍ପରିକ ପ୍ରଶାସକଙ୍କର ପ୍ରତ୍ୟାବର୍ତ୍ତନ ଘଟିବା ପରେ ଶାସ୍ତ୍ରୀ ଓ କୋହଲିଙ୍କର ଅଧିକାର ସଙ୍କୁଚିତ ହେବାରେ ଲାଗିଲା। ବିସିସିଆଇର ଶକ୍ତିଶାଳୀ ଅଧ୍ୟକ୍ଷ ଏବଂ ସଂପାଦକ ରହିଲେ ଯାହାଙ୍କୁ ସଫଳ ଅଧିନାୟକ ବିଷୟରେ ଜ୍ଞାନ ଅଧିକ ରହିଛି। ସେମାନେ କ୍ରିକେଟର ସବୁ ପରସ୍ତକୁ ବୁଝିପାରନ୍ତି।

ବିଶେଷ କରି କୋଚ ରବି ଶାସ୍ତ୍ରୀଙ୍କୁ ଧରି ଦଳକୁ ନିଜ ଇଚ୍ଛାରେ ସଞ୍ଚାଳନ କରୁଥିବା କୋହଲିଙ୍କ କାର୍ଯ୍ୟକଳାପ ଉପରେ ଗାଙ୍ଗୁଲି ଆସିବା ପରେ ଏଥିରେ ବ୍ରେକ ଲାଗିଛି। ଶେଷରେ ଧଳା ବଲ କ୍ରିକେଟରେ ମଧ୍ୟ ଦୁଇ ଅଲଗା ଅଲଗା ଅଧିନାୟକ ରଖାଯିବାକୁ ନେଇ ଯେଉଁ ଦାବି ଉଠୁଥିଲା ତା ଉପରେ ମଧ୍ୟ ବର୍ତ୍ତମାନ ପୂର୍ଣ୍ଣଛେଦ ପଡିଛି।

Leave A Reply

Your email address will not be published.