କୁନ୍ନୁର ଚପର କ୍ରାସର ଏକମାତ୍ର ଜୀବିତ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ଚିଠି ଭାଇରାଲ,ଜାଣନ୍ତୁ କଣ ଲେଖାଅଛି ସେ ଚିଠିରେ ?

0

Get real time updates directly on you device, subscribe now.

ତାମିଲନାଡୁର କୁନୁର ହେଲିକପ୍ଟର ଦୁର୍ଘଟଣାର ଏକାକୀ ଜୀବିତ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କର ଏକ ଚିଠି ଭାଇରାଲ ହେଉଅଛି। ବର୍ତ୍ତମାନ ସେ ହସ୍ପିଟାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ହେଲେ ବର୍ତ୍ତମାନ ତାଙ୍କର ଲିଖିତ ଏକ ଚିଠିଟି ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ଗତ ସେପ୍ଟେମ୍ବର ମାସରେ ତାଙ୍କର ସ୍କୁଲର ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ।

ଯେଉଁଥିରେ ଲେଖାଥିଲାକି, ଛାତ୍ରମାନଙ୍କୁ ଏ ବିଷୟରେ ଜଣାଇଥିଲେଯେ ”ମଧ୍ୟମ ବର୍ଗର ହେବା ଠିକ”। ଗତ ବର୍ଷ ସେ ଏକ ତେଜସ ବିମାନ ଉଡ଼ାଉଥିଲେ, ଯେଉଁ ସମୟରେ ଏକ ବଡ଼ ବୈଷୟିକ ତ୍ରୁଟି ଥିଲା। କିନ୍ତୁ ତାଙ୍କର ଅଦମ୍ୟ ସାହାସ ଓ ବୁଦ୍ଧି ପାଇଁ ବିମାନ ଦୁର୍ଘଟଣାକୁ ରୋକିବା ସମ୍ଭବ ହୋଇ ପାରିଥିଲା। ଯେଉଁଥିପାଇଁ ତାଙ୍କୁ ଅଗଷ୍ଟ ମାସରେ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ହରିୟାଣାର ଚଣ୍ଡିମାଣ୍ଡିରରେ ଅବସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଲେଖିଥିବା ଏକ ଚିଠିରେ ଗ୍ରୁପ୍ କ୍ୟାପଟେନ ସିଂ କହିଛନ୍ତିଯେ ମଧ୍ୟମ ବର୍ଗର ରହିବା ମଧ୍ଯ କିଛି ଖରାପ ନୁହେଁ। ସମସ୍ତେ ବିଦ୍ୟାଳୟରେ ଉତ୍କର୍ଷ ନୁହଁନ୍ତି। ଏବଂ ସମସ୍ତେ ୯୦ ପ୍ରତିଶତ ସ୍କୋର କରନ୍ତି ନାହିଁ। ଯଦି ଆପଣ ତାହା କରିପାରିବେ ତେବେ ଏହା ଏକ ସଫଳତା ଏବଂ ଏହାକୁ ପ୍ରଶଂସା କରାଯିବା ଉଚିତ। ଚିଠିରେ କୁହାଯାଇଛିଯେ ଯଦି ଆପଣଙ୍କର ଆଭରେଜ ମଧ୍ୟମ ରହୁଛି ତେବେ କିଛି ଖରାପ ନୁହେଁ।

ଆପଣ ବିଦ୍ୟାଳୟରେ ମଧ୍ୟମ ହୋଇପାରନ୍ତି। କିନ୍ତୁ ଏହାର ଅର୍ଥ ନୁହେଁଯେ ଜୀବନର ଜିନିଷଗୁଡ଼ିକ ସମାନ ହେବ। ସେ ଲେଖିଛନ୍ତିକି, ‘ଆପଣଙ୍କର ହୃଦୟର ସ୍ୱର ଶୁଣ। ଏହା କଳା ହୋଇପାରେ, ଏହା ସଙ୍ଗୀତ, ଗ୍ରାଫିକ ଡିଜାଇନ, ସାହିତ୍ୟ ଇତ୍ୟାଦି ହୋଇପାରେ। ଆପଣ ଯାହା ବି କାମ କର ସେଥିପାଇଁ ଉତ୍ସର୍ଗୀକୃତ ହୁଅ, ସେଥିରେ ଆପଣଙ୍କର ଶ୍ରେଷ୍ଠ ଦିଅ।

Leave A Reply

Your email address will not be published.