ନିଜର ୧୪ ବର୍ଷର ପୁଅକୁ ମରଦ ବନାଇବା ପାଇଁ ସେ-କ୍ସ ୱାର୍କର ସହିତ ସମ୍ବନ୍ଧ ରଖିବାକୁ ପରାମର୍ଶ ଦେଲେ ବାପା,ଜାଣନ୍ତୁ ପୁରା ଖବର
ପ୍ୟାରେଣ୍ଟସ ମାନେ ଚାହିଁଥାନ୍ତି ତାଙ୍କ ପିଲାମାନେ ଖରାପ ଅଭ୍ୟାସରୁ ଦୂରରେ ରହି ସଂସ୍କାର ସହିତ ଆଗକୁ ବଢ଼ନ୍ତୁ। କିନ୍ତୁ ବ୍ରିଟେନ ସେଲିବ୍ରେଟି ବିଜନେସ ଟାଇକୁନ ରବର୍ଟ ଟେଞ୍ଚେଗୁଇଜଙ୍କ ଚିନ୍ତାଧାରା ଟିକେ ଭିନ୍ନ ଅଟେ। ରବର୍ଟଙ୍କ ପୂର୍ବ ପତ୍ନୀଙ୍କ କହିବା ହେଲା, ସେ ନିଜର 14 ବର୍ଷର ପୁଅକୁ ମର୍ଦ ବନାଇବା ପାଇଁ କିଛି ଅଲଗା କରିଥିଲେ।
US ରୁହନ୍ତି ତାଙ୍କର ପତ୍ନୀ:-
ଡେଲି ମେଲ ରିପୋର୍ଟ ଅନୁସାରେ, 51 ବର୍ଷୀୟ ହିଥର ବାର୍ଡଙ୍କର କିଛି ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କ ସହିତ ଛାଡପତ୍ର ହୋଇଯାଇଥିଲା। ସେବେଠାରୁ ସେ ଆମେରିକାରେ ନିଜର ଫ୍ୟାମିଲି ସହିତ ରୁହନ୍ତି। ତାଙ୍କର କହିବା ହେଲା, ତାଙ୍କ ଏକ୍ସ ସ୍ୱାମୀ ନିଜର 14 ବର୍ଷୀୟ ପୁଅକୁ ମର୍ଦ ହେବାପାଇଁ ଏକ ସେକ୍ସ ୱାର୍କର ସହିତ ସମ୍ବନ୍ଧ ବନାଇବାକୁ କହୁଛନ୍ତି ଯାହାକି ତାଙ୍କର ମର୍ଦ ହେବାର ପ୍ରଥମ ପ୍ରାରମ୍ଭ ହେବ।
ମାନସିକ ଶୋଷଣର ଲଗାଇଲେ ଆରୋପ:-
ହିଥର ନିଜର ପୂର୍ବ ପତିଙ୍କ ଉପରେ ମାନସିକ ଶୋଷଣର ମଧ୍ୟ ଆରୋପ ଲଗାଇଛନ୍ତି। ଉଭୟଙ୍କ ଛାଡ଼ପତ୍ର 2019 ମସିହାରେ ହୋଇଥିଲା। ସେବେଠାରୁ ହିଥର ନିଜ ପିଲାଙ୍କ ସହ ୟୁଏସରେ ରହୁଛନ୍ତି। କିନ୍ତୁ ତାଙ୍କର ପତି ପିଲାଙ୍କ କଷ୍ଟଡି ପାଇବା ପାଇଁ ମକଦ୍ଦମା ଲଢ଼ୁଛନ୍ତି। ଛାଡ଼ପତ୍ର ପୂର୍ବରୁ ହିଥର ଓ ରବର୍ଟ, ରୟାଲ ଆଲବର୍ଟ ପାଖରେ ଏକ 20 ମିଲିୟନ ପାଉଣ୍ଡ ଘରେ ଅଲଗା ଅଲଗା ଫ୍ଲୋର ରେ ରହୁଥିଲେ।
ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା କରିବାର ମୂଖ୍ୟ କାରଣ ହେଲା ରବର୍ଟଙ୍କ ଗାର୍ଲଫ୍ରେଣ୍ଡ ଓ ସେମାନେ ଏକାଠି ରହିବାକୁ ଲାଗିଥିଲେ। ଏକଦା କ୍ରିସମାସ ଛୁଟି ମନାଇବାକୁ ହିଥର ନିଜ ଫ୍ୟାମିଲି ପାଖକୁ ୟୁଏସ ଚାଲି ଆସିଲେ ଓ ସେବେଠାରୁ ଫେରିନଥିଲେ। କୋର୍ଟକୁ ହିଥର କହିଥିଲେ, ପିଲାମାନେ ତାଙ୍କ ପିତାଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି ଓ ସେମାନେ ଲଣ୍ଡନ ଯିବାକୁ ଡ଼ରୁଛନ୍ତି।
ହିଥର କୋର୍ଟକୁ କହିଥିଲେ କି, ରବର୍ଟ ନିଜ 14 ବର୍ଷୀୟ ପୁଅକୁ ସେ-କ୍ସ ୱାର୍କର ପାଖକୁ ପଠାଇବାକୁ ଚାହୁଁଛନ୍ତି କାରଣ ସେ ଏହାକଲେ ମର୍ଦ ହୋଇପାରିବ। ଏହାପରେ ତାଙ୍କୁ ଫରକ ପଡ଼ିନଥାଏ ପୁଅ ଏହା ଚାହୁଁଛି କି ନାହିଁ। ସେ କହିଥିଲେ ପିଲାଙ୍କୁ ଯଦି ଲଣ୍ଡନ ପଠାଯିବ ତାହେଲେ ତାଙ୍କର ଭବିଷ୍ୟତ ବେକାର ହୋଇଯିବ। ସେହିପରି ହିଥରଙ୍କ ବଡ଼ ପୁଅ ଆମେରିକାରେ ରହିବା ପାଇଁ ଏକ ଅନଲାଇନ ଅଭିଯାନ ଚଳାଇଛନ୍ତି।