ମେକ୍ସିକୋରେ ଭୟଙ୍କର ସଡ଼କ ଦୁ-ର୍ଘ-ଟ-ଣା,୪୯ ମୃ-ତ, ୫୮ ଆହତ

0

Get real time updates directly on you device, subscribe now.

ମେକ୍ସିକୋରେ ଘଟିଲା ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଗତରାତିରେ ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଘଟଣା ଚିୟାପାସ ରାଜ୍ୟରେ ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ଭୀଷଣ ଧକ୍କା ହେବା ପରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇ ଯାଇଥିଲା। ଘଟଣାରେ ୪୯ଜଣ ଲୋକ ପ୍ରାଣ ହରାଇଥିବା ସମୟରେ ୫୮ଜଣ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ଘଟାଇଥିବା ୨ଟି ଟ୍ରକରେ ସେଣ୍ଟ୍ରାଲ ଆମେରିକାର ୧୦୦ରୁ ଅଧିକ ପ୍ରବାସୀ ଥିଲେ। ଦୁର୍ଘଟଣାରେ ୪୯ଜଣ ମୃତ ହୋଇଥିବା ବେଳେ ୫୮ଜଣ ଲୋକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଯେଉଁଥିରେ ୩ ଜଣଙ୍କର ଅବସ୍ଥା ବର୍ତ୍ତମାନ ଗୁରୁତର ବୋଲି କୁହାଯାଉଛି।

ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାରକାରୀ ଦଳ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ। ଚିୟାପାସଙ୍କର ଗର୍ଭନର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏହା ସହ ପୀଡିତାଙ୍କର ପରିବାରକୁ ସମବେଦନତା ଜଣାଇବା ସହ ଦୁର୍ଘଟଣା ଘଟାଇଥିବା ଲୋକମାନଙ୍କ ଉପରେ କାର୍ଯାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବିକ, ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମୃତକଙ୍କର ପରିଚୟ ମିଳିପାରିନାହିଁ। ପୋଷ୍ଟମର୍ଟମ ଏବଂ ପରିଚୟ ମିଳିବା ପରେ ମୃତଦେହକୁ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଉଦ୍ଧାରକାରୀ ଦଳ ତରଫରୁ କୁହାଯାଇଛି।

Leave A Reply

Your email address will not be published.