ଘରେ ବସି ଆପଣ ଦେଖି ପାରିବେ ବିକ୍କି-କ୍ୟାଟ୍ରିନାଙ୍କ ବାହାଘର,ଜାଣନ୍ତୁ କିପରି …

0

Get real time updates directly on you device, subscribe now.

କ୍ୟାଟ୍ରିନା କେଫ ଏବଂ ବିକ୍କି କୌଶଲଙ୍କ ବିବାହକୁ ଫ୍ୟାନମାନେ ବହୁତ୍ କୌତୁହଳର ସହ ଅପେକ୍ଷା କରି ରହିଛନ୍ତି । କପଲ ଆଜି ଅର୍ଥାତ୍ ଡିସେମ୍ବର 9ତାରିଖରେ ବିବାହ କରିବେ । ବିବାହର ରୀତିନୀତି ଡିସେମ୍ବର 7ତାରିଖ ଠାରୁ ଆରମ୍ଭ ହୋଇଯାଇଥିଲା । 7ତାରିଖରେ ସଙ୍ଗୀତ ସେରେମନି ଏବଂ 8 ତାରିଖରେ ହଳଦୀ ସେରେମନି ଥିଲା ।

ଉଲ୍ଲେଖଯୋଗ୍ୟ ଯେ କପଲ ରାଜସ୍ଥାନର ସାବାଇ ମାଧୋପୁର ଜିଲ୍ଲାର ବରବାଡ଼ା ଫୋର୍ଟ ର ସିକ୍ସ ସେନ୍ସ ରେଜର୍ଟ ରେ ବିବାହ କରୁଛନ୍ତି । ବିବାହ ପାଇଁ ଏହି ଦୁର୍ଗକୁ ବୋହୂ ପରି ସଜାଯାଇଛି ।

ତେବେ ବିବାହର ଏତେ ସୁନ୍ଦର ସାଜସଜ୍ଜା ଏବଂ କ୍ୟାଟ୍ରିନାଙ୍କ ବିବାହ ବିଷୟରେ କିଛି କିଛି ଶୁଣି ଫ୍ୟାନ ମାନେ ସେମାନଙ୍କ ବିବାହର ଝଲକ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ତେବେ କପଲ୍ ମଧ୍ୟ ନିଜ ଫ୍ୟାନମାନଙ୍କୁ ବିବାହ ଦେଖାଇବାର ବ୍ୟବସ୍ଥା ଆଗରୁ କରି ଦେଇଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ ବହୁତ୍ ଟଙ୍କା ମଧ୍ୟ ମିଳିବ ।

80 କୋଟି ଟଙ୍କାରେ ବିକ୍ରି କଲେ ବିବାହର ଫୁଟେଜର ରାଇଟସ :-

ବାସ୍ତବରେ ଗୋଟିଏ ପାପୁଲାର ୱେବସାଇଟ ର ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା କେଫ ଏବଂ ବିକ୍କି କୌଶଲ ନିଜ ବିବାହର ଟେଲିକାଷ୍ଟ ରାଇଟସ ଆମେଜନ ପ୍ରାଇମ ଭିଡ଼ିଓକୁ ବିକ୍ରି କରି ଦେଇଛନ୍ତି । ବିବାହକୁ ପ୍ରାଇଭେଟ୍ ରଖିବାର ପ୍ରକୃତ କାରଣ ମଧ୍ୟ ଏହା ହିଁ ଅଟେ । ଏହି କାରଣରୁ କଡ଼ା ସିକ୍ୟୁରିଟି କରାଯାଇଛି ।

ସେହିପରି ଅତିଥିମାନଙ୍କ ଠାରୁ ନନ୍ ଡିସ୍କ୍ଲୋଜର ଏଗ୍ରୀମେଣ୍ଟ ସାଇନ୍ ମଧ୍ୟ କରାଯାଇଛି, ଯେପରିକି ବିବାହର କୌଣସି ଫଟୋ ଲିକ ହେବନାହିଁ । ଏହି ଏଗ୍ରୀମେଣ୍ଟରେ ଲେଖାଯାଇଛି ଯେ ” ଆମେ ଆପଣଙ୍କ ଠାରେ ଅନୁରୋଧ କରୁଛୁ ଯେ ଦୟାକରି ନିଜ ମୋବାଇଲ ଏବଂ କ୍ୟାମେରା ନିଜ ରୁମ ରେ ଛାଡି ଦିଅନ୍ତୁ । ବିବାହ ସମୟର କୌଣସି ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ ।”

କ୍ୟାଟ୍ରିନା କେଫ ଏବଂ ବିକ୍କି କୌଶଲଙ୍କ ନିଜ ବିବାହରେ ପାଣି ପରି ଟଙ୍କା ବୁହାଉଛନ୍ତି । କିନ୍ତୁ ଆମେଜନ ପ୍ରାଇମ ସହିତ ହୋଇଥିବା ଏହି ଡିଲରୁ ତାଙ୍କର ସବୁ ପଇସା ଆଦାୟ ହୋଇଯିବ । ବର୍ତ୍ତମାନ ୟାକୁ ହିଁ କୁହନ୍ତି ଅସଲି ବିଜନେସ ।

Leave A Reply

Your email address will not be published.