ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇଲା ନୂତନ ଭେରିଏଣ୍ଟ ଓମିକ୍ରନର Stealth ଭର୍ସନ,RT -PCR ଟେଷ୍ଟରେ ମଧ୍ୟ ହେଉନାହିଁ ଚିହ୍ନଟ !
କରୋନା ଭାଇରସର ନୂତନ ଭେରିଏଣ୍ଟ ଓମିକ୍ରନ ବର୍ତ୍ତମାନ ବୈଜ୍ଞାନିକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଓମିକ୍ରନ ଭାଇରସର ଏକ ଷ୍ଟେଲଥ ଭର୍ସନ ବା ଚୋରା ଭର୍ସନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ। ଏପରିକି ସାଧାରଣ ଲାବ ଟେଷ୍ଟରୁ ଏହାକୁ ଚିହ୍ନଟ କରିବା ବହୁତ କଷ୍ଟକର ବୋଲି କୁହାଯାଇଛି। ଏହି ଚୋରା ଭର୍ସନର ଏକାଧିକ ମ୍ୟୁଟେସନ ରହିଛି। ତେବେ ଏହାର ଏସ ଜିନରେ ପରିବର୍ତ୍ତନ ହେବା କାରଣରୁ ହିଁ ଆରଟିପିସିଆର ଟେଷ୍ଟରେ ଏହା ଜଣାପଡୁଛି। ଦ ଗାର୍ଡିଆନରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ଜେନୋମ ବିଶ୍ଳେଷଣ ଦ୍ବାରା ହିଁ ଓମିକ୍ରନର ଏହି ନୂତନ ଭେରିଏଣ୍ଟର ଉପସ୍ଥିତି ଜଣା ପଡୁଥିବାରୁ ଏହାକୁ ଷ୍ଟେଲଥ ଓମିକ୍ରନ ନାମରେ ନାମିତ କରାଯାଇଛି। ଓମିକ୍ରନର ଏହି ନୂତନ ଭେରିଏଣ୍ଟ ସାଉଥ ଆଫ୍ରିକା, ଅଷ୍ଟ୍ରେଲିଅ ଓ କାନାଡାରେ ଚିହ୍ନଟ କରାଯାଇଛି। ଲଣ୍ଡନର ୟୁନିଭର୍ସିଟି କଲେଜ ଜେନେଟିକ୍ସ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ତଥା ପ୍ରଫେସର ଫ୍ରାନ୍ଧୋଇସ ବେଲୋକ୍ସ ଏହା ଉପରେ ଅଧୂକ ରିସର୍ଚ୍ଚ କରୁଛନ୍ତି।
ସମୁଦାୟ ଓମିକ୍ରନ ମାମଲାର ୬ ପ୍ରତିଶତ ଏହି ଚୋରା ଭେରିଏଣ୍ଟ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରଫେସର ଫ୍ରାନ୍ସେଇସ ବେଲୋକ୍ଟଙ୍କ ଦ୍ବାରା କରାଯାଇଥିବା ପରୀକ୍ଷଣ ଅନୁଯାୟୀ ବିଏ-୧ ଏବଂ ବିଏ-୨ ମଧ୍ୟରେ ସାମାନ୍ୟ ଫରକ ରହିଛି। ଉଭୟଙ୍କର ଜେନେଟିକ୍ସ ସମ୍ପୂର୍ଣ୍ଣ ଅଲଗା ରହିଛି ତେଣୁ ଉଭୟ ଭିନ୍ନ ବ୍ୟବହାର ଦେଖାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଆଶ୍ବସ୍ତିର ଖବର ଏହାକି ଏହି ନୂତନ ଭେରିଏଣ୍ଟ ଡେଲ୍କୁ ଠାରୁ ଭୟାନକ ନୁହେଁ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବର୍ତ୍ତମାନର ପ୍ରଚଳିତ ଭ୍ୟାବ୍ଦିନ ଏହି ଭାଇରସରୁ ସୁରକ୍ଷା ଦେବା ପାଇଁ ଯଥେଷ୍ଟ ବୋଲି ହୁ ତରଫରୁ କୁହାଯାଇଛି।
ପ୍ରାଥମିକ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ଏହି ତଥ୍ୟ ଏତେଟା ଦୃଢନୁହେଁ ବୋଲି ହୁର ନିର୍ଦ୍ଦେଶକ ମାଇକେଲ ରାୟାନ କହିଛନ୍ତି। ଏହା ସହିତ ଟିକା ବିରୋଧରେ ଏହା କେତେ ପ୍ରଭାବଶାଳୀ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରି ନାହିଁ। ଆମେରିକାର ସ୍ବାସ୍ଥ୍ୟ ସଚିବ ଆଟ୍ରୋନୀ ଫାକୁଇ ମଧ୍ୟ ଏହାକୁ ପୂର୍ବ କହିଛନ୍ତି ତୁଳନାରେ ସାଧାରଣ ବୋଲି କହିଛନ୍ତି। ତେବେ ଏହାର ସଂକ୍ରମଣ କରିବା କ୍ଷମତା କିନ୍ତୁ ଅଧିକ ଶକ୍ତିଶାଳୀ ବୋଲି ସେ କହିଛନ୍ତି। ତେବେ ଏହା ଡେଲଟା ଠାରୁ କ୍ଷତିକାରକ ନୁହେଁ ବୋଲି ସେ ଏଥିରେ ପ୍ରକାଶ କରିଛନ୍ତି ।