ଟେଲିକମ ବିଭାଗ 9ରୁ ଅଧିକ ସିମ କାର୍ଡ ରଖୁଥିବା ଗ୍ରାହକଙ୍କ ସିମକୁ ପୁଣିଥରେ ଭେରିଫାଇ କରିବା ଏବଂ ଭେରିଫାଇ ନ ହେବା ପରିସ୍ଥିତିରେ ସିମ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ଜାମ୍ମୁ କାଶ୍ମୀର ଏବଂ ଆସାମ ସହିତ ପୂର୍ବ ଭାଗ ପାଇଁ ଏହି ସଂଖ୍ୟା 6ଟି ସୀମ କାର୍ଡର ଅଟେ ।
ପୁଣିଥରେ ଭେରିଫାଇ କରିବାକୁ ପଡ଼ିବ :-
ଟେଲିକମ ବିଭାଗ ତରଫରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ଗ୍ରାହକଙ୍କ ପାଖରେ ଅନୁମତି ଠାରୁ ଅଧିକ ସିମ କାର୍ଡ ମିଳୁଥିବା ପରିସ୍ଥିତିରେ ସେମାନଙ୍କୁ ନିଜ ଇଚ୍ଛା ରେ ଶିମ ଚାଲୁ ରଖିବା ଏବଂ ଶେଷକୁ ବନ୍ଦ କରିବାର ବିକଳ୍ପ ଦିଆଯିବ । ବିଭାଗ କହିଛି, ବିଭାଗ ଦ୍ଵାରା କରାଯାଇଥିବା ବିସ୍ନେଷଣ ସମୟରେ ଯଦି କୌଣସି ଗ୍ରାହକଙ୍କ ପାଖରେ ସମସ୍ତ ଦୂରସଂଚାର ସେବା ପ୍ରଦାନ କମ୍ପାନୀ ଶୀମ କାର୍ଡ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ମିଳିଗଲେ ସବୁ ଶିମକୁ ପୁଣିଥରେ ସ୍ଥାପନ କରାଯିବ ।’
ଏଥିପାଇଁ ପଦକ୍ଷେପ ନେଲେ :-
ବାସ୍ତବରେ, ଟେଲିକମ ବିଭାଗ ଏହି ପଦକ୍ଷେପ ଆର୍ଥିକ ଅପରାଧ, ଆପତ୍ତିଜନକ କଲ୍, ସ୍ଵଚାଳିତ କଲ ଏବଂ ଜାଲିଆତି ଗତିବିଧି ର ଘଟଣାର ଯାଞ୍ଚ କରିବାକୁ ନେଇଛନ୍ତି ।
ଟେଲିକମ କମ୍ପାନୀ ନେଲା ଆକ୍ସନ :-
ବିଭାଗ ଟେଲିକମ କମ୍ପାନୀ ମାନଙ୍କ ଠାରୁ ସେହି ସବୁ ମୋବାଇଲ ନମ୍ବର କୁ ଡେଟାବେସରୁ ହଟାଇବା ପାଇଁ କହିଛି, ଯେଉଁ ନିୟମ ଅନୁସାରେ ବ୍ୟବହାର କରାଯାଉ ନାହିଁ ।