ପ୍ରଥମ ଥର ସଂକ୍ରମଣ ହେବାପରେ ତିନିଗୁଣା ଜଲଦି ସଂକ୍ରମଣ ହେବ ଓମିକ୍ରନ : WHO ବୈଜ୍ଞାନିକ

0

Get real time updates directly on you device, subscribe now.

WHO ର ମୁଖ୍ୟ ବୈଜ୍ଞାନିକ ଡ଼କ୍ଟର ସୌମ୍ୟା ସ୍ୱାମୀନାଥନ ସୋମବାର ଦିନ କହିଥିଲେ କି, କୋଭିଡ଼-19 ର ଡେ଼ଲ୍ଟା ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ ଭ୍ୟାରିଏଣ୍ଟରେ ଭାଇରସର ପ୍ରଥମ ଆକ୍ରମଣର 90 ଦିନ ପରେ ପୁଣିଥରେ ସଂକ୍ରମଣର ସମ୍ଭାବନା ତିନିଗୁଣା ଅଧିକ ହେବ। CNBC TV18 ସହିତ ବିଶେଷ ରୂପରେ କଥା ହୋଇ, ଡ଼କ୍ଟର ସ୍ୱାମୀନାଥନ କହିଲେ କି, ଭ୍ୟାରିଏଣ୍ଟ ଉପରେ ବିଷାନୁ ଓ ଏହାର ବ୍ୟାପିବାର ଡାଟା ମିଳିବାରେ ସମୟ ଲାଗିବ। ବୈଜ୍ଞାନିକ ଏହା ଜାଣିଛନ୍ତି କି, ଓମିକ୍ରନ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ପ୍ରମୁଖ ଭ୍ୟାରିଏଣ୍ଟ ଅଟେ।

ସ୍ୱାମୀନାଥନଙ୍କ କହିବା କଥା ହେଲା,ଡେ଼ଲ୍ଟା ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନରେ ସଂକ୍ରମଣର 90 ଦିନ ପରେ ପୁଣିଥରେ ସଂକ୍ରମଣ ତିନିଗୁଣା ସମ୍ଭାବନା ରହିଥାଏ। ବର୍ତ୍ତମାନ ଓମିକ୍ରନ ସଂକ୍ରମଣର କ୍ଲିନିକାଲି ବିଶେଷତାକୁ ବୁଝିବା ପାଇଁ ଏବେ ଏହା ପ୍ରାରମ୍ଭିକ ସମୟ ଅଟେ। ମାମଲାରେ ବୃଦ୍ଧି ଓ ହସ୍ପିଟାଲରେ ଭର୍ତ୍ତି ହେବା ମଧ୍ୟରେ ଏକ ଅନ୍ତରାଳ ରହିଛି। ଏହି ରୋଗ କେତେ ଗମ୍ଭୀର ଅଟେ ଏହା ଜାଣିବା ପାଇଁ ଆମକୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦରକୁ ଅଧ୍ୟୟନ କରିବାପାଇଁ ଦୁଇ ତିନି ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସେ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭ୍ୟାରିଏଣ୍ଟର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ରିପୋର୍ଟ କହୁଛି କି, ଏଠାରେ ଏହି ଷ୍ଟ୍ରେନରେ ଛୋଟ ପିଲା ଅଧିକ ସଂକ୍ରମିତ ହେଉଛନ୍ତି। ଦକ୍ଷିଣ ଆଫ୍ରିକାରେ ଟ୍ରେସିଂ ମଧ୍ୟ ବଢ଼ାଯାଇଛି।

ସ୍ୱାମୀନାଥନ କହିଛନ୍ତି, ବର୍ତ୍ତମାନ ପିଲାଙ୍କ ପାଇଁ କୌଣସି ଟୀକା ଉପଲବ୍ଧ ନାହିଁ। ମାତ୍ର କିଛି ଦେଶ ଏମିତି ଅଛନ୍ତି ଯିଏକି ଟୀକାକରଣ ଆରମ୍ଭ କରିଛନ୍ତି ଓ ଏହି କାରଣରୁ ପିଲାଙ୍କ ଠାରେ ମାମଲା ବଢ଼ିଥାଏ। ସେ କହିଛନ୍ତି, ବର୍ତ୍ତମାନ ପିଲାଙ୍କ ପାଇଁ କୌଣସି ଟୀକା ଉପଲବ୍ଧ ନାହିଁ ଓ କିଛି ଦେଶ ଟୀକାକରଣ କରାଇବାରେ ଲାଗିଛନ୍ତି। ଆମେ ଏବେବି ଡାଟାର ଅପେକ୍ଷା କରିଛୁ ଯାହାକି ପିଲାଙ୍କ ଉପରେ ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଭାବକୁ ଶେଷ କରିପାରିବ।

ସ୍ୱାମୀନାଥନଙ୍କ କହିବା ହେଲା, ଆମକୁ ଟୀକାକରଣ ଉପରେ ଏକ ବ୍ୟାପକ ଓ ବିଜ୍ଞାନ ଆଧାରିତ ଦୃଷ୍ଟିକୋଣ ଆପଣାଇବା ଆବଶ୍ୟକ ଅଟେ। ଏହା ସେହି ଭାଇରସ ଅଟେ ଯାହାକି ଆମ ଉପରେ ରାଜ କରୁଛି ଓ ତାଙ୍କୁ ବିନାଶ କରିବା ଲାଗି ମଧ୍ୟ ସେହି ଭାଇରସ ମଧ୍ୟ ଉପଯୁକ୍ତ ଅଟେ। ଯଦି ଆମକୁ ଭ୍ୟାରିଏଣ୍ଟ ଭ୍ୟାକ୍ସିନର ଆବଶ୍ୟକତା ରହିଛି ତାହେଲେ ଏହା ଏହାଉପରେ ନିର୍ଭର କରିବ କି, ଏଥିରେ କେତେ ଇମ୍ୟୁନ ଏସ୍କେପ ରହିଛି।

ସେ କହିଛନ୍ତି, ସମସ୍ତ ଦେଶକୁ ବୟସ ଓ କ୍ଷେତ୍ର ଅନୁସାରେ ଭ୍ୟାକ୍ସିନର ଅନୁମାନକୁ ଅଧ୍ୟୟନ କରିବାକୁ ହେବ କାରଣ ସେହି ଲୋକଙ୍କ ଆକଳନ କରାଯାଇପାରିବ ଯେଉଁମାନେ ଭ୍ୟାକ୍ସିନେସନରୁ ବଞ୍ଚିତ ରହିଛନ୍ତି। ସେ କ୍ଶେଷରେ କହିଥିଲେ, ସଂକ୍ରମଣକୁ କମ କରିବା ଲାଗି 18 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟୀକାକରଣ କରାଇବା ପ୍ରାଥମିକତା ହେବା ଆବଶ୍ୟକ।

Leave A Reply

Your email address will not be published.