ଗ୍ରାହକଙ୍କ ପାଇଁ ଖୁସି ଖବର : ଜିଓ ପୁଣି ଲଞ୍ଚ କଲା ପାଞ୍ଚଟି ନୁଆଁ ପ୍ଲାନ,ମିଳିବ ବଡ ଫାଇଦା,ଜାଣନ୍ତୁ ସମସ୍ତ ପ୍ଲାନ ବିଷୟରେ

0

Get real time updates directly on you device, subscribe now.

ଏୟାରଟେଲ, ଭୋଡାଫୋନ ଆଇଡ଼ିଆ ପରେ ରିଲାଏନ୍ସ ଜିଓ ମଧ୍ୟ ନିଜର ପ୍ରି-ପେଡ ପ୍ଲାନ ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା କରି ଦେଇଛି | ରିଲାଏନ୍ସ ଜିଓ ଜିଓ ଫୋନ ପାଇଁ ୭୫ ଟଙ୍କା ଥିବା ପ୍ଲାନର ମୂଲ୍ୟରେ ତ ବୃଦ୍ଧି କରିନାହିଁ, କିନ୍ତୁ ଏହାର ଭାଲିଡିଟି କମ କରି ଦିଆଯାଇଛି | ଏହାବ୍ୟତୀତ ଅନ୍ୟ ପ୍ରି-ପେଡ ପ୍ଲାନରେ ୪୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି | ଜିଓର ନୁଆଁ ପ୍ଲାନ ଡିସେମ୍ବର ୧ ତାରିଖଠାରୁ ଲାଗୁ ହୋଇଛି | ଆସନ୍ତୁ ଜାଣିବା ସେହି ପ୍ଲାନଗୁଡିକ ବିଷୟରେ …

୬୦୧ ଟଙ୍କିଆ ପ୍ଲାନ :-

ଜିଓ Disney+ Hotstar ର ସବସ୍କ୍ରିପସନ ସହିତ ପ୍ଲାନକୁ ପୁଣିଥରେ ଆଣିଛି, କିନ୍ତୁ ଦାମ ଅଧିକ କରିଦେଇଛି | ଜିଓ ବର୍ତ୍ତମାନ ୬୦୧ ଟଙ୍କିଆ ପ୍ଲାନ ସହିତ Disney + Hotstar ର ସବସ୍କ୍ରିପସନ ଦେଉଛି | ଏହି ପ୍ଲାନ ପୂର୍ବରୁ ୪୯୯ ଟଙ୍କା ଥିଲା | ଏହି ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନର ବୈଧତା ସହିତ ପ୍ରତିଦିନ 3 GB ଡାଟା, ଅନଲିମିଟେଡ଼ କଲିଂ ଏବଂ ପ୍ରତିଦିନ ୧୦୦ SMS ମିଳିବ | ପ୍ଲାନ ସହିତ Disney+ Hotstar ର ସବସ୍କ୍ରିପସନ ୧ ବର୍ଷ ପାଇଁ ରହିବ | ଗ୍ରାହକଙ୍କୁ ଏହି ପ୍ଲାନରେ 6GB ଅତିରିକ୍ତ ଡାଟା ମଧ୍ୟ ମିଳିବ |

୭୯୯ ଟଙ୍କିଆ ପ୍ଲାନ :-

ଜିଓ ପାଖରେ Disney+ Hotstar ଵାଲା ଦ୍ୱିତୀୟ ପ୍ଲାନ ୭୯୯ ଟଙ୍କିଆ ଅଟେ | ଏହି ପ୍ଲାନର ମୂଲ୍ୟ ପୂର୍ବରୁ ୬୬୬ ଟଙ୍କା ଥିଲା | ଏହି ପ୍ଲାନରେ ପ୍ରତିଦିନ 2GB ଡାଟା ମିଳିବ | ଏହାସହିତ ଅନଲିମିଟେଡ଼ କଲିଂ, ଜିଓ ଆପ୍ସର ସବସ୍କ୍ରିପସନ ଏବଂ ପ୍ରତିଦିନ ୧୦୦ SMS ମିଳିବ | ଏହି ପ୍ଲାନର ବୈଧତା ୫୬ ଦିନର ଅଟେ |

Disney+ Hotstar ଵାଲା ତୃତୀୟ ପ୍ଲାନ :-

Disney+ Hotstar ର ଏକ ବର୍ଷର ସବସ୍କ୍ରିପସନ ସହିତ ଆସୁଥିବା ତୃତୀୟ ପ୍ଲାନର ମୂଲ୍ୟ ୧,୦୬୬ ଟଙ୍କା ଅଟେ | ଏଥିରେ ଗ୍ରାହକଙ୍କୁ ପ୍ରତିଦିନ 2GB ଡାଟା ମିଳିବ | ଏହି ପ୍ଲାନର ବୈଧତା ୮୪ ଦିନର ଅଟେ | ଏହି ପ୍ଲାନର ମୂଲ୍ୟ ପୂର୍ବରୁ ୮୮୮ ଟଙ୍କା ଥିଲା | ଏହି ପ୍ଲାନ ସହିତ ଗ୍ରାହକଙ୍କୁ ଅତିରିକ୍ତ 5GB ଡାଟା ମିଳିବ |

୩,୧୯୯ ଟଙ୍କିଆ ପ୍ଲାନ :-

ଜିଓର ଏହି ପ୍ଲାନର ମୂଲ୍ୟ ପୂର୍ବରୁ ୨,୫୯୯ ଟଙ୍କା ଥିଲା | ଏହି ପ୍ଲାନରେ ମଧ୍ୟ ଏକ ବର୍ଷ ପାଇଁ Disney+ Hotstar ର ସବସ୍କ୍ରିପସନ ମିଳିବ | ଏହାବ୍ୟତୀତ ଏହି ପ୍ଲାନରେ ଅନଲିମିଟେଡ଼ କଲିଂ ଏବଂ ପ୍ରତିଦିନ ୧୦୦ SMS ମିଳିଥାଏ | ଏହି ପ୍ଲାନରେ ମୋଟ 730GB ଡାଟା ଏବଂ 10GB ଅତିରିକ୍ତ ଡାଟା ମିଳିଥାଏ |

୬୫୯ ଟଙ୍କିଆ ପ୍ଲାନ :-

ଏହି ଶେଷ ପ୍ଲାନ ଅନଲିମିଟେଡ଼ କଲିଂ ଵାଲା ତ ନୁହେଁ, କିନ୍ତୁ ଏହା ଗୋଟିଏ କ୍ରିକେଟ ପ୍ୟାକ ଅଟେ | ଏଥିରେ ପ୍ରତିଦିନ 1.5GB ଡାଟା ମିଳିଥାଏ | ଏହାସହିତ ଏକ ବର୍ଷ ପାଇଁ Disney+ Hotstar ର ସବସ୍କ୍ରିପସନ ମିଳିବ | ଏହି ପ୍ଲାନର ମୂଲ୍ୟ ପୂର୍ବରୁ ୫୪୯ ଟଙ୍କା ଥିଲା |

Leave A Reply

Your email address will not be published.