କେନ୍ଦ୍ର ସରକାରଙ୍କ ଯୋଜନା : ମାସକୁ ୧ ଟଙ୍କା ଜମା କରନ୍ତୁ,ଆଉ ବର୍ଷ ଶେଷରେ ୨ ଲକ୍ଷ ଟଙ୍କା ପାଆନ୍ତୁ ! ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ ସୂଚନା
କେନ୍ଦ୍ର ସରକାରଙ୍କ ତରଫରୁ ସାଧାରଣ ଲୋକମାନଙ୍କ ପାଇଁ ଅନେକ ପ୍ରକାରର ଯୋଜନା ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ମଧ୍ୟ ସେହିଭଳି ଏକ ଯୋଜନା। ଯେଉଁଥିରେ ବ୍ୟକ୍ତି ପ୍ରତି ମାସରେ ୧ ଟଙ୍କା ଦେଇ ଅର୍ଥାତ ବର୍ଷକୁ ୧୨ ଟଙ୍କା ଜମା କରି ଶେଷରେ ୨ଲକ୍ଷ ଟଙ୍କାର ସହାୟତା ରାଶିକୁ ପାଇପାରିବେ। କିନ୍ତୁ ଏହାକୁ ଦେବା ପାଇଁ ସରକାର କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଯାହାପରେ ବ୍ୟକ୍ତିଙ୍କୁ ଏହି ଅର୍ଥରାଶି ମିଳିପାରିବ।
ଆମେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ବିଷୟରେ କହୁଛୁ। ଯେଉଁଥିରେ ବ୍ୟକ୍ତିଙ୍କୁ ପ୍ରିମିୟମରେ ମାତ୍ର ୧୨ ଟଙ୍କା ବର୍ଷକୁ ଜମା କରିବାକୁ ପଡ଼ିବ। ମେ ମାସର ଶେଷରେ ଏହାର ପ୍ରିମିୟମକୁ ଜମା କରାଯାଇପାରିବ। ସବୁଠୁ ବଡ଼ କଥା ହେଉଛିକି ମେ ମାସର ଶେଷ ଅର୍ଥାତ ୩୧ ତାରିଖରେ ଏହି ରାଶି ଆପେ ଆପେ କଟିଯିବ। ତେଣୁ ଧ୍ୟାନ ରଖିବେକି ନିଜ ଆକାଉଣ୍ଟକୁ କେବେ ଖାଲି ରଖନ୍ତୁନି।
ତେବେ ଏହାର ଲାଭ ଉଠାଇବା ପାଇଁ ଆବେଦକଙ୍କର ବୟସ ୧୮ରୁ ୭୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଅଟେ। ଏଥିପାଇଁ ତାଙ୍କୁ ପ୍ରତିମାସରେ ୧ ଟଙ୍କା ଅର୍ଥାତ ବର୍ଷକୁ ୧୨ ଟଙ୍କା ଲେଖାଏଁ ଜମା କରିବାକୁ ହେବ। ଏହି ପଲିସି ଅନ୍ତର୍ଗତ ପ୍ରିମିୟମ ବ୍ୟାଙ୍କ ଆକାଉଣ୍ଟରୁ ସିଧା ସଳଖ କଟିଯିବ। ତେଣୁ ବାଲାନ୍ସ ରହିବା ନିହାତି ଜରୁରୀ ଅଟେ। ଏହି ଯୋଜାନ ଅନ୍ତର୍ଗତ ବ୍ୟକ୍ତିଙ୍କର ଆକ୍ସିଡେଣ୍ଟ ବା ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ କିମ୍ବା ବିକଳାଙ୍ଗ ସମସ୍ୟା ଥିଲେ ଏଥିରେ ସେମାନଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ।
ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣମାନେ ଯେକୌଣସି ବ୍ୟାଙ୍କର ଶାଖାକୁ ଯାଇ ଏହି ପଲିସିକୁ ଆବେଦନ କରିପାରିବେ। ଏହାବ୍ୟତିତ ଆପଣ ବୀମା ଏଜେଣ୍ଟମାନଙ୍କ ସହ ମଧ୍ୟ ସମ୍ପର୍କ କରିପାରିବେ। ଅନ୍ୟାନ୍ୟ ବୀମା କମ୍ପାନୀ ତଥା ଇନସୁରାନ୍ସ କମ୍ପାନୀଙ୍କ ନିକଟରେ ମଧ୍ୟ ଏହି ପ୍ଲାନ ଉପଲବ୍ଧ ରହିଥାଏ।