୧୩ ବର୍ଷର ନାବାଳିକାକୁ ଔଷଧ ଦୋକାନୀ କଲା ଦୁ-ଷ୍କ-ର୍ମ,ଇଞ୍ଜେକ୍ସନ ଲଗାଇ ଦୋକାନ ଭିତରକୁ ନେଇ ….ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଦେଶରେ ରେପ ମାମଲା ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶର ମଧ୍ୟ ରେ-ପ ର ଏକ ମାମଲା ସାମ୍ନାକୁ ଆସିଛି। ସରକାର ନାରୀ ସୁରକ୍ଷାକୁ ନେଇ କଠୋର ଆଇନ ବନାଉଛନ୍ତି କିନ୍ତୁ ଭୋକିଲା ରାକ୍ଷସ କିଛି ମାନୁନାହାଁନ୍ତି। ଏବେ ୟୁପି ର ବରେଲୀ ଅଞ୍ଚଳର ଏହି ଘଟଣାକୁ ହିଁ ଦେଖନ୍ତୁ।

ଏଠାରେ ଏକ ମେଡିକାଲ ଶପ ଭିତରେ ଜଣେ ନାବାଳିକା ପିଲାଟିର ରେ-ପ ହୋଇଯାଇଛି। ଆରୋପୀ ପିଲାକୁ ଇଞ୍ଜେକ୍ସନ ଲଗାଇ ବେହୋସ କରିଥିଲେ। ଏହାପରେ ଦୋକାନର ଶଟର ପକାଇ ଖରାପ କାମ କରିବା ଆରମ୍ଭ କରିଥିଲା। ପୁଣି ଏମିତି କିଛି ହୋଇଥିଲା ପିଲାଟିର ଜୀବନ ଉଚିତ ସମୟରେ ବଞ୍ଚା ଯାଇଥିଲା। ଚାଲନ୍ତୁ ଏହି ଘଟଣାକୁ ବହୁତ ବିସ୍ତାର ରୂପରେ ଜାଣିବା ଯାହାକି ଆପଣଙ୍କ ପିଲା ସହିତ ହେବା ଆଗରୁ ଆପଣ ସଜାଗ ରହିପାରିବେ।

13 ବର୍ଷର ଛୁଆକୁ ଇଞ୍ଜେକ୍ସନ ଦ୍ୱାରା କରାଗଲା ବେହୋସ:-

ଏହି ଘଟଣା ୟୁପି ର ବରେଲୀ ସ୍ଥିତ ବାରାଦାରୀ ଅଞ୍ଚଳର ଅଟେ। ପିଡ଼ିତାଙ୍କ ବୟସ ମାତ୍ର 13 ବର୍ଷ ଅଟେ। ଝିଅଟିର ପିତା କହିଥିଲେ କି, ତାଙ୍କ ଝିଅ ମଙ୍ଗଳବାର ଦ୍ୱିପ୍ରହର ସାଢ଼େ ତିନି ଘଟିକା ସମୟରେ କୋଚିଂରୁ ଘରକୁ ଫେରୁଥିଲା। ଏହିସମୟରେ କାଙ୍କର ଟୋଲାରେ ସକଲନ ନଗର ସ୍ଥିତ ଜଣେ ମେଡିକାଲ ସଂଚାଳକ ଝିଅକୁ ଡକାଇଥିଲା।

ପିଲାଟି ଯେମିତି ମେଡିକାଲ ଦୋକାନୀ ପାଖକୁ ଆସିଥିଲେ ଆରୋପୀ ତାଙ୍କୁ ଇଞ୍ଜେକ୍ସନ ଲଗାଇ ଦେଇଥିଲେ। ଏହି ଇଞ୍ଜେକ୍ସନ ଦ୍ୱାରା ପିଲାଟି ବେହୋସ ହେବାକୁ ଲାଗିଲା। ଏହାପରେ ଆରୋପୀ ଜଣକ ଶଟର ପକାଇ ଝିଅ ସହିତ ଦୁଷ୍କର୍ମ କରିଥିଲା।

ଶଟର ପକାଇ କରୁଥିଲା ରେ-ପ:-

ଯେତେବେଳେ ଏହି ଘଟଣା ହୋଇଥିଲା ସେତେବେଳେ ଆଖପାଖର ଲୋକେ ଶଟର ଖୋଲିବାକୁ ଚେଷ୍ଟା କରିଥିଲେ ଓ ଏହାପରେ ମାତା-ପିତା ମଧ୍ୟ ଏହି ଖବର ପାଇଥିଲେ। ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାପରେ ଲକ ଭଙ୍ଗାଯାଇ ଶଟର ଖୋଲାଯାଇଥିଲା।

ପୋଲିସ ଯେମିତି ଭିତରକୁ ପ୍ରବେଶ କଲା, ପିଲାଟି ମେଡିକାଲ ଶପ ଭିତରେ ବେହୋସ ପଡ଼ିଥିଲା। ଆରୋପୀ ଝିଅଟି ପାଖରେ ହିଁ ଛିଡ଼ା ହୋଇଥିଲା ଓ ପୋଲିସ ତାକୁ ଗିରଫ କରିଥିଲା। ପିଲାଟିକୁ ଯେତେବେଳେ ହୋସ ଆସିଥିଲା ସେତେବେଳେ ପିଲାଟି କହିଥିଲା ତାକୁ ଇଞ୍ଜେକ୍ସନ ଦେଇ ବେହୋସ କରି ଦିଆଯାଇଥିଲା।

ପୋଲିସ ଆରୋପୀର ସାନ ଭାଇକୁ ମଧ୍ୟ ଗିରଫ କରିଥିଲା। ଭାଇ କହିଥିଲେ, ତାଙ୍କର ପିତା ଇକ୍ରମ ରାଜସ୍ଥାନ ଅଲବରରେ ଇଏମଓ ଅଟନ୍ତି। ତାଙ୍କରି ଡ଼ିଗ୍ରୀରେ ଆରୋପୀ ମେଡ଼ିକାଲ ଶପ ଚଳାଉଥିଲା। ସେ ଏହା ମଧ୍ୟ କହିଥିଲା କି, ଆରୋପୀର ବୟସ ମାତ୍ର 16 ବର୍ଷ ଅଟେ। କିନ୍ତୁ ପରିବାର ଲୋକଙ୍କ କହିବା ହେଲା, ଧରା ଯାଇଥିବା ଆରୋପୀ ସାବାଳକ ଅଟେ। ପିଡ଼ିତାଙ୍କ ପିତା ଆରୋପୀ ବିରୁଦ୍ଧରେ ଏଫଆଇଆର ରୁଜୁ କରିଛନ୍ତି। ସେହିପରି ବାରାଦରୀ ଥାନାରେ ପୀଡିତ କିଶୋରୀ ପୋଲିସକୁ ନ୍ୟାୟ ମାଗୁଛି।

ଏହି ଘଟଣାରୁ ଆପଣ ମଧ୍ୟ ଶିକ୍ଷା ନିଅନ୍ତୁ ଓ ନିଜ ପରିବାରର ପିଲାଙ୍କୁ କୌଣସି ଅଜଣା ଲୋକଙ୍କ ଇଶାରାରେ ଯିବାକୁ ମନା କରନ୍ତୁ। ଆପଣଙ୍କ ଏହି ଶିକ୍ଷା ପିଲାକୁ ଯୌନ ଉତ୍ପୀଡନରୁ ବଞ୍ଚାଇ ପାରେ।

Leave A Reply

Your email address will not be published.