ଗୋଟିଏ ପ୍ରେମିକା ପଛରେ ୨୦୦ ପୋଲିସ କର୍ମଚାରୀ ପାଗଳ, ଗୋଟିଏ କି ଯୋଡିଏ ନୁହେଁ ୩୬ ଲକ୍ଷ ଟଙ୍କା ଚୂନ ମାରିନେଲା ଯୁବତୀ !

0

Get real time updates directly on you device, subscribe now.

ଜଣେ ୨୬ ବର୍ଷୀୟା ଯୁବତୀ ଐଶ୍ୱର୍ଯ୍ୟା ତାମିଲନାଡୁର ସିଭାଗଙ୍ଗା ଜିଲ୍ଲାର ରୁହନ୍ତି, ସେ ଫେସବୁକ ମାଧ୍ୟମରେ ଅନେକ ଯୁବକଙ୍କୁ ତାଙ୍କ ‘ପ୍ରେମ’ ଜାଲରେ ପକାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି। ପଚରାଉଚରା ସମୟରେ ଜଣାପଡିଥିଲାଯେ ପ୍ରତାରଣା କରୁଥିବା ମହିଳା ଜଣକ ଜଣେ ଡାକ୍ତରୀ ଛାତ୍ର ବୋଲି ମିଛ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ତାହା ପୁଣି ପୋଲିସ ଅଫିସର ମାନଙ୍କ ନିକଟରୁ। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୨୦୦ ଜଣ ପୋଲିସ ବାବୁଙ୍କୁ ପ୍ରେମ ଜାଲରେ ପକାଇ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ।

ସିଭାଗଙ୍ଗା ଜିଲ୍ଲାର କାଲାୟାର ମନ୍ଦିର ଅଞ୍ଚଳରୁ ଆସିଥିବା ୨୫ ବର୍ଷୀୟ ଭାରତୀରାଜ ମଣିମୁତରର ପୋଲିସ ଟ୍ରେନିଂ ସ୍କୁଲରେ ଏକ ସ୍ୱତନ୍ତ୍ର ଗାର୍ଡ ଭାବରେ କାର୍ଯ୍ୟରତ ଅଛନ୍ତି। ଜାନୁଆରୀ ମାସରେ, ୨୬ ବର୍ଷିୟା ଯୁବତୀ ଐଶ୍ୱର୍ଯ୍ୟା ଯିଏକି ଆଭାଡି ତାମିଲନାଡୁ ହାଉସିଂ ବୋର୍ଡ ଅଞ୍ଚଳରୁ ଆସି ନିଜକୁ ଫେସବୁକ ମାଧ୍ୟମରେ ଭାରତୀରାଜଙ୍କ ସହିତ ପରିଚିତ କରାଇଥିଲେ। ପରେ ସେ ପୋଲିସ ଅଫିସରଙ୍କ ସହିତ ପ୍ରେଣ୍ଡସିପ କରି ତାଙ୍କୁ ପ୍ରେମରେ ଫସାଇଥିଲେ। ତେବେ ନିଜକୁ ମେଡିକସିନ ପଢୁଥିବା ଛ୍ରାତ୍ରୀ କହି ସେ କେବଳ ଭାରତୀରାଜଙ୍କ ପାଖରୁ ନୁହେଁ ବରଂ ଅନେକ ପୋଲିସ ଅଫିସରଙ୍କ ସହ ହ୍ଵାଟ୍ସଆପରେ ଓ ଫେସବୁକରେ କଥା ମଧ୍ୟ ହେଉଥିଲେ। ତେବେ ଭାରତୀରାଜଙ୍କ ସହିତ ବିବାହ କହିବେ ବୋଲି ତାଙ୍କୁ କଥା ମଧ୍ୟ ଦେଇଥିଲା। ଏହା ସହ ମେଡିକାଲ ଷ୍ଟଡି ପାଇଁ ତାଙ୍କର ଟଙ୍କା ଦରକାର ବୋଲି ସେ କହିଥିଲେ।

ଅଭିଯୁକ୍ତ ଐଶ୍ୱର୍ଯ୍ୟା ଧୀରେ ଧୀରେ ନିଜର ବାପାଙ୍କ ପାଲାନୀଙ୍କର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବା ପାଇଁ ମଧ୍ୟ ଭାରତୀରାଜଙ୍କୁ କହିଥିଲେ। ପ୍ରାୟ ୧୪ ଲକ୍ଷ ଟଙ୍କା ସେହି ଆକାଉଣ୍ଟକୁ ପଠାଇଥିଲେ ପୋଲିସ ଟ୍ରେନିଙ୍ଗ ସ୍କୁଲରେ ଗାର୍ଡ ଭାବେ ଥିବା ଭାରତୀରାଜ। ପୁଣି ସେହି ସମୟରେ ଐଶ୍ୱର୍ଯ୍ୟା ନିଜର ଫେସବୁକ ଆକାଉଣ୍ଟରୁ ଅନ୍ୟ ମହିଳା ହୋଇ ଭାରତୀରାଜଙ୍କ ସମ୍ପର୍କୀୟ ଭାଇ ମହେନ୍ଦ୍ରନଙ୍କ ସହିତ ମଧ୍ୟ ଚାଟିଙ୍ଗ କରୁଥିଲେ। ପୁଣି ତାଙ୍କୁ ମଧ୍ୟ ନିଜର ପ୍ରେମ ଜାଲରେ ପକାଇ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏହା ସହିତ ମହେନ୍ଦ୍ରଙ୍କୁ ସୁନା ଗହଣା ପାଇଁ ବାରମ୍ବାର କହୁଥିଲେ।

ଐଶ୍ୱର୍ଯ୍ୟା ଶେଷରେ ଦୁଇ ଜଣଙ୍କ ସହିତ କଥା ହେବା ବନ୍ଦ କରିଦେଇଥିଲେ। ଐଶ୍ୱର୍ଯ୍ୟାଙ୍କର କଳାକାରନାମା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦୁଇ ଭାଇ ଭାରତୀରାଜ ଓ ମହେନ୍ଦ୍ର ତାଙ୍କୁ ସନ୍ଦେହ କରି ତାଙ୍କ ବିଷୟରେ ଜାଣଇବାକୁ ଚାହିଁଲେ। ଏହାପରେ ଭାରତୀରାଜ ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ। ପରେ ଯାଞ୍ଚ କରି ଅଭିଯୁକ୍ତ ଐଶ୍ୱର୍ଯ୍ୟାଙ୍କ ସହ ତା ବାପା ଓ ମାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ତଦନ୍ତରୁ ଜଣା ପଡିଛିଯେ ଏହି ଯୁବତୀଙ୍କର ଏକ ଫ୍ୟାନ୍ସି ଦୋକାନ ଅଛି ଓ ସେ ଫେସବୁକ ମାଧ୍ୟମରେ ଲଗାତାର ଏମିତି ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଇ ୨୦୦ ଜଣ ପୋଲିସ ଓ ଏହା ଛଡା ଯୁବ ଗୋଷ୍ଠୀଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିବା ସହ ମୋବାଇଲ ଓ ଲାପଟପ ମଧ୍ୟ ଲୁଟି ନେଇଛନ୍ତି।

Leave A Reply

Your email address will not be published.