ପିଏମ୍ କିସାନ ସମ୍ମାନନିଧିର ଆସନ୍ତା ମାନେ ୧୦ମ କିସ୍ତି ୧୫-୨୫ ଡିସେମ୍ବର ମଧ୍ୟରେ କେବେବି ଆପଣଙ୍କ ଖାତାକୁ ଆସିପାରେ|କୃଷକକୁ ଟଙ୍କା ଟ୍ରାନ୍ସଫର କରିବା ଦିଗରେ କିଛି ରାଜ୍ୟ ଆର୍ଏଫଟି ସାଇନ କରିଛନ୍ତି ଓ ଶିଘ୍ର ଏଫଟିଓ ଜେନେରେଟ ହେବ| ଆପଣ ମଧ୍ୟ ଲିଷ୍ଟରେ ନିଜର ନାଁ ଚେକ କରନ୍ତୁ କାରଣ ଏଥର ନକଲ କରୁଥିବା ଅଯୋଗ୍ୟ କୃଷକକୁ ବାହାର କରି ଦିଆଯାଇଛି |
ଏହି ଯୋଜନା ଅନ୍ତର୍ଗତ ୧ ବର୍ଷରେ ୩ଟି କିସ୍ତିରେ କୃଷକଙ୍କୁ ସରକାର ୬୦୦୦ ଟଙ୍କାର ଆର୍ଥିକ ସହାୟତା କରୁଛନ୍ତି | ପ୍ରତି ୪ ମାସରେ କୃଷକଙ୍କ ଏକାଉଣ୍ଟରେ ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଏ | ଏପର୍ଯ୍ୟନ୍ତ ୯ଟି କିସ୍ତି ପଠାଯାଇ ସରିଛି | ୧୦ମ କିସ୍ତିର ଟଙ୍କା ଡିସେମ୍ବରରେ ପଠାଯିବ |
ସର୍ବପ୍ରଥମେ ଲିଷ୍ଟରେ ଚେକ୍ କରନ୍ତୁ ନାମ:
୧:ପ୍ରଥମେ ପିଏମ୍ କିସାନର ଅଫିସିଆଲ୍ ୱେବସାଇଟ https://pmkisan.gov.in କୁ ଯାଆନ୍ତୁ
୨: ଏଥିରେ ଦକ୍ଷିଣ ପାର୍ଶ୍ଵ ସାଇଡରେ ଫାର୍ମରସ୍ କର୍ଣର ଅପ୍ସନ୍ ମିଳିବ
୩: ଏଥିରେ ବେନିଫିସିଆରି ଲିଷ୍ଟ ଅପ୍ସନରେ କ୍ଲିକ କଲେ ନୂଆ ପେଜ ଖୋଲିବ|
୪:ନୂତନ ପେଜରେ ନିଜର ରାଜ୍ୟ, ଜିଲ୍ଲା,ଉପଜିଲ୍ଲା,ବ୍ଲକ ଓ ଗାଁ ଡିଟେଲ ଦିଅନ୍ତୁ
୫: ଏହାପରେ ଗେଟ ଡିଟେଲରେ କ୍ଲିକ କଲେ ଲାଭାର୍ଥୀ କୃଷକଙ୍କ ଲିଷ୍ଟ ମିଳିବ
ଏହି କୃଷକଙ୍କୁ ମିଳିବ ନାହିଁ ଯୋଜନାରେ ଲାଭ:
୧: ଯଦି ପରିବାରର କେହି ଟ୍ୟାକ୍ସ ଜମା କରୁଥାନ୍ତି ତେଵେ ଏହି ଯୋଜନାରେ ଲାଭ ପାଇ ପାରିବେ ନାହିଁ | ପରିବାର ସଦସ୍ୟ ଅର୍ଥ ପତିପତ୍ନୀ ଓ ଛୁଆ ଅଟେ |
୨:ଯାହା ପାଖରେ କୃଷି ଯୋଗ୍ୟ ଜମି ନାହିଁ ତାକୁ ପିଏମ କିସାନ ଯୋଜନାରୁ ବାହାରେ ରଖାଯାଇଛି |
୩:ଯଦି ଆପଣଙ୍କ ପାଖରେ ଥିବା କୃଷି ଯୋଗ୍ୟ ଜମି ଦାଦା ବା ବାପା ନାଁରେ ରହିଛି ବା ପରିବାରର ଅନ୍ୟ ସଦସ୍ୟମାନଙ୍କ ନାଁରେ ରହିଛି ତେବେ ଏହି ଯୋଜନାରେ ଲାଭ ପାଇପାରିବେ ନାହିଁ |
୪ :ଯଦି କୌଣସି କୃଷକ ମାଲିକ ସରକାରୀ ଚାକିରୀରେ ରହିଥାନ୍ତି ତେଵେ ଏହାର ଲାଭ ପାଇପାରିବେ ନାହିଁ ୫:ରେଜିଷ୍ଟର୍ଡ ଡାକ୍ତର, ଇଞ୍ଜିନିୟର,ଓକିଲ,ସିଏ ମଧ୍ୟ ଏହି ଯୋଜନାରୁ ବାହାର କରାଯାଇଛି ୬:ଯଦି କୃଷକକୁ ବାର୍ଷିକ ୧୦,୦୦୦ ଟଙ୍କା ପେନସନ ମିଳୁଥାଏ,ତେଵେ ଏହାର ଲାଭ ଉଠାଇ ପାରିବେ ନାହିଁ |