ଯୁବତୀଙ୍କ ସହିତ ଚାରି ମହିଳାଙ୍କୁ ଦେଲେ ଦ-ଣ୍ଡ : ଚୋ-ରି କରିବା ଦୋ-ଷରେ ସମସ୍ତଙ୍କ ସାମ୍ନାରେ ଖୋଲିଦେଲେ ପୋଷାକ,ଆଉ ତା ପରେ ପି-ଟିବାକୁ ଲାଗିଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପାକିସ୍ତାନରେ ଜଣେ ଯୁବତୀ ସହିତ ଚାରିଜଣ ମହିଳାଙ୍କୁ ନିବସ୍ତ୍ର କରି ଘୋଷାଡି ଘୋଷାଡି ସମସ୍ତଙ୍କ ସାମ୍ନାରେ ବହୁତ୍ ପିଟାଯାଇଛି । ଏହି ମହିଳା ଏବଂ ଯୁବତୀଙ୍କ ଉପରେ ଅଭିଯୋଗ କରାଯାଇଥିଲା ଯେ ଏମାନେ କୌଣସି ଦୋକାନକୁ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲେ । ଏହି ଘଟଣାର ଭାଇରାଲ ଭିଡିଓ ରେ ପିଟୁଥିବା ଲୋକମାନଙ୍କ ଠାରୁ ରକ୍ଷା କରିବାକୁ ମହିଳାମାନେ ଅନୁରୋଧ କରୁଥିବାର ଦେଖାଯାଉଛି, କିନ୍ତୁ ସେହି ଲୋକମାନେ ବହୁତ୍ ଖରାପ ଭାବରେ ପିଟି ଚାଲିଛନ୍ତି । ଘଟଣାଟି ଲାହୋର ଠାରୁ ପ୍ରାୟ ଦୁଇଶହ କିଲୋମିଟର ଦୂରରେ ଥିବା ଫୈସଲାବାଦ ର ଅଟେ । ପୀଡ଼ିତା ମାନଙ୍କୁ ପିଟୁଥିବାର ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ନଗ୍ନ କରି ରାସ୍ତାରେ ରଖାଯାଇଥିଲା ।

ଭିଡିଓରେ କାକୁତି ମିନତି କରୁଥିବାର ଦେଖାଗଲେ ମହିଳା :-

ମହିଳାମାନଙ୍କୁ କାନ୍ଦୁଥିବାର ଏବଂ ଲୋକଙ୍କୁ ସେମାନଙ୍କୁ ଯିବାକୁ ଦେବାକୁ ଅନୁରୋଧ କରୁଥିବାର ଦେଖା ଯାଇଛି, କିନ୍ତୁ କିଛି ବି ଫାଇଦା ହେଲାନାହିଁ । ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ପାକିସ୍ତାନର ପଞ୍ଜାବ ପୋଲିସ ଆକ୍ସନ ନେଇଥିଲା

ପୋଲିସ୍ କଲା ଅଭିଯୁକ୍ତଙ୍କୁ ଆରେଷ୍ଟ :-

ପଞ୍ଜାବ ପୋଲିସ ର ଜଣେ ପ୍ରବକ୍ତା ମଙ୍ଗଳବାର ଦିନ ଟୁଇଟ କରି କହିଛନ୍ତି ଯେ, ” ଆମେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ପାଞ୍ଚଜଣ ମୁଖ୍ୟ ଦୋଷୀଙ୍କୁ ଗିରଫ କରୁଛୁ । ” ସେମାନେ କହିଛନ୍ତି ଯେ ପୋଲିସ ମାମଲାର ଯାଞ୍ଚ କରୁଛି ଏବଂ ଏଥିରେ ସାମିଲ ସମସ୍ତ ଲୋକଙ୍କୁ ନ୍ୟାୟର କାଠଗଡା ରେ ଠିଆ କରାଯିବ । ଆଇନ ଅନୁଯାୟୀ ପାଞ୍ଚ ଅଭିଯୁକ୍ତ ଏବଂ ଅନ୍ୟ କେତେକ ଲୋକଙ୍କ ବିରୋଧରେ ପ୍ରାଥମିକ ପଞ୍ଜିକରଣ କରାଯାଇଅଛି ।

ପୀଡିତା କହିଛନ୍ତି ଯେ ସେ ଫୈସଲାବାଦର ବାବା ଛକ ବଜାରରେ ଅଳିଆ ଗୋଟାଇବାକୁ ଯାଇଥିଲୁ । ଆମକୁ ଶୋଷ ଲାଗୁଥିଲା ଏବଂ ଉଷ୍ମାନ ଇଲେକ୍ଟ୍ରିକ ଷ୍ଟୋର ଭିତରକୁ ଗଲୁ ଏବଂ ପାଣି ବୋତଲ ମାଗିଲୁ । କିନ୍ତୁ ତାର ମାଲିକ ସଦ୍ଦମ୍ ଆମ ଉପରେ ଚୋରି କରିବା ଉଦ୍ଦେଶ୍ୟରେ ଦୋକାନକୁ ପଶିବାର ଦୋଷ ଲଗାଇଲେ । ସଦ୍ଦାମ୍ ଏବଂ ଅନ୍ୟ ଲୋକମାନେ ଆମକୁ ପିଟିବା ଆରମ୍ଭ କରିଦେଲେ । ତାପରେ ସେମାନେ ପୋଷାକ ଖୋଲି ଦେଲେ, ଘୋସାଡିଲେ ଏବଂ ପିଟିଲେ । ଆମକୁ ବଜାରରେ ଲଙ୍ଗଳା କରି ଠିଆ କରାଇଲେ । ସେହି ଲୋକମାନେ ଏ ଦୃଶ୍ୟକୁ ଭିଡ଼ିଓ ମଧ୍ୟ କଲେ । ଏତେ ଲୋକଙ୍କ ଭିଡ ମଧ୍ୟରୁ କେହି ଜଣେ ବି ଏହି ଅତ୍ୟାଚାରକୁ ରୋକିବାକୁ ଚେଷ୍ଟା କଲେନାହିଁ । ବର୍ତ୍ତମାନ୍ ପୋଲିସ ଯାଞ୍ଚ କରୁଛି ।

Leave A Reply

Your email address will not be published.