ଚତୁର୍ଥୀ ରାତିରେ ସ୍ୱାମୀର ସର୍ତ୍ତ : “ଦୁଇ ବର୍ଷ ଭିତରେ IAS ହେଇ ଦେଖାଅ ନଚେତ ଶେଷ ହୋଇଯିବ ସବୁ ସମ୍ପର୍କ “

0

Get real time updates directly on you device, subscribe now.

ଝାରଖଣ୍ଡ ଜାମଶେଦପୁରରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଜଣେ ବ୍ୟାଙ୍କ ଅଫିସର ନିଜର ଚତୁର୍ଥୀ ରାତିରେ ପତ୍ନୀ ପାଖରେ ଏମିତି ସର୍ତ୍ତ ରଖିଛନ୍ତିଯେ ବୈବାହିକ ଜୀବନ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଇଛି। ମାମଲା ବର୍ତ୍ତମାନ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଯାଇଛି। ପତ୍ନୀ ବର୍ତ୍ତମାନ ଆଇନର ଦ୍ୱାରସ୍ଥ ହୋଇଛନ୍ତି। ବିବାହ ପରେ ସ୍ୱାମୀ-ସ୍ତ୍ରୀ ଦିନେ ବି ମଧ୍ୟ ସାଙ୍ଗରେ ରହିନାହାନ୍ତି।

ମାମଲା ପୂର୍ବ ସିଂହଭୂମି ପୋଟକା ଥାନା ଅଞ୍ଚଳର ଏକ ଗାଁର। ପଲ୍ଲବୀଙ୍କର ବାହାଘର ୨୦୧୮ ଜୁନ ୧୮ ରେ ପରସୁଡିହର ଜୟମାଲ ମଣ୍ଡଳଙ୍କ ସହ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା। ଜୟମାଲ ଏମବିଏ ପରେ ଏକ ବ୍ୟାଙ୍କରେ ଚାକିରୀ କରନ୍ତି। ସେ ଲକ୍ଷ୍ନୌ ସିଟି ୟୁନିୟନ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଅଛନ୍ତି। ବାହାଘର ପରେ ଚତୁର୍ଥୀ ରାତିରେ ହିଁ ଜୟମାଲ ପଲ୍ଲବୀଙ୍କ ପାଖରେ ଏକ ଅଜବ ସର୍ତ୍ତ ରଖିଥିଲେ। ସେ କହିଲେଯେ ଦୁଇ ବର୍ଷ ଭିତରେ ଆଇଏଏସ ହୋଇ ଦେଖାଅ, ତାହେଲେ ବାହାଘର ରହିବ ନହେଲେ ସମ୍ପର୍କ ଶେଷ। ପଲ୍ଲବୀ ଏହାକୁ ଥଟ୍ଟା ବୋଲି ଭାବିଥିଲେ।

ଆର ଦିନ ସକାଳୁ ଜୟମାଲ ଇଣ୍ଟରଭ୍ୟୁ କଥା କହି ଚାଲିଗଲେ। ତାପରେ ଆଉ ଫେରିଲେନି। ଜୟମାଲ ତାପରେ ପଲ୍ଲବୀଙ୍କୁ ଥରେ ବି ଫୋନ କଲେନାହିଁ। ପଲ୍ଲବୀ ନିଜ ଆଡୁ ଚେଷ୍ଟା କଲେ କିନ୍ତୁ ତଥାପି ଜୟମାଲ କଥା ହେଲେନାହିଁ। ବାପା-ମା’ଙ୍କ ସମ୍ମାନକୁ ରକ୍ଷା କରିବାକୁ ପଲ୍ଲବୀ ଏ କଥା ସମସ୍ତଙ୍କୁ ଲୁଚାଇଲେ। ସ୍ୱାମୀ କଥାରେ ପଡି ଶାଶୂଘର ଲୋକ ମଧ୍ୟ ତାଙ୍କୁ ଖୁଣ୍ଟା ଦେବାକୁ ଲାଗିଲେ। ଇତି ମଧ୍ୟରେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ ଦାଏର କରାଗଲା। ପଲ୍ଲବୀ ଏହା ଜାଣି ମର୍ମାହତ ହୋଇଗଲେ।

ପଲ୍ଲବୀଙ୍କର ପିତା ପ୍ରଦୂତ ମଣ୍ଡଳ କହିଛନ୍ତିଯେ ପଲ୍ଲବୀ ତାଙ୍କର ଏକମାତ୍ର ଝିଅ। ଜୟମାଲ ଗୋଲ୍ଡ ମେଡଲିଷ୍ଟ ଏବଂ ବ୍ୟାଙ୍କରେ ଚାକିରୀ କରୁଛନ୍ତି। ଏହା ଦେଖି ପଲ୍ଲବୀଙ୍କର ବାହାଘର ତାଙ୍କ ସହିତ କରାଯାଇଥିଲା। କିନ୍ତୁ ଜୟମାଲ ପଲ୍ଲବୀଙ୍କର ଜୀବନ ବରବାଦ କରିଦେଲେ। ପ୍ରଦୂତ କହି କହି କାନ୍ଦିବାକୁ ଲାଗିଲେଯେ ବାହାଘରରେ ଝିଅକୁ ଯାହା ଜିନିଷପତ୍ର ଦେଇଥିଲେ ସେସବୁ ବି ଜୟମାଲଙ୍କ ଘରେ ଅଛି। ପଲ୍ଲବୀଙ୍କର ବାପା ବର୍ତ୍ତମାନ ମଧ୍ୟ ଚାହୁଁଛନ୍ତି ଝିଅ-ଜ୍ୱାଇଁ ସାଥିରେ ରୁହନ୍ତୁ ଓ ସଂସାର କରନ୍ତୁ।

କିନ୍ତୁ ଛାଡପତ୍ର ନୋଟିସ ମିଳିବା ପରେ ପଲ୍ଲବୀ ମାନସିକ ଭାବରେ ଭାଙ୍ଗି ପଡିଛନ୍ତି। ବାହାଘରକୁ ୩ ବର୍ଷ ହେଇଗଲାଣି କିନ୍ତୁ ସ୍ୱାମୀ ଆଜି ପର୍ଯ୍ୟନ୍ତ ତାଙ୍କୁ ସ୍ତ୍ରୀର ଦର୍ଜା ଦେଇନାହାନ୍ତି। ସେ ପଢୁଛନ୍ତି ଯେପରି ନିଜର ଲକ୍ଷ୍ୟକୁ ହାସଲ କରିପାରିବେ। କିନ୍ତୁ ବର୍ତ୍ତମାନ ସେ ଆଉ ଜୟମାଲ ପାଖକୁ ଫେରିବାକୁ ଚାହୁଁନାହାନ୍ତି। ପାଠ ପଢି ଆଇଏଏସ ହୋଇ ସେ ସ୍ୱାମୀକୁ ଦଣ୍ଡ ଦେବା ପାଇଁ ଚାହୁଁଛନ୍ତି।

Leave A Reply

Your email address will not be published.