ମହିଳାଙ୍କ ପାଇଁ ନୁହେଁ ବରଂ ପୁରୁଷମାନଙ୍କ ପାଇଁ ତିଆରି କରାଯାଇଥିଲା ହାଇ ହିଲ,ଜାଣନ୍ତୁ କଣ ରହିଛି ଏହା ପଛରେ କୌତୁହଳପୂର୍ଣ୍ଣ କାହାଣୀ !

0

Get real time updates directly on you device, subscribe now.

ମହିଳାମାନଙ୍କୁ ହାଇ ହିଲ୍ ବହୁତ୍ ଭଲ ଲାଗେ । ଏକ ରିସର୍ଚ୍ଚ ଅନୁଯାୟୀ, ହାଇ ହିଲ୍ ପିନ୍ଧି ମହିଳାମାନେ ସମାଜରେ ସୁନ୍ଦରତା ପ୍ରଦର୍ଶନ କରିଥାନ୍ତି । ରିସର୍ଚ୍ଚ ରେ ଏହା ମଧ୍ଯ କୁହାଯାଇଛି ଯେ ଯେତେବେଳେ ମହିଳାମାନେ ହାଇ ସୋସାଇଟିକୁ ଯାଆନ୍ତି, ସେତେବେଳେ ସେମାନେ ହାଇ ହିଲ ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କଣ୍ ଆପଣ ଜାଣିଛନ୍ତି ଯେ ହାଇ ହିଲ ମହିଳାଙ୍କ ପାଇଁ ନୁହେଁ ବରଂ ପୁରୁଷମାନଙ୍କ ପାଇଁ ତିଆରି କରାଯାଇଥିଲା ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହାଇ ହିଲର ଆରମ୍ଭ ପୁରୁଷମାନଙ୍କ ପାଇଁ ହୋଇଥିଲା । ବାସ୍ତବରେ ପୁରୁଷମାନଙ୍କ ପାଇଁ ସର୍ବପ୍ରଥମେ ହିଲ ଜୋତା ତିଆରି କରାଯାଇଥିଲା, ଯାହାକୁ ସେମାନେ ଯୁଦ୍ଧ ଏବଂ ଘୋଡ଼ା ସବାରି ସମୟରେ ବ୍ୟବହାର କରୁଥିଲେ । ରିପୋର୍ଟ ଅନୁଯାୟୀ ଘୋଡ଼ା ସବାରୀ ସମୟରେ ହାଇ ହିଲ ଜୋତା ପିନ୍ଧିଲେ ଧରିବା ଶକ୍ତ ହୋଇଥାଏ । ଏଥିପାଇଁ ପୁରୁଷମାନେ ଜୋତା ରେ ଲାଗିଥିବା ହିଲ କୁ ବ୍ୟବହାର କରୁଥିଲେ ।

ଦଶମ ଶତାବ୍ଦୀରେ ହୋଇଥିଲା ହାଇ ହିଲର ଆରମ୍ଭ :-

ଏହାର ଆରମ୍ଭ ସର୍ବପ୍ରଥମେ ଦଶମ ଶତାବ୍ଦୀରେ ହୋଇଥିଲା । ସର୍ବପ୍ରଥମେ ପର୍ଶୀୟର ସାମ୍ରାଜ୍ୟର ପୁରୁଷମାନେ ହାଇ ହିଲ ପିନ୍ଧିବା ଆରମ୍ଭ କରିଥିଲେ । ଯୁଦ୍ଧ ସମୟରେ ଏହି ସାମ୍ରାଜ୍ୟର ଲୋକମାନେ ହାଇ ହିଲ ଜୋତା ପିନ୍ଧୁଥିଲେ । ସୁରକ୍ଷା ଦୃଷ୍ଟିରୁ ହାଇ ହିଲ ଜୋତା ବହୁତ୍ ମଜବୁତ୍ ଏବଂ ଭଲ ବୋଲି କୁହାଯାଏ ।

1599 ମସିହାରେ ଯେତେବେଳେ ପର୍ସିଆ ର ରାଜା ଶାହ ଅବାସ ନିଜ ରାଜପୁତ କୁ ୟୁରୋପ ପଠାଇଥିଲେ, ସେତେବେଳେ ତାଙ୍କ ସହିତ ହାଇ ହିଲ ଜୋତା ୟୁରୋପ ଯାଇ ପହଞ୍ଚିଥିଲେ । ଏହାପରେ ସାରା ଦୁନିଆରେ ହାଇ ହିଲ ଜୋତା ର ପ୍ରଚଳନ ହୋଇଥିଲା । ଧିରେ ଧିରେ ଅନେକ ଦେଶରେ ହାଇ ହିଲ ଜୋତା ବ୍ୟବହାର କରିବାକୁ ଲାଗିଲେ ଏବଂ ଏହାକୁ ପିନ୍ଧିବାକୁ ରାଜାମାନଙ୍କୁ ବହୁତ୍ ଭଲ ଲାଗିଲା । ଆପଣଙ୍କୁ କହିରଖୁଛୁ ଯେ ଫ୍ରାନ୍ସର ଶାସକ ଲୁଇସ ଚୌଦହବେ 10 ଇଞ୍ଚର ଉଚ୍ଚା ହିଲ ପିନ୍ଧୁଥିଲେ । କାରଣ ତାଙ୍କ ଉଚ୍ଚତା କେବଳ 5 ଫୁଟ 4 ଇଞ୍ଚ ଥିଲା

ମହିଳାମାନେ ସମ୍ପୂର୍ଣ୍ଣ ଭାବେ କବଜା କରିନେଲେ :-

ଏହାପରେ 1740 ମସିହାର ସମୟ ଆସିଲା, ଯେତେବେଳେ ସବୁଠାରୁ ପ୍ରଥମଥର ମହିଳାମାନେ ହାଇ ହିଲ ପିନ୍ଧିବା ଆରମ୍ଭ କରିଦେଲେ । ଏହିଠାରୁ ହିଁ ମହିଳାମାନେ ହାଇ ହିଲ ଉପରେ କଵଜା କରିନେଲେ ଏବଂ ପରବର୍ତ୍ତୀ 50 ବର୍ଷରେ ଏହା ପୁରୁଷମାନଙ୍କ ପାଦ ରୁ ଆସି ମହିଳାଙ୍କ ପ୍ରିୟ ଜିନିଷ ପାଲଟିଗଲା । ସମୟ ସହିତ ଏହାର ଆକାର ଏବଂ ଡିଜାଇନ୍ ରେ ବହୁତ ପରିବର୍ତ୍ତନ ଆସିଯାଇଛି । ତେବେ ହାଇ ହିଲ ସ୍ବାସ୍ଥ୍ୟ ପାଇଁ ବହୁତ୍ କ୍ଷତିକାରକ । ହାଇ ହିଲ କୁ ଅଧିକ ବ୍ୟବହାର କଲେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ମଧ୍ୟ ହୋଇପାରେ ।

Leave A Reply

Your email address will not be published.