ଦୁନିଆରେ ଅନେକ ପ୍ରକାରର ମଣିଷ ଅଛନ୍ତି। କିଏ ଖୋଲାଖୋଲି ଭାବରେ ଲୋକମାନଙ୍କ ପାଖରେ ନିଜ କଥାକୁ ରଖିଥାଏ ଓ ନିଜ ଟ୍ୟାଲେଣ୍ଟ ଦେଖାଇଥାଏ ତ କିଏ ଇଣ୍ଟ୍ରେଭର୍ଟ ମଧ୍ୟ ହୋଇଥାଏ। ଏମାନଙ୍କୁ ଲୋକଙ୍କୁ ପାଖରେ ବେଶୀ ଖୋଲାଖୋଲି ଭାବରେ ମିଶିବା ପସନ୍ଦ ନୁହେଁ। କିନ୍ତୁ ବେଳେବେଳେ ଏମିତି ଲୋକଙ୍କ ଟ୍ୟାଲେଣ୍ଟ ଭୁଲବଶତଃ ଲୋକମାନଙ୍କ ସାମ୍ନାକୁ ଚାଲିଆସେ। ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଅଛି। ଟ୍ୱିଟରରେ ଭିଡିଓକୁ ସେୟାର କରାଯାଇଛି।
ଟ୍ୱିଟରରେ @lov4itzy ନାମକ ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି। ଭିଡିଓରେ ଏକ ଖାଲି ଅଫିସ ନଜର ଆସୁଛି। ଅଫିସରେ ଜଣେ ଯୁବତୀ ସଫା ସଫି କରୁଛନ୍ତି। ସଫା କରିଲାବେଳେ ସେ ହଠାତ ଡ୍ୟାନ୍ସ କରିବାକୁ ଲାଗିଥାନ୍ତି। ଯୁବତୀ ଜଣକ ଅଫିସରେ ବୁଲି ବୁଲି ଡ୍ୟାନ୍ସ କରୁଛନ୍ତି। କେତେବେଳେ ସୋଫା ଝାଡିଲା ବେଳେ ଅଣ୍ଟା ହଲେଇ ନାଚୁଛନ୍ତି ତ ଆଉ କେତେବେଳେ ପୋଛିଲା ବେଳେ। ଏମିତି ସେ ବିନ୍ଦାସ ଅନ୍ଦାଜରେ ସଫା କରୁଛନ୍ତି।
itzy saw this viral video @ITZYofficial
pic.twitter.com/QJ9tLHTZdC— 𝐢𝐜 (@lov4itzy) December 6, 2021
ଭିଡିଓରେ ଅଫିସରେ ଯୁବତୀ ଜଣକ ଏକା ନଜର ଆସୁଛନ୍ତି। ଭିଡିଓ ଶେଷରେ ଜଣେ ବ୍ୟକ୍ତି ଅଫିସକୁ ଆସିଛନ୍ତି ଓ ସେ ଯୁବତୀଙ୍କୁ ଡ୍ୟାନ୍ସ କରୁଥିବାର ଦେଖି ଦେଇଛନ୍ତି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ ରେକର୍ଡ ହୋଇଯାଇଛି। ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଭିଡିଓ ସେୟାର କରି @ITZYofficial କୁ ଟ୍ୟାଗ କରାଯାଇଛି। @ITZYofficial ଦକ୍ଷିଣ କୋରିଆର ଏକ ମ୍ୟୁଜିକ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାମ। ୪ ଯୁବତୀଙ୍କ ଏହି ଗ୍ରୁପକୁ ଲୋକମାନଙ୍କ ଦ୍ବାରା ବହୁତ ପସନ୍ଦ କରାଯାଇଥାଏ।
ଭାଇରାଲ ଭିଡିଓକୁ ଟ୍ୱିଟରରେ ଅନେକଥର ରିଟ୍ୱିଟ ମଧ୍ୟ କରାଯାଇଛି। ଲୋକଙ୍କୁ ଯୁବତୀଙ୍କର ଡ୍ୟାନ୍ସ ବହୁତ ପସନ୍ଦ ଆସିଛି। ବାସ୍ତବରେ ଯୁବତୀ ଜଣକ ବହୁତ ଭଲ ଡ୍ୟାନ୍ସ କରିଛନ୍ତି।