ଏମିତି ଏକ ପ୍ଲାନ ଆଣିଲା ବିଏସଏନଏଲ, ଜିଓ-ଏୟାରଟେଲ କେହି ଟକ୍କର ଦେଇପାରିବେନି ! ଜାଣନ୍ତୁ ସେ ପ୍ଲାନ ବିଷୟରେ

0

Get real time updates directly on you device, subscribe now.

ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଏବଂ ରିଲାଏନ୍ସ ଜିଓ ନିଜର ପ୍ରି-ପେଡ ପ୍ଲାନଗୁଡିକର ମୂଲ୍ୟକୁ ବୃଦ୍ଧି କରି ଦେଇଛନ୍ତି। ଏହି ତିନୋଟି କମ୍ପାନୀ ସମସ୍ତ ପ୍ରି-ପେଡ୍ ପ୍ଲାନଗୁଡିକର ମୂଲ୍ୟକୁ ୨୦ ରୁ ୨୫ ପ୍ରତିଶତ ଲେଖାଏଁ ବୃଦ୍ଧି କରିଛନ୍ତି। କିନ୍ତୁ ଏହି ତିନୋଟି ଟେଲିକମ୍ କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସଏନଏଲ ଏକ ପ୍ରି-ପେଡ ପ୍ଲାନ ଆରମ୍ଭ କରିଛି। ଏହି ପ୍ଲାନ ମୂଲ୍ୟ ଓ ଭାଲିଡିଟି ଦୃଷ୍ଟିରୁ ଜିଓ ଏବଂ ଏୟାରଟେଲକୁ ପଛରେ ପକାଇ ଦେଇଛି। ୭୫ ଦିନର ସର୍ବାଧିକ ବୈଧତା ସହିତ ବିଏସଏନଏଲର ୯୪ ଟଙ୍କା ପ୍ଲାନ ଲଞ୍ଚ କରାଯାଇଛି।

ସୂଚନା ଅନୁସାରେ ୧୦୦ ଟଙ୍କା ମୂଲ୍ୟରୁ କମ ମୂଲ୍ୟରେ ୭୫ ଦିନର ବୈଧତା ଥିବା ପ୍ଲାନ କେହି ବି ଟେଲି ଅପରେଟର ଦେଉନାହାନ୍ତି। ଏହି ୯୪ ଟଙ୍କାର ପ୍ଲାନରେ ୩ଜିବି ଡାଟା ମଧ୍ୟ ଦିଆଯାଉଛି। ସେହିପରି କଲିଂ ପାଇଁ ୧୦୦ ମିନିଟ ମଧ୍ୟ ଦିଆଯାଉଛି।

ଆଉ ୧୦୦ ମିନିଟ ପରେ, ଉପଭୋକ୍ତାମାନଙ୍କୁ ପ୍ରତି ମିନିଟରେ ୩୦ ପଇସା ଲେଖାଏଁ ଚାର୍ଜ କରାଯିବ। ସୂଚନା ଅନୁସାରେ ଜିଓ ଦ୍ୱାରା ସର୍ବନିମ୍ନ ୭୫ ଟଙ୍କାରେ ୨୪ ଦିନର ବୈଧତା ଦିଆଯାଉଥିବା ସମୟରେ ଏୟାରଟେଲର ସବୁଠାରୁ ଶସ୍ତା ଡାଟା ଏବଂ କଲିଂ ପ୍ଲାନ ୯୯ ଟଙ୍କାରେ ଦେଇଥାଏ। ଏହି ପ୍ଲାନର ବୈଧତା ୨୮ ଦିନ ରହୁଛି।

Leave A Reply

Your email address will not be published.