ବାହାରିଲା ଅଦ୍ଭୁତ ମେସିନ : ବର୍ତ୍ତମାନ ଆଉ ହେବନାହିଁ ଅଧିକ କଷ୍ଟ,ଗୋଟିଏ ମିନଟରେ ହେବ ମୃ-ତ୍ୟୁ !

ବର୍ତ୍ତମାନ ଆଉ ମୃ-ତ୍ୟୁର କଷ୍ଟ ସହିବାକୁ ପଡିବ ନାହିଁ। ବର୍ତ୍ତମାନ ବିନା ଯନ୍ତ୍ରଣାରେ ଏକ ମିନିଟ ମଧ୍ୟରେ ଜୀବନ ଚାଲିଯିବ। ମିଳିବ ଶାନ୍ତି ମୃ-ତ୍ୟୁ। ଇଚ୍ଛା ମୃ-ତ୍ୟୁ ପାଇଁ ଆଶା ରଖୁଥିବା ଲୋକମାନେ ସହଜ ମୃ-ତ୍ୟୁ ପାଇପାରିବେ। ମଞ୍ଜୁରୀ ମିଳିଛି ମୃ-ତ୍ୟୁ-ର ମେସିନ୍‌କୁ।

ସ୍ୱିଜରଲାଣ୍ଡ ସରକାର ଏହି ମୃ-ତ୍ୟୁ-ର ମେସିନକୁ ମଞ୍ଜୁରୀ ଦେଇଛନ୍ତି। କଫିନ ଆକୃତିର ଏହି ମେସିନ ସହାଯ୍ୟରେ ଲୋକମାନେ ମାତ୍ର ୧ ମିନିଟ ମଧ୍ୟରେ ବିନା ଯନ୍ତ୍ରଣାରେ ଶନ୍ତିପୂର୍ଣ୍ଣ ମୃ-ତ୍ୟୁ ପାଇପାରିବେ। ଏହି ମେସିନକୁ ତିଆରି କରିଥିବା କମ୍ପାନୀ ଏହି ବିଷୟରେ ସୂଚନା ଦେଇଛି। କୁହାଯାଉଛିଯେ ମେସିନ ଭିତରେ ଅମ୍ଳଜାନର ସ୍ତର ବହୁତ କମ୍ ହୋଇଯାଏ। ଯେଉଁ କାରଣରୁ ହାଇପୋକ୍ସିଆ ଏବଂ ହାଇପୋକେନିଆ ହେତୁ ବ୍ୟକ୍ତିଙ୍କର ସହଜରେ ମୃ-ତ୍ୟୁ ହୋଇଯାଏ।

ଯେଉଁମାନେ ଅତ୍ୟନ୍ତ ରୋଗିଣା, ବିଛଣାରୁ ଉଠିପାରନ୍ତି ନାହିଁ, କିମ୍ବା ଯେଉଁ ରୋଗୀମାନଙ୍କ ଭଲ ହେବା ଅଶା ନଥାଏ। ସେମାନଙ୍କ ପାଇଁ ଏହି ମେସିନ ବହୁତ ସହାୟକ ହେବ। ୟୁଜର୍ସମାନଙ୍କୁ ଏହି ମେସିନକୁ ନିଜ ପସନ୍ଦର ସ୍ଥାନକୁ ନେବାକୁ ପଡିବ। ଏହାପରେ ଇଚ୍ଛା ମୃତ୍ୟୁ ପାଇଁ ଅଶା ରଖିଥିବା ଉକ୍ତ ମେସିନ୍‌ରେ ଶୋଇ ମୃତ୍ୟୁ ପ୍ରାପ୍ତ କରିପାରବେ। ବ୍ୟକ୍ତି ମୃତ୍ୟୁ ପରେ ଏହି ମେସିନର ଡିଗ୍ରେଡେବଲ୍ କ୍ୟାପସୁଲ୍ ଅଲଗା ହୋଇଯାଏ, ପରେ ଏହାକୁ ଏକ କଫିନ୍ ଭାବରେ ବ୍ୟବହାର କରାଯାଇପାରିବ। ଏହି ଆତ୍ମହତ୍ୟାର ମେସିନ୍‌ ତିଆରି କରିବା ପାଇଁ ଅଣ-ଲାଭକାରୀ ସଂସ୍ଥା ଏକ୍‌ଜିଟ୍ ଇଣ୍ଟରନ୍ୟାସନାଲ୍ର ନିର୍ଦ୍ଦେଶକ ଏବଂ ‘ଡକ୍ଟର ଡେ୍‌ଥ’ କୁହାଯାଉଥିବା ଫିଲିପ୍ ନେଟ୍‌ଶ୍ଚକେଙ୍କ ଚିନ୍ତା କରିଥିଲେ।

ପ୍ରକୃତରେ ସ୍ୱିଜରଲ୍ୟାଣ୍ଡରେ ନିଜ ଇଚ୍ଛା ମୁତାବକ ଆତ୍ମହତ୍ୟା କରିବାର ଆଇନ ରହିଛି। ଗତ ବର୍ଷ ୧୩୦୦ ଲୋକ ଏହି ଆତ୍ମହତ୍ୟା ପାଇଁ ଏହି ଆଇନ୍‌କୁ ବ୍ୟବହାର କରିଥିଲେ। ଡକ୍ଟର ଡେଥ୍‌ଙ୍କ କହିଛନ୍ତିକି, ‘ଯଦି କୌଣସି ଅପ୍ରତ୍ୟାଶିତ ଅସୁବିଧା ନହୁଏ, ତେବେ ଆସନ୍ତା ବର୍ଷ ସୁଦ୍ଧା ଆମେ ଦେଶକୁ ଏହି ସାର୍କୋ ମେସିନ୍ ଯୋଗାଇଦେବୁ। ବର୍ତ୍ତମାନ ଦୁଇଟି ସାର୍କୋ ପ୍ରୋଟୋଟାଇପ ତିଆରି ହୋଇସାରିଛି। ବର୍ତ୍ତମାନ ତୃତୀୟ ମେସିନ୍ ତିଆରି ହେଉଛି ଯାହା ଆସନ୍ତା ବର୍ଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ।’

ଡକ୍ଟର ଡେଥଙ୍କ ଏହି ମୃତ୍ୟୁର ମେସିନ୍‌କୁ ଅନେକ ଲୋକେ ବିରୋଧ କରୁଛନ୍ତି। ତାଙ୍କର ମେସିନରେ ବ୍ୟବହୃତ ହେଉଥିବା ପଦ୍ଧତିକୁ ଲୋକମାନେ ଭୁଲ ବୋଲି କହୁଛନ୍ତି। କିଛି ଲୋକେ କୁହନ୍ତିକି ଏହା ଏକ ଗ୍ୟାସ ଚାମ୍ବର ଭଳି ଅଟେ। ସେହିପରି ଅନ୍ୟ କେତେକ କହିଛନ୍ତିଯେ ଏହି ମେସିନ ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଅଛି।

Leave a Reply

Your email address will not be published. Required fields are marked *