ପେଟ୍ରୋଲ ପରେ ଟମାଟୋ ମାରିଲା ଶତକ,କେଜିକୁ ୧୪୦ ଟଙ୍କା !

0

Get real time updates directly on you device, subscribe now.

ସାଧାରଣ ଜନତା ଅହେତୁକ ଦରଦାମ ବୃଦ୍ଧିରେ ବେହାଲ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବର୍ତ୍ତମାନ ଜନତାଙ୍କୁ ବହୁତ ବାଧୁଛି। ତେଲର ଦର ୧୦୦ରୁ ଖସୁନଥିବା ସମୟରେ ପନିପରିବାର ମହଙ୍ଗା ହେବା ଜନତାଙ୍କ ରୋଷେଇଶାଳର ବଜେଟକୁ ସମ୍ପୂର୍ଣ୍ଣ ରୂପରେ ବିଗାଡି ଦେଇଛି। ବିଶେଷ କରି ଅନିୟମିତତା ବର୍ଷା କାରଣରୁ ପନିପରିବାର ଦାମ ଅହେତୁକ ବୃଦ୍ଧି ଘଟିଛି। ଫଳରେ ବିଲାତି ଦର ବର୍ତ୍ତମାନ ଆକାଶଛୁଆଁ ରହିଛି। ଲଗାଣ ବର୍ଷା ହେବା କାରଣରୁ ଦକ୍ଷିଣ ଭାରତକୁ ଯୋଗାଣ ସମ୍ପୂର୍ଣ୍ଣ ରୂପରେ ବାଧାପ୍ରାପ୍ତ ହୋଇଛି। ଏଠାରେ ବିଲାତି କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି କରାଯାଉଛି।

କେନ୍ଦ୍ରୀୟ ଗ୍ରାହକ ମନ୍ତ୍ରାଳୟ ସଦ୍ୟତମ ତଥ୍ୟ ଅନୁସାରେ ପୂର୍ବ ଭାରତରେ ବିଲାତି କିଲୋ ୩୯ ଟଙ୍କାରୁ ବଢ଼ି ୮୦ଟଙ୍କାରେ ପହଞ୍ଚିଛି। ସେହିପରି ପଶ୍ଚିମ ଭାରତରେ ଏହାର ଦାମ କିଲୋ ପ୍ରତି ୩୦ଟଙ୍କା ଥିଲା ସମୟରେ ବର୍ତ୍ତମାନ ୮୫ ଟଙ୍କାକୁ ବୃଦ୍ଧି ଘଟିଛି। ଉତ୍ତର ଭାରତରେ ବିଲାତିର ମୂଲ୍ୟ ୩୦ ଟଙ୍କାରୁ ବଢ଼ି ୮୩ ଟଙ୍କା ହୋଇସାରିଛି। ସେହିଭଳି ଗତ କିଛିଦିନ ହେଲା ବିଲାତିର ସର୍ବଭାରତୀୟ ହାରାହାରି ମୂଲ୍ୟ ୬୦ଟଙ୍କା ରହିଛି।

ମାୟାବୁନ୍ଦରରେ ବିଲାତି ୧୪୦ଟଙ୍କାରେ ମିଳୁଥିବା ସମୟରେ ପୋର୍ଟବ୍ଲେୟାରରେ ଡିସେମ୍ବର ୬ ଅର୍ଥାତ ସୋମବାର ଦିନ ବିଲାତିର ମୂଲ୍ୟ କିଲୋ ପିଛା ୧୨୭ ଟଙ୍କା ରହିଛି। ସୋମବାର ଦିନ କେରଳର ଥିରୁଅନନ୍ତପୁରମରେ ୧୨୫ ଟଙ୍କାରେ କେଜିଏ ବିଲାତି ମିଳୁଛି । ପାଲକ୍କାଡ଼ ଓ ଓ୍ଵାଇନାଡ଼ରେ ଏହାର ମୂଲ୍ୟ କିଲୋ ପ୍ରତି ୧୦୫ଟଙ୍କା ରହିଛି। ତ୍ରିସୁରରେ ଖାଉଟିମାନେ ୯୪ଟଙ୍କା ଦେଇ ବିଲାତିକୁ କିଣୁଛନ୍ତି। ସେହିଭଳି କୋଟ୍ଟାୟାମରେ କିଲୋ ପିଛା ୮୩ ଟଙ୍କାଥିବା ସମୟରେ କୋଝିକଡ଼ରେ ବିଲାତି ୯୧ଟଙ୍କା କିଲୋରେ ବିକ୍ରି ହେଉଅଛି।

ଭାରତର ପ୍ରମୁଖ ସହର ମୁମ୍ବାଇରେ ବିଲାତି କିଲୋପ୍ରତି ୫୫ଟଙ୍କାରେ ବିକ୍ରି ହେଉଥିବା ସମୟରେ ଦିଲ୍ଲୀରେ ଏହାର ମୂଲ୍ୟ ୫୬ଟଙ୍କା ରହିଛି। କୋଲକାତାରେ ଏହା ୭୮ଟଙ୍କା ଥିବା ସମୟରେ ଚେନ୍ନାଇରେ ଏହାର ମୂଲ୍ୟ କିଲୋ ପିଛା ୮୩ ଟଙ୍କା ଅଛି।

Leave A Reply

Your email address will not be published.