ଆଫ୍ରିକାର ଏହି ଭାଇ ଜଣକ ‘ବିଜଲୀ ବିଜଲୀ’ ଗୀତରେ କଲେ ଅଜବ ଡାନ୍ସ,ଇଣ୍ଟରନେଟରେ ନିଆଁ ପରି ଘୁରି ବୁଲୁଛି ଏହି ଭିଡ଼ିଓ,ଦେଖନ୍ତୁ ପ୍ରଥମେ ଭିଡ଼ିଓ !

0

Get real time updates directly on you device, subscribe now.

ଗତ କିଛି ଦିନ ହେଲାଣି ଆଫ୍ରିକାରେ ରହୁଥିବା ଭାଇ ଭଉଣୀ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତି | ନିକଟରେ ରିଲିଜ ହୋଇଥିବା ବଲିଉଡର ଚମତ୍କାର ଫିଲ୍ମ ‘ସେରଶାହା’ର ଗୀତ ‘ରାତା ଲମ୍ବିଆ’ ଗୀତରେ ଜବରଦସ୍ତ ଲିପ୍ସିଙ୍ଗ କରି ସାରା ଦୁନିଆରେ ଫେମସ ହୋଇଛନ୍ତି ଏବଂ ସେବେଠାରୁ ନେଇ ବଲିଉଡର ଅନେକ ଗୀତରେ ସେ ପରଫର୍ମ କରିଛନ୍ତି | ଲିପ୍ସିଙ୍ଗ ପରେ ବର୍ତ୍ତମାନ ତାଙ୍କ ଡାନ୍ସ ଭିଡିଓ ମଧ୍ୟ ଖୁବ ଭାଇରଲ ହେଉଛି | ବାସ୍ତବରେ, ‘ଆଫ୍ରିକୀୟ ଭାଇ’ ନିକଟରେ ରିଲିଜ ହୋଇଥିବା ‘ବିଜଲୀ ବିଜଲୀ’ ସଙ୍ଗରେ ଜବରଦସ୍ତ ଡାନ୍ସ କରିଛନ୍ତି, ଯାହା ପରଠାରୁ ସେ ଆହୁରି ଫେମସ ହୋଇଛନ୍ତି | ଏହି ଆଫ୍ରିକୀୟ ଭାଇଙ୍କ ନାମ କିଲି ପଲ ଅଟେ ଏବଂ ସେ ଏକଦମ କିଲର ପରଫରମାନ୍ସ ଦେଇଛନ୍ତି | ଲୋକମାନେ ତାଙ୍କ ଡାନ୍ସକୁ ବହୁତ ପସନ୍ଦ କରୁଛନ୍ତି |

ଭାଇରଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ କିଲି ପଲ ପାରମ୍ପରିକ ଡ୍ରେସ ପିନ୍ଧିଛନ୍ତି ଏବଂ ତାଙ୍କ ପଛରେ ଗଛଲତା ଥିବାର ଦେଖାଯାଉଛି | ସେ ‘ବିଜଲୀ ବିଜଲୀ’ ଗୀତରେ ଅଜବ ଡାନ୍ସ କରୁଥିବାର ଦେଖାଯାଉଛି | ସେ ଏପରି ସ୍ଟେପ ଦେଉଛନ୍ତି ଯେ ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଚିନ୍ତା କରିବେ ଯେ ଏହି ଡାନ୍ସ ସ୍ଟେପଗୁଡିକୁ କିଲି ଭାରତୀୟ କଳାକାରମାନଙ୍କ ଠାରୁ ଶିଖି ନାହାନ୍ତି ତ !

View this post on Instagram

A post shared by Kili Paul (@kili_paul)

ଆପଣଙ୍କୁ କହିରଖୁଛୁ ଯେ ‘ବିଜଲୀ ବିଜଲୀ’ ଗୀତ କିଛି ସମୟ ହୋଇଛି ରିଲିଜ ହୋଇଛି, ଯାହା ବହୁତ ଭାଇରଲ ହେଉଛି | ଏହି ଗୀତଟି ଅଭିନେତ୍ରୀ ଶ୍ଵେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କର ଅଟେ | ଏହି ଗୀତରେ ହାର୍ଡ଼ି ସଂଧୁଙ୍କ ସହିତ ତାଙ୍କ କେମେଷ୍ଟ୍ରି ଶୋ କରୁଛି | ଏହି ଗୀତକୁ ହାର୍ଡ଼ି ସଂଧୁ ହିଁ ଗାଇଛନ୍ତି ଏବଂ ଏହାର ମ୍ୟୁଜିକ ଫେମସ ସିଙ୍ଗର ଏବଂ କମ୍ପୋଜର ବି ପ୍ରାକ ଦେଇଛନ୍ତି |

କିଲି ପଲ ନିଜର ଏହି ଚମତ୍କାର ଡାନ୍ସ ଭିଡିଓକୁ ଇନ୍ସଟାଗ୍ରାମରେ ସେୟାର କରିଛନ୍ତି, ଯାହାକୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୨ ହଜାର ଲୋକ ଦେଖି ସାରିଲେଣି ଏବଂ ୧୩ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି | ସେହିପରି ଅନେକ ଲୋକ ଭିଡିଓରେ କମେଣ୍ଟ କରି କିଲିଙ୍କ ଡାନ୍ସକୁ ପ୍ରଶଂସା କରିଛନ୍ତି | ଜଣେ ୟୁଜର ଲେଖିଛନ୍ତି ଯେ ‘ଏହି ବିଜୁଳି ସମସ୍ତଙ୍କ ଠାରେ ପଡିବ’ | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ‘ମତେ ଆପଣଙ୍କର ଏହି ପାରମ୍ପରିକ ଡ୍ରେସ ବହୁତ ଭଲ ଲାଗିଲା, ଏହା କିଛି ଭାରତୀୟ ଶାଢ଼ୀ ପରି ଅଟେ |’ ଏହିପରି ଆହୁରି ଅନେକ ୟୁଜର କିଲିଙ୍କ କିଲର ପରଫରମାନସିଙ୍ଗକୁ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.