ଏଟିଏମରୁ ଟଙ୍କା ଉଠାଇବା ନେଇ ଆସିଲା ବଡ ଖବର,ବର୍ତ୍ତମାନ ଆହୁରି ବହୁତ ସହଜରେ ଉଠାଇ ପାରିବେ ଟଙ୍କା ! ଜାଣନ୍ତୁ କିପରି !

ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ଓ ବିଶ୍ୱସନୀୟ ବ୍ୟାଙ୍କ ହେଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଯେଉଁଥିରେ ଅନେକ ଗ୍ରାହକ ଯୋଡି ହୋଇ ରହିଛନ୍ତି। ଏହି ବ୍ୟାଙ୍କ ନିଜର ଗ୍ରାହକମାନଙ୍କ ସୁବିଧା ପାଇଁ ବହୁ ଦୂର ଦୂରାନ୍ତରେ ଏଟିଏମର ବ୍ୟବସ୍ଥାକୁ ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ କିଛି ସ୍ଥାନରେ ଏହି ଏଟିଏମରୁ ଟଙ୍କା ବାହାର କରିବା ସମୟରେ ଗ୍ରାହକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି।

ଏହାକୁ ଧ୍ୟାନରେ ରଖି ଏସବିଆଇ ତରଫରୁ ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ନିକଟ ଅତୀତରେ ଏସବିଆଇ ଏହି ଅସୁବିଧା ପାଇଁ ଏକ ଟ୍ଵିଟ ଜାରି କରିଛି। ଯଦି କୌଣସି ଗ୍ରାହକ ଏଟିଏମରୁ ଟଙ୍କା ଉଠାଇବା ସମୟରେ ତାଙ୍କ ପାଖକୁ କୌଣସି OTP ଯାଉନାହିଁ ଏବଂ ଏଥିପାଇଁ Error ଦେଖାଉଛି, ତେବେ ତୁରନ୍ତ ସୂଚନା ଦେବା ଆବଶ୍ୟକ। ଏହାସହ ଯଦି ସେ ଏଟିଏମରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କର ରେଜିଷ୍ଟର୍ଡ ଆକାଉଣ୍ଟ ନମ୍ବର ସହ ଲିଙ୍କ ଥିବା ମୋବାଇଲ ନମ୍ବରରେ ଓଟିପି ଦେବାକୁ ମଧ୍ୟ ପଡ଼ିବ।

ସବୁଠାରୁ ଜରୁରୀ କଥା ହେଉଛି ନୂଆ ନିୟମ ଅନୁସାରେ, ଗ୍ରାହକମାନେ ଏଥିନିମନ୍ତେ ଯଦି କିଛିବି ସମସ୍ୟାର ସାମ୍ନା କରନ୍ତି ତୁରନ୍ତ ବ୍ୟାଙ୍କକୁ ସୂଚନା ଦେବା ଆବଶ୍ୟକ ଅଟେ। ତେବେ ଏହି ନୂଆ ନିୟମ କେବଳ ସେମାନଙ୍କ ପାଇଁ ଯେଉଁମାନେ ୧୦ ହଜାର ଟଙ୍କାରୁ ଅଧିକ ଟଙ୍କା ଆକାଉଣ୍ଟରୁ ଉଠାଇବେ। ୧୦ ହଜାରରୁ କମ ଟଙ୍କା ଉଠାଉଥିବା ଗ୍ରାହକମାନଙ୍କ ପାଇଁ କୌଣସି ଓଟିପିର ବ୍ୟବସ୍ଥା ନାହିଁ। ତେବେ ନୂଆ ନିୟମ ଅନୁସାରେ ଏହି ଷ୍ଟେପକୁ ଫଲୋ କରନ୍ତୁ।

– ପ୍ରଥମେ ଏଟିଏମ କାର୍ଡକୁ ମେସିନରେ ଭର୍ତ୍ତି କରନ୍ତୁ।

– ପରେ ନିଜ କ୍ୟାସ ଆମାଉଣ୍ଟକୁ ଏଣ୍ଟର କରନ୍ତୁ।

– ୧୦ ହଜାରରୁ ଅଧିକ ଟଙ୍କା ଏଣ୍ଟର କଲେ ଏସବିଆଇ ତରଫରୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ନମ୍ବର ଯିବ।

– ଓଟିପି ନମ୍ବର ଦେବା ପରେ ଏଟିଏମରୁ ଆପଣ ନିଜର ସିଙ୍ଗିଲ କ୍ୟାସ ଆମାଉଣ୍ଟକୁ ଉଠାଇପାରିବେ। ଯଦି ପୁଣି ଥରେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ହେବ, ତେବେ ପୁନର୍ବାର ନୂଆ ଓଟିପି ନମ୍ବରକୁ ଏଣ୍ଟର କରିବାକୁ ପଡ଼ିବ।

୨୦୨୦ ମସିହାରେ ଏହି ଓଟିପିର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଯାହାକି ଅନଅଥରାଇଜଡ ଟ୍ରାଞ୍ଜେକସନର ସମସ୍ୟାକୁ ରୋକିବା ଏହାର ପ୍ରଥମ ଲକ୍ଷ୍ୟ ଥିଲା। ଫ୍ରଡ ସମସ୍ୟାକୁ ଦୂର କରିବା ପାଇଁ ଏହି ପ୍ଲାନକୁ ବାହାର କରାଯାଇଥିଲା। ବର୍ତ୍ତମାନ ନିର୍ଦ୍ଦିଷ୍ଟ ଆମାଉଣ୍ଟକୁ ନେଇ ଓଟିପିର ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଏହି ଓଟିପି କେବଳ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିବ।

Leave a Reply

Your email address will not be published. Required fields are marked *