ଆଇପିଏଲ ୨୦୨୨ : ରିଟେନ୍ସନ ପରେ ସବୁ କିଛି କ୍ଳିଅର ,ଏହି ପ୍ଲେୟାର ହେବେ ଚେନ୍ନାଇର ନୂଆ ଅଧିନାୟକ ! ଧୋନୀ ମଧ୍ୟ ତାଙ୍କୁ କରୁଛନ୍ତି ସପୋର୍ଟ:

0

Get real time updates directly on you device, subscribe now.

ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇକୁ ଚାରିଥର ଚମ୍ପିୟାନ କରିଛନ୍ତି। ଧୋନୀଙ୍କ ବୟସ ବର୍ତ୍ତମାନ ବଢ଼ିବାରେ ଲାଗିଛି ଯାହାକି ସ୍ପଷ୍ଟ ରୂପରେ ତାଙ୍କ ଖେଳକୁ ଦେଖି ଲାଗୁଛି। ଆଗାମୀ ସିଜିନ ପରେ ଧୋନୀଙ୍କ ଆଇପିଏଲ ଖେଳିବା ମଧ୍ୟ ଅସମ୍ଭବ ହୋଇଯିବ। ଏମିତିରେ ସିଏସକେ କୁ ଏକ ନୂଆ ଅଧିନାୟକର ଆବଶ୍ୟକ ହେବ। ଏହି ପଦକୁ ସମ୍ଭାଳିବା ପାଇଁ ଚେନ୍ନାଇ ପାଖରେ ଏକ ଶାନଦାର ଖେଳାଳି ପୂର୍ବରୁ ମହଜୁଦ ରହିଛନ୍ତି।

ଏହି ଖେଳାଳି ହୋଇପାରେ ନୂଆ ଅଧିନାୟକ:-

ଆଇପିଏଲ 2022 ମେଗା ଅକ୍ସନ ପରେ ଚାରିଥର ଚାମ୍ପିୟାନ ଚେନ୍ନାଇ ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡେଜା, ମୋଇନ ଅଲ୍ଲୀ ଓ ଋତୁରାଜ ଗାଇକୱାଦଙ୍କୁ ରିଟେନ କରିଛି। ପୂର୍ବରୁ ଏମିତି ଲାଗୁଥିଲା କି, ଧୋନୀଙ୍କ ପରେ ଦଳର ଷ୍ଟାର ଓପନର ଫାଫ ଡୁ ପ୍ଲେସିସ ଦଳର ଅଧିନାୟକ ହେବେ କିନ୍ତୁ ଚେନ୍ନାଇ ଡୁ ପ୍ଲେସିସଙ୍କୁ ରିଲିଜ କରିସାରିଛି। ବର୍ତ୍ତମାନ ଚେନ୍ନାଇ ଜାଡେଜାଙ୍କୁ ନିଜର ଅଧିନାୟକ ଭାବରେ ଖେଳାଇଇବ ଓ ଦଳ ଜାଡେଜାଙ୍କୁ 16 କୋଟି ଟଙ୍କା ଦେଇ ରିଟେନ କରିଛି। ଧୋନୀ ନିଜେ ମଧ୍ୟ ଜାଡେଜାଙ୍କୁ ଏଥିରେ ସପୋର୍ଟ କରୁଛନ୍ତି।

ରାଇନାଙ୍କୁ ମଧ୍ୟ ଡ୍ରପ କରାଗଲା:-

ସମସ୍ତେ ଏହା ମଧ୍ୟ ଭାବୁଥିଲେ କି, ଧୋନୀଙ୍କ ପରେ ରାଇନା ଦଳର ଅଧିନାୟକ ପଦ ସମ୍ଭାଳିବେ କିନ୍ତୁ ଏହାବି ହୋଇପାରିଲା ନାହିଁ। ଦଳ ତାଙ୍କୁ ମଧ୍ୟ ଡ୍ରପ କରିସାରିଛି। ରାଇନାଙ୍କ ଫର୍ମ ମଧ୍ୟ ବାରମ୍ବାର ଚେନ୍ନାଇକୁ ଅସୁବିଧାରେ ପକାଉଥିଲା ସେଥିପାଇଁ ଦଳ ଏହିପରି ନିଷ୍ପତ୍ତି ନେଇଛି।

ସବୁଠାରୁ ସଫଳତମ ଟିମ ମଧ୍ୟରୁ ଚେନ୍ନାଇ ହେଉଛି ଗୋଟିଏ:-

ଆଇପିଏଲ ଇତିହାସରେ ମହେନ୍ଦ୍ର ସିଂହଙ୍କ ଅଧିନାୟକରେ ଚେନ୍ନାଇ ଚାରିଥର ଟାଇଟଲ ଟେକିସାରିଛି। ଚେନ୍ନାଇ ବ୍ୟତୀତ ରୋହିତଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଅଧିକ ଟ୍ରଫି 5 ଥର ଜିତିସାରିଛି। ମୁମ୍ବାଇ ଚଳିତବର୍ଷ ପ୍ଲେ ଅଫ ଯାଇ ପାରିନଥିଲା।

କେବେ ହେବ ଆଇପିଏଲ ମେଗା ଅକ୍ସନ?:-

ଆଇପିଏଲ 2022 ମେଗା ଅକ୍ସନ ପାଇଁ ବର୍ତ୍ତମାନ ତାରିଖ ଘୋଷଣା ହୋଇନାହିଁ। ଆଶା କରାଯାଉଛି ଡ଼ିସେମ୍ବର ଶେଷ ଆଡ଼କୁ ଓ ଜାନୁଆରୀ ମାସରେ ଏହି ଇଭେଣ୍ଟ କରାଯିବ। ଦେଖିବାକୁ ରହିଲା ସିଏସକେ ନିଜର କେତେ ପୁରୁଣା ପ୍ଲେୟାରଙ୍କୁ ଦଳରେ ସାମିଲ କରିପାରୁଛି।

Leave A Reply

Your email address will not be published.