ଚାକିରୀ ପାଇଁ ଆଉ କରନ୍ତୁ ନାହିଁ ଚିନ୍ତା : ବର୍ତ୍ତମାନ ପ୍ରତି ମାସରେ ରୋଜଗାର କରନ୍ତୁ ଏତେ ଟଙ୍କା !

0

Get real time updates directly on you device, subscribe now.

ଯଦି ଆପଣ କୌଣସି ଛୋଟ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କର ବହୁତ କାମରେ ଆସିବ | ପୁଣି ଏମିତି ଏକ ବିଜନେସ, ଯେଉଁଥିରେ ଆପଣଙ୍କୁ ଅଧିକ ଟଙ୍କା ବିନିଯୋଗ କରିବାକୁ ପଡିବ ନାହିଁ ଏବଂ ଅଧିକ ଟଙ୍କା ମଧ୍ୟ ରୋଜଗାର କରିପାରିବେ | ଆମେ କଥା ହେଉଛନ୍ତି ବିଷ୍କିଟ ବିଷୟରେ, ଯାହା ସବୁବେଳେ ଦରକାର ହୋଇଥାଏ |

ଲକଡାଉନ ସମୟରେ ଯେତେବେଳେ ସମସ୍ତ ଶିଳ୍ପ ବହୁତ ଖରାପ ଭାବେ ପ୍ରଭାବିତ ହେଲେ, ସେହି ସମୟରେ ପାରଲେ ଜି ବିସ୍କୁଟର ଏତେ ଅଧିକ ବିକ୍ରି ହେଲା ଯେ ଗତ ୮୨ ବର୍ଷର ରେକର୍ଡ ଭାଙ୍ଗିଗଲା | ଏପରି ପରିସ୍ଥିତିରେ ବେକରି ପ୍ରଡକ୍ଟ ତିଆରି କରିବାର ୟୁନିଟ କରିବା ଭଲ ବିକଳ୍ପ ହୋଇପାରେ |

ଯଦି ଆପଣ ବେକରି ଇଣ୍ଡଷ୍ଟ୍ରିରେ ଖୋଲିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମୋଦି ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି | ମୁଦ୍ରା ସ୍କିମ ଅଧୀନରେ ବିଜନେସ ଆରମ୍ଭ କରିବାପାଇଁ ଆପଣଙ୍କୁ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ |

ମୋଟ ଖର୍ଚ୍ଚର ୮୦ ପ୍ରତିଶତ ପର୍ଯ୍ୟନ୍ତ ଫଣ୍ଡର ସାହାଯ୍ୟ ସରକାରଙ୍କଠାରୁ ମିଳିଯିବ | ଏଥିପାଇଁ ସରକାର ନିଜେ ପ୍ରଜେକ୍ଟ ରିପୋର୍ଟ ତିଆରି କରିଛନ୍ତି | ଏହି ବିଜନେସରୁ ପ୍ରତ୍ୟେକ ମାସରେ ୪୦ ହଜାର ଟଙ୍କାରୁ ଅଧିକ ରୋଜଗାର ସହଜରେ କରିପାରିବେ |

କରିବାକୁ ପଡିବ ଏତେ ଖର୍ଚ୍ଚ :-

ପ୍ରୋଜେକ୍ଟ କରିବାକୁ ମୋଟ ଖର୍ଚ୍ଚ ୫.୩୬ ଲକ୍ଷ ଟଙ୍କା ଲାଗିବ | ଆପଣଙ୍କୁ ଏଥିରେ ଖର୍ଚ୍ଚ କରିବାକୁ ପଡିବ କେବଳ ୧ ଲକ୍ଷ ଟଙ୍କା | ମୁଦ୍ରା ସ୍କିମ ଅଧୀନରେ ଆପଣଙ୍କ ସିଲେକସନ ହୋଇଥାଏ, ତେଣୁ ବ୍ୟାଙ୍କରୁ ଟର୍ମ ଲୋନ ୨.୮୭ ଲକ୍ଷ ଟଙ୍କା ଏବଂ ୱର୍କିଙ୍ଗ କ୍ୟାପିଟାଲ ଲୋନ ୧.୪୯ ଲକ୍ଷ ଟଙ୍କା ମିଳିଯିବ |

ପ୍ରୋଜେକ୍ଟ ଅଧୀନରେ ଆପଣଙ୍କ ପାଖରେ ୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ନିଜର ଜାଗା ଥିବା ଦରକାର | ଯଦି ନାହିଁ, ତେବେ ଏହାକୁ ରେଂଟରେ ନେଇ ପ୍ରୋଜେକ୍ଟ ଫାଇଲ ସହିତ ଦେଖାଇବାକୁ ପଡିବ | ୫.୩୬ ଲକ୍ଷ ଟଙ୍କାରେ ମୋଟ ବାର୍ଷିକ ଉତ୍ପାଦନ ଏବଂ ତାର ବିକ୍ରିର ଅନୁମାନ କିଛି ଏହିପରି ଲଗାଯାଇଛି |

ଆବେଦନ କରିବାର ସର୍ତ୍ତ :-

ଏଥିପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଆପଣ ଯେକୌଣସି ବ୍ୟାଙ୍କରେ ଆବେଦନ କରିପାରିବେ | ଏଥିପାଇଁ ଆପଣଙ୍କୁ ଗୋଟିଏ ଫର୍ମ ପୂରଣ କରିବାକୁ ପଡିବ, ଯେଉଁଥିରେ ଏହି ଡିଟେଲ ଦେବାକୁ ପଡିବ | ନାମ, ଠିକଣା, ବିଜନେସ ଆଡ୍ରେସ, ଏଜୁକେସନ, ବର୍ତ୍ତମାନର ଇନକମ ଏବଂ କେତେ ଲୋନ ଦରକାର | ଏଥିରେ କୌଣସି ପ୍ରକାରର ପ୍ରୋସେସିଂ ଫିସ କିମ୍ବା ଗ୍ୟାରେଣ୍ଟି ଫିସ ମଧ୍ୟ ଦେବାକୁ ପଡ଼ିବନାହିଁ | ଲୋନର ଆମାଉଣ୍ଟ ୫ ବର୍ଷରେ ଫେରାଇ ପାରିବେ |

Leave A Reply

Your email address will not be published.