ବାହାଘର ପୂର୍ବରୁ ବିକ୍କି-କ୍ୟାଟ୍ରିନାଙ୍କ ନାଁରେ ଥାନାରେ ମାମଲା,ଜାଣନ୍ତୁ ପ୍ରକୃତ ଘଟଣା

0

Get real time updates directly on you device, subscribe now.

ବିକ୍କ-କ୍ୟାଟଙ୍କର ଶାହାନାଇ ଆଉ ଦୁଇ ଦିନ ପରେ ବାଜିବ। ଲଭବାର୍ଡରୁ ସ୍ୱାମୀ-ସ୍ତ୍ରୀ ପାଲଟିବେ। ଆଜି ହେଉଛି ଉଭୟଙ୍କର ମେହେନ୍ଦୀ। କାଲି ସଙ୍ଗୀତ ଓ ତା’ପରଦିନ ବିବାହ। ଏଥିପାଇଁ ରାଜସ୍ଥାନର ରାଜକୀୟ ଦୁର୍ଗ ସଜେଇ ହୋଇଛନ୍ତି। ଆଜିଠାରୁ ଉଭୟଙ୍କର ବିବାହ ରୀତିନୀତି ଆରମ୍ଭ ହୋଇଛି। ରାଜସ୍ଥାନର ଜୋଧପୁରରେ ଅତିଥି ଓ ସେଲେବ୍ରିଟିମାନେ ମଧ୍ୟ ଡେରା ପକାଇଲେ, ଭିଡ ମଧ୍ୟ ଜମିଲାଣି। ତେବେ ବିବାହ ପୂର୍ବରୁ ବିକ୍କି ଓ କ୍ୟାଟ୍ରିନାଙ୍କ ନାଁରେ ଏକ ମାମଲା ଥାନାରେ ରୁଜୁ ହୋଇଛି।

ଗୋଟିଏ ପଟେ ଅଭିନେତା ବିକ୍କି କୌଶାଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିବା ସମୟରେ ଅନ୍ୟ ପଟେ ରାଜସ୍ଥାନର ଜଣେ ଓକିଲ ଉଭୟଙ୍କ ନାଁରେ ଏକ ସଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଓକିଲ ନେତ୍ରାବିନ୍ଦୁ ସିଂହ ଏହି ଦମ୍ପତିଙ୍କ ବିରୋଧରେ ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଏକ ଅଭିଯୋଗ କରିଛନ୍ତି। ଚୌଥ ମନ୍ଦିର ନିକଟରେ ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିବାରୁ ଏହି ଦମ୍ପତିଙ୍କ ବିରୋଧରେ ଓକିଲ ଜଣକ ଅଭିଯୋଗ ଆଣିଛନ୍ତି।

ଡେକାନ କ୍ରନିକାଲ୍‌ର ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ଓକିଲ ସିକ୍ସ ସେନ୍ସ ଫୋର୍ଟ ବାରୱାରାର ହୋଟେଲ ମ୍ୟାନେଜର, କ୍ୟାଟ୍ରିନା କୈଫ, ବିକ୍କି କୌଶାଲ ଏବଂ ଜିଲ୍ଲା କଲେକ୍ଟର ମ୍ୟାନେଜରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।

ଅଭିଯୋଗ ଅନୁସାରେ, ହୋଟେଲ ସିକ୍ସ ସେନ୍ସଟି ମନ୍ଦିରକୁ ଯିବା ବାଟରେ ପଡୁଛି। ଜିଲ୍ଲା କଲେକ୍ଟରଙ୍କର ତତ୍ତ୍ୱାବଧାନରେ ହୋଟେଲର ମ୍ୟାନେଜର ୬ ରୁ ୧୨ ଡିସେମ୍ବର ପର୍ଯ୍ୟନ୍ତ ମନ୍ଦିରକୁ ଯାଉଥିବା ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ଏହି କାରଣରୁ ଭକ୍ତମାନେ ମନ୍ଦିରକୁ ଯିବାରେ ଅସୁବିଧାର ସାମ୍ନା କରୁଛନ୍ତି। କାରଣ ବିବାହ ହେତୁ ହୋଟେଲ ସିକ୍ସ ସେନ୍ସରୁ ମନ୍ଦିରକୁ ଯାଉଥିବା ରାସ୍ତା ଆଗାମୀ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ତେଣୁ ଏହି ରାସ୍ତା ଖୋଲିବା ପାଇଁ ସେ ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ ଆଜି ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କର ମେହେନ୍ଦୀ ସେରେମୋନୀ। ଏହି ବିବାହରେ ଭିଭିଆଇପି ଅତିଥିଙ୍କୁ ମିଶାଇ ୧୨୦ ଜଣ ସମୁଦାୟ ସାମିଲ ହେବେ। ବିକ୍କ ଓ କ୍ୟାଟ୍ରିନାଙ୍କ ଏବଂ ବିଶେଷ ୱେଡିଂ ଥିମ ଅଛି। ମେହେନ୍ଦୀ ଓ ସଙ୍ଗୀତ ପାଇଁ ମଧ୍ୟ ସେମିତି ଥିମ ରହିଛି। ହିନ୍ଦୁ ରୀତିନୀତି ଅନୁସାରେ ଦୁଇଜଣ ବିବାହ କରିବେ।

Leave A Reply

Your email address will not be published.