ଅଚାନକ ଗାଏବ ହୋଇଯାଉଛି ମହିଳାଙ୍କ ପୋଷାକ, ଆଶ୍ଚର୍ଯ୍ୟ ହୋଇ ଥାନାରେ କଲେ ଅଭିଯୋଗ !

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଏକ ସରକାରୀ ମହିଳା ଇଞ୍ଜିନିୟର ବୈତୁଲ ଜିଲ୍ଲାର କୋତବାଲି ପୋଲିସ୍ ଷ୍ଟେସନ୍ ରେ ଆବେଦନ କରି ଅଦୃଶ୍ୟ ଶକ୍ତି ଠାରୁ ନିଜର ପୋଷାକ, ପଇସା ଏବଂ ଖାଇବା ଚୋରି ସହିତ ଅଳଙ୍କାର ଓଜନ କରିବାରୁ ମୁକ୍ତି ଦେବାକୁ ଅନୁରୋଧ କରିଛନ୍ତି । ଏହାକୁ ନେଇ ପୋଲିସ ବର୍ତ୍ତମାନ କନ୍ଫ୍ୟୁଜରେ ଅଛି ।

କଣ୍ ରହିଛି ପୁରା ମାମଲା :-

ଏହି ଅଭିଯୋଗ ବୈତୁଲର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ପରିଯୋଜନାରେ କାର୍ଯ୍ୟରତ ଥିବା ମହିଳା ଇଞ୍ଜିନିୟର ଶ୍ରୁତି ଝାଡେଙ୍କର ଅଟେ । କୋତବାଲି ପୋଲିସ୍ ଷ୍ଟେସନର ପୋଲିସ ରତ୍ନାକର ହିଙ୍ଗବେ କହିଛନ୍ତି, ‘ ଏହି ମହିଳା ଇଞ୍ଜିନିୟର ଶୁକ୍ରବାର ଦିନ କୋତବାଲି ପୋଲିସ୍ ଷ୍ଟେସନ ରେ ପହଞ୍ଚି ଲିଖିତ ଆବେଦନ ଦେଇଛନ୍ତି । ଆବେଦନରେ ଦାବି କରାଯାଇଛି ଯେ କୌଣସି ଅଦୃଶ୍ୟ ଶକ୍ତି, ଯାହାର ପାଦ ଦେଖାଯାଏ ଏବଂ ବେଳେବେଳେ ଧଳା ତ ଆଊ କେତେବେଳେ କଳା ବେଶରେ ତାଙ୍କ ଘରକୁ ଆସି ତାଙ୍କ ଦ୍ଵାରା ତିଆରି କରାଯାଇଥିବା ଖାଦ୍ୟ ଖାଇଦିଏ । କେବଳ ଏତିକି ନୁହେଁ, ଏହି ଅଦୃଶ୍ୟ ଶକ୍ତି ତାଙ୍କ ଅଳଙ୍କାର ର ଓଜନ ମଧ୍ଯ କମାଇ ଦେଇଛି । ଏହାସହିତ ଘରେ ରଖାଯାଇଥିବା ପୋଷାକ ଏବଂ ଟଙ୍କା ଉପରେ ମଧ୍ୟ ହାତ ମାରୁଛି ।’

ପୋଲିସ କୁ କଲେ ଅନୁରୋଧ :-

ସେ କହିଛନ୍ତି ଯେ ସହରର ଟୀକାରୀ ଅଞ୍ଚଳରେ ରହୁଥିବା ଏହି ମହିଳାଙ୍କ ଅନୁଯାୟୀ ସେ ଗତ 4-5 ଦିନ ହେଲାଣି ବହୁତ୍ ଡରିଯାଇଛନ୍ତି । ହୀଙ୍ଗବେ କହିଛନ୍ତି ଯେ ଏହି ମହିଳା ପୋଲିସକୁ ଅନୁରୋଧ କରିଛି ଯେ କୌଣସି ଉପାୟ ବାହାର କରି ଏହି ସମସ୍ୟାରୁ ମୁକ୍ତି ଦିଅନ୍ତୁ ।

ମହିଳାଙ୍କ ମୁଣ୍ତରେ ଭ୍ରମ :-

ଏହି ମହିଳାଙ୍କ ଅଭିଯୋଗ ଉପରେ ହିଙ୍ଗବେ କହିଛନ୍ତି ଯେ ଅନେକଥର ମୁଣ୍ଡରେ ଯାହା ଚାଲିଥାଏ, ସେହି ଭ୍ରମ କାରଣରୁ ତାହା ସତରେ ଘଟୁଛି ବୋଲି ଅନୁଭବ ହେବାକୁ ଲାଗେ, ଯାହାକି ବାସ୍ତବରେ ଏପରି କିଛି ବି ହୋଇନଥାଏ । ତାଙ୍କର ମଧ୍ୟ କିଛି ଭ୍ରମ ରହିଥିବ । ତାଙ୍କୁ ବୁଝାଇସୁଝାଇ ତାଙ୍କ ମନରୁ ଭ୍ରମକୁ ବାହାର କରିବାକୁ ଚେଷ୍ଟା କରାଯିବ ।

Leave A Reply

Your email address will not be published.