ପୋଷ୍ଟ ଅଫିସ ଏକ ଏମିତି ସ୍ଥାନ ଅଟେ ଯେଉଁଠାରେ ଆପଣ ବିନା ରିସ୍କ ସହିତ ଲାଭ ଉଠାଇପାରିବେ। ଏହାର MIS ଏକ ଏମିତି ପ୍ଲାନ ଅଟେ ଯେଉଁଥିରେ ଆପଣ ଏକାଥରେ ପଇସା ନିବେଶ କରି ମାସିକ ଏହାର ସୁଧ ହାସଲ କରିପାରିବେ।
ଏହି ଆକାଉଣ୍ଟରେ କେତେକ ବେନିଫିଟ ମିଳୁଛି। ଏହି ଆକାଉଣ୍ଟ ଆପଣ ୧୦ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଖୋଲିପାରିବେ। ଯଦି ଆପଣ ନିଜ ପିଲା ନାମରେ ଏହି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହାର ସୁଧରେ ପିଲାର ଟ୍ୟୁସନ ଫିସ ଦେଇପାରିବେ। ଆସନ୍ତୁ ଜାଣିବା ଏହି ସ୍କିମର ସମସ୍ତ ଡ଼ିଟେଲସ।
ଖାତା କେଉଁଠାରେ ଖୋଲିପାରିବେ:-
ଏହି ଆକାଉଣ୍ଟକୁ ଆପଣ କୌଣସି ବି ଡାକଘରକୁ ଯାଇ ଖୋଲିପାରିବେ। ଏଥିରେ ଆପଣ 4.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। ଏଥିରେ ଆପଣଙ୍କୁ ସୁଧ ରାଶି 6.6 ପ୍ରତିଶତ ମିଳିଥାଏ। ଯଦି ଆପଣଙ୍କ ପିଲାର ବୟସ 10 ବର୍ଷରୁ ଅଧିକ ତାହେଲେ ଆପଣ ମଧ୍ୟ ଏହି ଆକାଉଣ୍ଟ ଖୋଲିପାରିବେ। ଏହାର ମ୍ୟାଚୁରୀଟି 5 ବର୍ଷର ହୋଇଥାଏ ଓ ଏହାପରେ ଆପଣ ଏହାକୁ ବନ୍ଦ କରିପାରିବେ।
ଜାଣନ୍ତୁ କାଲକୁଲେସନ:-
ଯଦି ଆପଣଙ୍କ ପିଲାର ବୟସ 10 ବର୍ଷ ଅଟେ ତାହେଲେ ଆପଣ ତାଙ୍କ ନାମରେ 2 ଲକ୍ଷ ଟଙ୍କା ଜମାକରି ମାସିକ 1100 ଟଙ୍କା ସୁଧ ପାଇପାରିବେ। 5 ବର୍ଷରେ ଆପଣ ମୋଟ 66 ହଜାର ଟଙ୍କା ପାଇପାରିବେ। ଏହି ପଇସାରେ ପ୍ୟାରେଣ୍ଟ ମାନେ ନିଜ ପିଲାର ଟ୍ୟୁସନ ଫିସ ଦେଇପାରିବେ। ପ୍ୟାରେଣ୍ଟ ମାନଙ୍କ ପାଇଁ ଏହି ଟଙ୍କା ଏକ ଭଲ ସହଯୋଗ ରାଶି ହୋଇପାରିବ।
ପ୍ରତ୍ୟେକ ମାସରେ ମିଳିବ 1925 ଟଙ୍କା :-
ଏହାର ଏକ ଭଲ କଥା ଏହା ଅଟେ କି, ଏହାକୁ ଆପଣ ଦୁଇ ତିନିଜଣଙ୍କ ନାମରେ ଜଏଣ୍ଟ ଖୋଲିପାରିବେ। ଯଦି ଆପଣ ଏଥିରେ 3.50 ଲକ୍ଷ ଜମା କରନ୍ତି ତାହେଲେ ଆପଣଙ୍କୁ 1925 ଟଙ୍କା ମିଳିବ। ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ଏହା ଏକ ଭଲ ଯୋଜନା ଅଟେ।
ଏହି ସୁଧ ଟଙ୍କାରେ ଆପଣ ସ୍କୁଲ ଫିସ, ଟ୍ୟୁସନ ଫିସ, ପେନ କପି ଇତ୍ୟାଦି ପାଇଁ ଆଉ ଅସୁବିଧା ହେବନାହିଁ। ଏହି ସ୍କିମର ଅଧିକତର ରାଶି 4.5 ଲକ୍ଷ ଟଙ୍କା ଜମା କରି ଆପଣ 2475 ଟଙ୍କା ମାସିକ ପାଇପାରିବେ।