ମାତ୍ର ୧୦୦ ଟଙ୍କାରେ ପୋଷ୍ଟ ଅଫିସ୍‌ରେ ଖୋଲନ୍ତୁ ଏହି ଖାତା, ମିଳିବ ଦମଦାର ଅଫର

ବର୍ତ୍ତମାନ ସମୟରେ ଟଙ୍କା ରୋଜଗାର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିବେଶ କରିବା ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। କମ୍ ଅର୍ଥ ନିବେଶ କରି ଅଧିକ ପରିମାଣରେ ଅର୍ଥ ପାଇବା ପାଇଁ ସମସ୍ତେ ଚାହୁଁଛନ୍ତି। ପୋଷ୍ଟ ଅଫିସ ଆପଣମାନଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି। ପୋଷ୍ଟ ଅଫିସରେ ଆପଣ ସର୍ବନିମ୍ନ ୧୦୦ ଟଙ୍କାରେ ଏକ ଖାତାକୁ ଖୋଲପାରିବେ। ଯଦି ଆପଣ ଏକ RD ଯୋଜନାରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଇଣ୍ଡିଆ ପୋଷ୍ଟର ଆରଡି ସ୍କିମରେ ଆପଣଙ୍କୁ ପ୍ରତି ମାସରେ ମାତ୍ର ୧୦୦ ଟଙ୍କା ବିନିଯୋଗ ଆରମ୍ଭ କରିବାର ସୁବିଧା ଦେଇଛି। ଇଣ୍ଡିଆ ପୋଷ୍ଟର ୱେବସାଇଟ ଅନୁସାରେ, ବର୍ତ୍ତମାନ ପୋଷ୍ଟ ଅଫିସର ଆରଡିରେ ବାର୍ଷିକ ୫.୮ ପ୍ରତିଶତ ସୁଧର ଲାଭ ପାଇପାରିବେ। ଆରଡିରୁ ଅର୍ଜିତ ସୁଧ ଉପରେ ଟିକସ ମଧ୍ୟ ପ୍ରଦାନ କରାଯିବ। ଏହି ସ୍କିମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛିକି ପୋଷ୍ଟ ଅଫିସର ଆରଡିରେ ସୁଧର ହାର ତିନିମାସ ପାଇଁ ଜଡିତ।

ପୋଷ୍ଟ ଅଫିସର ଆରଡି ଯୋଜନାରେ ବିନିଯୋଗ କରିବାକୁ ହେଲେ ଆପଣଙ୍କୁ ମାସକୁ ୧୦୦ ଟଙ୍କା ଜମା କରିବାକୁ ପଡିବ। ଯଦି ଆପଣଙ୍କର ଆକାଉଣ୍ଟରେ ମାସର ପ୍ରଥମ ୧୫ ଦିନ ମଧ୍ୟରେ ଖୋଲାଯାଏ, ତେବେ ଆପଣଙ୍କୁ ପ୍ରତ୍ୟେକ ମାସର ୧୫ ତାରିଖ ପର୍ଯ୍ୟନ୍ତ ରାଶି ଜମା କରିବାକୁ ପଡିବ। ସେହିପରି, ଯଦି ଆପଣ ମାସର ଶେଷ ୧୫ ଦିନରେ ଆପଣଙ୍କର ଆକାଉଣ୍ଟ ଖୋଲିଛନ୍ତି ତେବେ ଆପଣଙ୍କୁ ମାସର ଶେଷ ତାରିଖ ପୂର୍ବରୁ ଏହି ଏକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ପଡିବ।

ଡାକଘରର ଆରଡି ଯୋଜନାରେ ଲୋନ ନେବାର ସୁବିଧା ମଧ୍ୟ ଆପଣମାନେ ପାଇପାରିବେ। ଯଦି ଆପଣ ଏହି ଯୋଜନାରେ ଆପଣଙ୍କର ୧୨ଟି କିସ୍ତି ଜମା କରିଛନ୍ତି, ତେବେ ଆପଣ ଏହା ଅଧୀନରେ ଲୋନ ମଧ୍ୟ ନେଇପାରିବେ। ପୋଷ୍ଟ ଅଫିସର ଅଫିସିଆଲ ୱେବସାଇଟ ଅନୁସାରେ, ଆପଣଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥର ୫୦ ପ୍ରତିଶତ ପର୍ଯ୍ୟନ୍ତ ଆପଣ ଲୋନ ନେଇପାରିବେ।

ଯେଉଁ ବ୍ୟକ୍ତିଙ୍କର ବୟସ ୧୮ ବର୍ଷରୁ ଅଧିକ ଓ ସେମାନେ ଡାକଘରର ଆରଡି ଯୋଜନାରେ ତାଙ୍କର ଆକାଉଣ୍ଟ ଖୋଲିପାରିବେ। ପୋଷ୍ଟ ଅଫିସର ଏହି ସ୍କିମରେ ଏକ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲାଯାଇପାରିବ। ଜଣେ ଅଭିଭାବକଙ୍କ ଦ୍ୱାରା ପିଲାମାନଙ୍କର ଏହି ଆକାଉଣ୍ଟକୁ ମଧ୍ୟ ଖୋଲାଯାଇପାରିବ। ଏହି ସ୍କିମରେ ଆପଣ ଯେତେ ଚାହିଁବେ ସେତେ ଆକାଉଣ୍ଟ ଖୋଲିପାରିବେ।

Leave a Reply

Your email address will not be published. Required fields are marked *