ଅଜଣା ବ୍ୟକ୍ତିଙ୍କ ସହିତ ଡେଟରେ ବାହାରିଲେ ସାରା ତେନ୍ଦୁଲକର, କ୍ରିକେଟର ସୁଭମନ ଗିଲଙ୍କ ଠାରୁ ମଧ୍ଯ ଅଧିକ ଖାସ ଅଟନ୍ତି ?

ଟିମ୍ ଇଣ୍ଡିଆର ଯୁବା ଓପନିଂ ବ୍ୟାଟ୍ସମ୍ୟାନ ସୁଭମନ ଗିଲ ନିଜର ବ୍ୟାଟିଙ୍ଗ ପାଇଁ ବହୁତ୍ ଚର୍ଚ୍ଚାରେ ରୁହନ୍ତି । ଗିଲ ନିଜ ବ୍ୟାଟିଙ୍ଗ କାରଣରୁ ଯେତେ ଫେମସ, ସେତିକି ତାଙ୍କ ଲୁକ କାରଣରୁ ମଧ୍ଯ ଅଟନ୍ତି । ସୁଭମନ ଗୀଲଙ୍କ ରିଲେସନଶିପ ଷ୍ଟାଟସକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ୍ ଚର୍ଚ୍ଚା ରହିଥାଏ । ତାଙ୍କ ନାମ ମହାନ୍ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହିତ ଯୋଡି ଦିଆଯାଏ । ଏହା ମଧ୍ୟରେ ପୁଣିଥରେ ଏପରି ଘଟିଛି ।

ପ୍ରକୃତରେ କାହା ସହିତ ଡେଟରେ ଗଲେ ସାରା ?

ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ ରୁହନ୍ତି ଏବଂ ସେ ପ୍ରାୟତଃ କିଛି ନା କିଛି ପୋଷ୍ଟ କରିଥାନ୍ତି । ସାରା ନିକଟରେ ନିଜ Instagram ଷ୍ଟୋରିରେ କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ରେ ସାରା କହିଛନ୍ତି ଯେ ସେ କାହା ସହିତ ଡେଟରେ ଯାଇଛନ୍ତି । ସେହିପରି ଏହି ଷ୍ଟୋରି ରେ ସାରା କୌଣସି ବ୍ୟକ୍ତିଙ୍କ ହାତ ମଧ୍ଯ ଧରିଛନ୍ତି । ତେବେ ସେ ସୁଭମନ ଗିଲ ନୁହଁନ୍ତି ବରଂ ତାଙ୍କର ବେଷ୍ଟ ଫ୍ରେଣ୍ଡ୍ କନିକା କପୂର୍ ଅଟନ୍ତି । ଏହି ଫଟୋ ପୋଷ୍ଟ ହେବାଠାରୁ ବହୁତ୍ ଚର୍ଚ୍ଚାରେ ରହିଛି ଏବଂ ସୋସିଆଲ ମିଡିଆରେ ଏହା ବହୁତ୍ ଭାଇରଲ ମଧ୍ଯ ହେଉଛି ।

ଏପରି ପ୍ରଚାର ହୋଇଥିଲା ଗୁଜବ ଖବର :-

ବର୍ତ୍ତମାନ ସୁଦ୍ଧା ଦୁହେଁ ନିଜ ସମ୍ପର୍କ ବିଷୟରେ କିଛି ବି ପ୍ରକାଶ କରିନାହାନ୍ତି, କିନ୍ତୁ ଏମାନେ ଦୁହେଁ ସୋସିଆଲ ମିଡ଼ିଆ ମାଧ୍ୟମରେ ପରସ୍ପର ଉପରେ କିଛି ନା କିଛି କମେଣ୍ଟ କରିଥାନ୍ତି । ଦୁହିଁଙ୍କ ଅଫେୟର ଖବର ମଧ୍ୟ ଏହିପରି ପ୍ରଚାର ହୋଇଥିଲା । ଏ ଦୁହେଁ ସୋସିଆଲ ମିଡିଆରେ ପରସ୍ପରର ପୋଷ୍ଟରେ କମେଣ୍ଟ କରିଥିଲେ ।

ସୁଭମନଙ୍କ ଭଉଣୀଙ୍କୁ ଫୋଲୋ କରନ୍ତି ସାରା :-

ସୁଭମନ ଗିଲ ଏବଂ ସାରା ତେନ୍ଦୁଲକର instagram ରେ ପରସ୍ପରକୁ ଫେଲୋ କରନ୍ତି । କେବଳ ଏତିକି ନୁହେଁ, ଏମାନେ ଦୁହେଁ ପରସ୍ପରର ପରିବାରକୁ ମଧ୍ଯ ଫୋଲୋ କରନ୍ତି । ଯଦି ସୁଭମନ ଗିଲ ସାରା ଙ୍କ ପରିବାରର ସବୁ ସଦସ୍ୟମାନଙ୍କୁ ଫୋଲୋ କରନ୍ତି, ତେବେ ଏହି କଥା ଆଶ୍ଚର୍ଯ୍ୟ ଜନକ ନୁହେଁ । କିନ୍ତୁ ସାରା ସୁଭମନ ଗିଲଙ୍କ ଭଉଣୀମାନଙ୍କୁ ଫୋଲୋ କରିବା ଅନେକ ଆଡ଼କୁ ଇସାରା କରିଥାଏ । ସାରା instagram ରେ ଗିଲଙ୍କ ଭଉଣୀ ସେହନିଲ ଗିଲଙ୍କୁ ଫୋଲୋ କରନ୍ତି ।

ସୁଭମନ କରିଥିଲେ ଏହି ଖୁଲାସା :-

ନିକଟରେ ସାରା ତେନ୍ଦୁଲକର ଏବଂ କ୍ରିକେଟର ସୁଭମନ ଗିଲଙ୍କ ଡେଟିଂକୁ ନେଇ ବହୁତ୍ ଚର୍ଚ୍ଚା ହୋଇଥିଲା । ତେବେ ଗିଲ କିଛି ଦିନ ପୁର୍ବରୁ ଏହି ଦାବି କରିଥିଲେ ଯେ ସେ ସିଙ୍ଗଲ ଅଟନ୍ତି । ଗିଲ instagram ରେ ଲୋକଙ୍କ ସହିତ ଏକ ପ୍ରଶ୍ନ ଉତ୍ତର ସେକ୍ସନ କରି ନିଜ ସିଙ୍ଗଲ ହେବା ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *