ପିଏମ ଆବାସର ନିୟମରେ ସରକାର କଲେ ବଡ ପରିବର୍ତ୍ତନ, ଜାଣି ନିଅନ୍ତୁ ନଚେତ୍ ମିଳିବ ନାହିଁ ଘର

ପିଏମ ଆବାସ ଯୋଜନାର ଲାଭାର୍ଥିଙ୍କ ପାଇଁ ବଡ ଖବର ରହିଛି । ସରକାର ପିଏମ ଆବାସ ଯୋଜନାର ନିୟମ ଗୁଡିକରେ ବଡ ପରିବର୍ତ୍ତନ କରିଛନ୍ତି । ଏପରି ପରିସ୍ଥିତିରେ ଆପଣ ଏହି ନିୟମଗୁଡ଼ିକ ଜାଣିବା ଜରୁରୀ ଅଟେ, ନଚେତ୍ ଆପଣଙ୍କ ଆବଣ୍ଟନ ରଦ୍ଦ ହୋଇପାରେ ।

ଯଦି ଆପଣଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ମିଳିଛି, ତେବେ ଆପଣ ଜାଣି ନିଅନ୍ତୁ ଯେ ଏଥିରେ ପାଞ୍ଚ ବର୍ଷ ରହିବା ବାଧ୍ୟତାମୂଳକ ହେବ, ନଚେତ୍ ଆପଣଙ୍କ ଆବଣ୍ଟନ ରଦ୍ଦ ହୋଇଯିବ । ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ଯେଉଁ ଆବାସର ରେଜିଷ୍ଟର ଏଗ୍ରୀମେଣ୍ଟ ଟୁ ଲିଜ କରି ଦିଆଯାଉଛି କିମ୍ବା ଯେଉଁ ଲୋକମାନେ ଏହି ଏଗ୍ରିମେଣ୍ଟ ଭବିଷ୍ୟତରେ କରାଇବେ ତାହା ରେଜିଷ୍ଟ୍ରି ନୁହେଁ ।

ପିଏମ ଆବାସ ଅଧୀନରେ ନିୟମରେ ହେଲା ପରିବର୍ତ୍ତନ :-

ବାସ୍ତବରେ ସରକାର ପାଞ୍ଚ ବର୍ଷ ଏହା ଦେଖିବେ ଯେ ଆପଣ ଏହି ଘରକୁ ବ୍ୟବହାର କରିଛନ୍ତି କି ନାହିଁ । ଯଦି ଆପଣ ଏଥିରେ ରହୁଥିବେ, ସେତେବେଳେ ଯାଇ ଏହି ଏଗ୍ରୀମେଣ୍ଟକୁ ଲିଜ ଡିଡ ରେ ପରିବର୍ତ୍ତନ କରାଯିବ । ନଚେତ୍ ବିକାଶ ପ୍ରାଧିକରଣ ଆପଣଙ୍କ ସହିତ କରିଥିବା ଏଗ୍ରୀମେଣ୍ଟକୁ ମଧ୍ୟ ଶେଷ କରିଦେବ । ଏହା ପରେ ଆପଣଙ୍କ ଦ୍ଵାରା ଜମା କରାଯାଇଥିବା ରାଶିକୁ ମଧ୍ୟ ଫେରାଇବେ ନାହିଁ । ଅର୍ଥାତ୍ ମୋଟ୍ ଉପରେ କହିବାକୁ ଗଲେ ବର୍ତ୍ତମାନ ଏଥିରେ ଚାଲୁଥିବା ଜାଲିଆତି କାମ ବନ୍ଦ ହୋଇଯିବ ।

ଅନେକ ଏଗ୍ରୀମେଣ୍ଟ ହେବା ବାକି ରହିଛି :-

କାନପୁର ପ୍ରଥମ ଏପରି ବିକାଶ ପ୍ରାଧିକରଣ ଅଟେ, ଯେଉଁଠାରେ ରେଜିଷ୍ଟର ଏଗ୍ରୀମେଣ୍ଟ ଟୁ ଲିଜ ଅଧୀନରେ ଲୋକଙ୍କୁ ଘରେ ରହିବାର ଅଧିକାର ଦେବାକୁ ଯାଉଛନ୍ତି । କେଡିଏ ଉପାଧ୍ୟକ୍ଷ ଅରବିନ୍ଦ ସିଂହଙ୍କ ଅଫିସରେ ଲାଗିଥିବା କ୍ୟାମ୍ପରେ ପ୍ରଥମ ପର୍ଯ୍ୟୟରେ 60ଜଣ ଲୋକଙ୍କ ସହିତ ଏଗ୍ରୀମେଣ୍ଟ କରାଯାଇଛି । ସେହିପରି ସେ କହିଛନ୍ତି ଯେ ବର୍ତ୍ତମାନ 10900 ରୁ ଅଧିକ ଲୋକଙ୍କ ସହିତ ଏହି ଆଧାରରେ ଏଗ୍ରୀମେଣ୍ଟ ହେବାର ଅଛି ।

କଣ କହେ ନିୟମ ?

ଏହାସହିତ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ, ତେବେ ନିୟମ ଅନୁଯାୟୀ, ପରିବାରର ସଦସ୍ୟଙ୍କୁ ହିଁ ଲିଜ ଦିଆଯିବ । ଅନ୍ୟ କୌଣସି ପରିବାର ସହିତ କେଡ଼ିଏ କୌଣସି ଏଗ୍ରୀମେଣ୍ଟ କରିବ ନାହିଁ । ଏହି ଏଗ୍ରୀମେଣ୍ଟ ଅଧୀନରେ ଲୋକଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଘରକୁ ବ୍ୟବହାର କରିବାକୁ ପଡିବ । ଏହାପରେ ଆବାସର ଲିଜକୁ ମୁକ୍ତ କରାଯିବ ।

Leave a Reply

Your email address will not be published. Required fields are marked *