ଅନଲାଇନ ଠକେଇ ଯୋଗୁଁ ଯଦି ଖାତାରୁ ଟଙ୍କା କାଟି ଯାଉଛି, ତା ହେଲେ ଏହି ନମ୍ବରକୁ କରନ୍ତୁ କଲ୍, ଫେରିଆସିବ ଟଙ୍କା

0

Get real time updates directly on you device, subscribe now.

ବର୍ତ୍ତମାନ ଦେଶରେ ଅନଲାଇନ ଠକେଇର ମାମଲା ଧୀରେ ଧୀରେ ବଢ଼ିବଢି଼ ଚାଲିଛି। ସାମାନ୍ୟ ଅସାବଧାନତାରୁ ଲୋକେ ଠକଙ୍କ ଶିକାର ହେଉଛନ୍ତି। ସୁଯୋଗ ପାଇଲେ ଠକ ଲୋକମାନଙ୍କ ଆକାଉଣ୍ଟ ଝାଡୁ କରିଦେଉଛନ୍ତି। ତେବେ ଏହା ବର୍ତ୍ତମାନ ହୁଏତ ଆଉ ସମ୍ଭବ ହୋଇନପାରେ। ଯଦି ଏପରି ଠକେଇର ଶିକାର ହୋଇଛନ୍ତି ୧୫୫୨୬୦ରେ କଲ କରନ୍ତୁ। ଆପଣଙ୍କ ନିଶ୍ଚିତ ଭାବରେ ଟଙ୍କା ନିଶ୍ଚିତ ଫେରି ଆସିବ। ଏଥିଲାଗି ଟ୍ରାଞ୍ଜାକ୍ସନ ଆଇଡି ଓ ଅନ୍ୟ କିଛି ତଥ୍ୟ ଦାଖଲ କରିବାକୁ ପଡ଼ିବ। ସମୟ ପୂର୍ବରୁ ନମ୍ବରରେ କଲ କରି ପଦକ୍ଷେପ ନେଲେ ଆପଣଙ୍କର ଅର୍ଥ ପୁଣିଥରେ ଆକାଉଣ୍ଟକୁ ଫେରି ଆସିବ।

ତେବେ ଏହି ନମ୍ବରଟି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କର ଅଟେ। ପ୍ରାୟ ୫ ମାସ ପୂର୍ବେ ମନ୍ତ୍ରାଳୟ ଲୋକଙ୍କୁ ଏପରି ଠକେଇରୁ ରକ୍ଷା କରିବା ଲାଗି ଜାରି କରିଥିଲେ। ଏହି ନମ୍ବର ଜାରିହେବା ଦିନଠାରୁ ଅନେକ ଲୋକ ସେମାନଙ୍କର ହୃତ ଅର୍ଥ ଫେରିମଧ୍ୟ ପାଇଲେଣି। ଏହି ନମ୍ବରରେ କଲ କରିଲେ ଆପଣଙ୍କ ସମ୍ପର୍କ ରାଜ୍ୟ ସାଇବର କ୍ରାଇମ ପୋଲିସ ସହ ସ୍ଥାପିତ ହେବ। ଅଧିକାରୀଙ୍କୁ ନିଜର ସମସ୍ୟା ଜଣାଇ ତାଙ୍କର ପରାମର୍ଶ ଅନୁସାରେ ପଦକ୍ଷେପ ନେଲେ ଆପଣଙ୍କର ପଇସା ଫେରାଇ ଆଣିବାରେ ଆଦୌ ବିଳମ୍ବ ହେବ ନାହିଁ।

ଏଥିରେ ସାଇବର କ୍ରାଇମ ଅଧିକାରୀ ଆପଣଙ୍କର ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆପଣଙ୍କ ସେହି ମୋବାଇଲ ନମ୍ବର ଯାହାକୁ ଆପଣ ବ୍ୟାଙ୍କିଙ୍ଗ ନେଣ ଦେଣ ଲାଗି ବ୍ୟବହାର କରନ୍ତି ଆଦି ବିଷୟରେ ପଚାରିବେ। ସେହିପରି ଯେଉଁଥିରେ ଆପଣ ଟଙ୍କାକୁ ଟ୍ରାନ୍ସଫର କରିଛନ୍ତି ସେହି ଟ୍ରାଞ୍ଜାକ୍ସନ ଆଇଡି ମଧ୍ୟ ଆପଣଙ୍କୁ ଦେବାକୁ ପଡ଼ିବ। ଏହି ସବୁ ସୂଚନା ଦେବାମାତ୍ରେ ଷ୍ଟପପେମେଣ୍ଟ କରାଯାଇ ଆପଣଙ୍କର ଟଙ୍କା ଆପଣଙ୍କର ଆକାଉଣ୍ଟକୁ ଫେରାଇ ଦିଆଯିବ।

ବିଳମ୍ବ ହୋଇଥିଲେ ମଧ୍ୟ ଆପଣ ଏହି ନମ୍ବରରେ କଲ କରି ନିଜର ସମସ୍ୟାକୁ ଜଣାଇପାରିବେ। ଅଧିକାରୀ ଏ ବାବଦରେ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେବେ। ଏଥିରେ ସେ ଆପଣଙ୍କୁ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରିବାର ପ୍ରକ୍ରିୟା ବତାଇ ଦେବେ। ସେହି ଅନୁସାରେ ମଧ୍ୟ ଆପଣ ନିଜର ଅଭିଯୋଗ କରିପାରିବେ।

ଏହି ନମ୍ବରରେ ସାଇବର ଠକେଇର ଅଭିଯୋଗ ପ୍ରତିଦିନ ଆସୁଛି। ତେବେ ସବୁଠୁ ଆଶ୍ଟର୍ଯ୍ୟର କଥା ହେଉଛିକି ଏହି ଜରୁରି ନମ୍ବର ସମ୍ପର୍କରେ ଖୁବ କ୍ୱଚିତ ଲୋକମାନେ ଜାଣନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ବଢୁଥିବା ସାଇବର ଠକେଇ ମାମଲାରେ ଏହି ନମ୍ବର ବର୍ତ୍ତମାନ ଚମତ୍କାର କରିଛି। ତେବେ ଏପରି ଠକେଇ ପ୍ରାୟତଃ ଚାକିରୀ ଅଥବା ୱାର୍କ ଫ୍ରମ ହୋମ କାମ ଅଫରରୁ ହିଁ ଆରମ୍ଭ ହୋଇଥାଏ। ଏଥିଲାଗି ଆପଣମାନେ ସତର୍କ ହୋଇଯାନ୍ତୁ।

Leave A Reply

Your email address will not be published.