ଅଜବ ପ୍ରେମ କାହାଣୀ: ମହିଳା ଜଣକ ନିଜ ସ୍ୱାମୀ ଓ ପ୍ରେମିକ ସହିତ ମିଶି ଆଉଜଣେ ପ୍ରେମିକଙ୍କୁ କଲା ହତ୍ୟା,ଆଉ ତା’ପରେ ସ୍ୱାମୀ ଭୟଭୀତ ହୋଇ କଲା ଆତ୍ମହତ୍ୟା ! ଏମିତି ଭାବରେ ଖୋଲିଲା ସବୁ ରହସ୍ୟ !

0

Get real time updates directly on you device, subscribe now.

ମେରଥ ରୁ ଏମିତି ଏକ ପ୍ରେମ କାହାଣୀ ଓ ମାମଲା ଘଟି ସାମ୍ନାକୁ ଆସିଛି ଯାହାକି ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଛି ଓ ଅଜୟର ମୃତ୍ୟୁ ପରେ ମହିଳାଙ୍କର ବହୁତ ରାଜ ଖୋଲି ସାମ୍ନାକୁ ଆସିଛି। କୁହାଯାଉଛି ମହିଳାଙ୍କର ଦୁଇଟି ପ୍ରେମୀ ଓ ଜଣେ ସ୍ୱାମୀ ଥିଲେ। ପ୍ରଥମେ ମହିଳା ନିଜର ସ୍ୱାମୀ ଓ ପ୍ରେମୀ ସହିତ ମିଶି ନିଜର ଅନ୍ୟ ଜଣେ ପ୍ରମିକ ଅଜୟଙ୍କୁ ହତ୍ୟା କରିଥିଲେ।

ପ୍ରଥମେ ଅଜୟକୁ ମହିଳା ଜଣଙ୍କ ମୁଜାଫରନଗରରୁ ମେରଠକୁ ଡ଼କାଇ ମହିଳା ନିଜ ସ୍ୱାମୀ ସହିତ ମିଶି ତାଙ୍କୁ ହତ୍ୟା କରିଥିଲେ। ପୀଡ଼ିତଙ୍କ ପରିବାରଙ୍କ ଆରୋପ ପରେ ପୋଲିସ ୨୦ ଦିନ ପରେ ମହିଳାଙ୍କୁ ଗିରଫ କରି ପଚରା ଉଚରା କରିଥିଲା। ତେବେ ଯାଇ ଯୁବକଙ୍କ ଶବକୁ ଦୌରାଲା ଥାନା କ୍ଷେତ୍ରର ଆଖିୟତାରପୁର-ସିମୌଳି ଗ୍ରାମ ପାଖରେ ଥିବା କାଳୀ ନଦୀ ପାଖରୁ ଖୋଳାଯାଇ ଜବତ କରାଯାଇଥିଲା। ଏହି ମାମଲାରେ ମହିଳାଙ୍କ ଅନ୍ୟଜଣେ ପ୍ରେମୀ ମଧ୍ୟ ସାମିଲ ଥିଲା। ଆଶ୍ଚର୍ଯ୍ୟକର କଥା ଏହାକି ଯେ, ମହିଳାଙ୍କ ସ୍ୱାମୀ ଏକ ସପ୍ତାହ ପୂର୍ବରୁ ଆତ୍ମହତ୍ୟା କରିଦେଇଥିଲେ।

ମୁଜାଫରନଗର ଚରଥାବଳ ଥାନା କ୍ଷେତ୍ରର ଦଧେଡୁ କାଲା ଗ୍ରାମ ନିବାସୀ ଅଜୟ (21) ନଭେମ୍ବର 13 ତାରିଖରୁ ଗାୟବ ହୋଇଯାଇଥିଲା। ପରିଜନ ମାନେ ଅଜୟଙ୍କୁ ବହୁତ ଖୋଜିଥିଲେ କିନ୍ତୁ ୮ ଦିନ ପରେ ଅଜୟଙ୍କ ଭାଇ ବିକ୍ରାନ୍ତ ଥାନାରେ ନିଜର ପଡୋଶୀ ବିରଜୁ ଓ ତାଙ୍କ ପତ୍ନୀ ସବିତାଙ୍କ ଉପରେ ନିଜ ଭାଇ ଗିରଫ ଥିବାର ଅଭିଯୋଗ ଆଣିଥିଲେ। କାରଣ ବହୁତ ଦିନ ହେବ ବିରଜୁ ଓ ତାଙ୍କ ସ୍ତ୍ରୀ ସବିତା ତାଙ୍କର ମାମୁଁ ଘରେ ବହୁତ ସମୟ ହେବ ରହୁଥିଲେ। ପୋଲିସ ଅଜୟ ମୋବାଇଲର ସିଡ଼ିଆର ବାହାର କରିଥିଲା ଯାହାର ଶେଷ ଲୋକେସନ ଦୌରାଲା ଥିଲା।

ମୁଜାଫରନଗର ଏଏସପି କୃଷ୍ଣ କୁମାର ବିଷ୍ଣଇ ରାତିରେ ପୋଲିସଙ୍କୁ ମେରଠ ପଠାଇଥିଲେ। ପୋଲିସ ସବିତାଙ୍କୁ ଗିରଫ କରି ତାଙ୍କୁ ପଚରା ଉଚରା କରିଥିଲା। ମହିଳା ଜଣକ କହିଥିଲେ ଅଜୟ ସହିତ ତାଙ୍କର ୩ବର୍ଷର ସମ୍ବନ୍ଧ ଥିଲା। ସେ ବର୍ତ୍ତମାନ ଅଜୟ ସହିତ ସମ୍ବନ୍ଧ ଭାଙ୍ଗିବାକୁ ଚାହୁଁଥିଲା କିନ୍ତୁ ଅଜୟ ତାଙ୍କୁ ବ୍ଲାକମେଲ କରୁଥିଲା। ମହିଳା ଜଣକ ଏହିକଥା ନିଜ ସ୍ୱାମୀଙ୍କୁ କହିବା ପରେ ଦମ୍ପତି ମିଶିକରି ତାଙ୍କୁ ମାରିବାକୁ ଯୋଜନା କରିଥିଲେ। ଅଜୟଙ୍କୁ ମୁଖତିଆରପୁର ଗ୍ରାମକୁ ମହିଳା ଡ଼କାଇଥିଲେ। ଏହାପରେ ମହିଳା ଓ ତାଙ୍କ ସ୍ୱାମୀ ମିଶି ଅଜୟଙ୍କ ହତ୍ୟା କରିଥିଲେ ଓ ପାଖରେ ଥିବା କାଳୀ ନଦୀ ପଠାରେ ଗାତ କରି ପୋତି ଦେଇଥିଲେ।

ପୋଲିସ ମୁତାବିକ, ଏହି ଘଟଣାରେ ସବିତା ଓ ତାଙ୍କ ସ୍ୱାମୀ ସହିତ ସବିତାର ଅନ୍ୟ ପ୍ରେମୀ ରାଜବୀର ମଧ୍ୟ ଏଥିରେ ସାମିଲ ଥିଲେ। ରାଜବୀର ଦୁଲଲହେଡ଼ା ପଲଲବପୁରମ ନିବାସୀ ଥିଲେ। ମହିଳା ତାଙ୍କ ସହିତ ଅବୈଧ ସମ୍ବନ୍ଧ ରଖୁଥିଲେ। ପତି ଓ ଅନ୍ୟ ପ୍ରେମୀ ସହ ମିଶି ସେ ହତ୍ୟା କରିଥିଲେ।

ସବିତାଙ୍କ ପତି ନଭେମ୍ବର 27 ତାରିଖରେ ଆତ୍ମହତ୍ୟା କରିଥିଲେ। ମହିଳା ଜଣକ କହିଥିଲେ ଅଜୟକୁ ମାରିବାପରେ ବିରଜୁ ବହୁତ ଭୟଭୀତ ହୋଇଯାଇଥିଲା। ସେ ବାରମ୍ବାର କହୁଥିଲା କି, ସେ ଫସିଯିବ। ପୋଲିସ ତାଙ୍କୁ ଗିରଫ କରିବ ଓ ସେ ବହୁତ ଡିପ୍ରେସନରେ ରହୁଥିଲା।

ଆରୋପୀ ସବିତା ଓ ବିରଜୁର ପରିବାର ବିଗତ ଦୁଇ ଦଶକ ହେବ ମେରଠର ଅଖତିଆରପୁରରେ ରହୁଥିଲା। ଯେବେକି ମହିଳାଙ୍କ ଦିଅର ଓ ଦେଢଶୂର ଦଧେଢୁରେ ରହୁଥିଲେ। ମହିଳା ପତିଙ୍କ ସହିତ ଗ୍ରାମକୁ ଯାଇଆସୁଥାଏ। ଦୁଇ ତିନିବର୍ଷ ପୂର୍ବରୁ ଗାଁ କୁ ଆସୁଥିବା ସମୟରେ ତାଙ୍କର ଅଜୟ ନାମକ ଜଣେ ଯୁବକ ସହିତ ସମ୍ପର୍କ ବଢ଼ିବାରେ ଲାଗିଲା। ଶେଷରେ ସମ୍ପର୍କ ଚାଲିବା ପରେ ମହିଳା ଶେଷରେ ଏହି ସମ୍ପର୍କକୁ ଶେଷସ କରିବାକୁ ଯାଇ ହତ୍ୟା କରିଥିଲେ।

ଏହି ଘଟଣାରେ ବର୍ତ୍ତମାନ କଲ ଡ଼ିଟେଲସ ପୋଲିସ ଖୋଜିବାପରେ ସବୁ ଉପରୁ ରହସ୍ୟ ଖୋଲୁଛି। ବର୍ତ୍ତମାନ ଆରୋପୀ ସବିତାକୁ ଗିରଫ କରାଯାଇଛି। ସ୍ୱାମୀ ବିରଜୁ ଆତ୍ମହତ୍ୟା କରିଛନ୍ତି ଓ ରାଜବୀରଙ୍କ ଅନୁସନ୍ଧାନ ବର୍ତ୍ତମାନ ଜାରି ରହିଛି।

Leave A Reply

Your email address will not be published.