ଓମିକ୍ରନ ବିପଦ: ନଅ ଦିନ ଘୁଞ୍ଚିଲା ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ,ପୁଣି ଏହି ତାରିଖରୁ ଆରମ୍ଭ ହେବ ଟେଷ୍ଟ ସିରିଜ୍ !

0

Get real time updates directly on you device, subscribe now.

କରୋନା ଭାଇରସର ନୂତନ ଭେରିଏଣ୍ଟ ଓମିକ୍ରନ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଗସ୍ତରେ ଟି-୨୦ ସିରିଜକୁ ବାତିଲ କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେବଳ ଟେଷ୍ଟ ଏବଂ ଦିନିକିଆ ସିରିଜ ଖେଳାଯିବ। ଟେଷ୍ଟ ସିରିଜର ତାରିଖ ମଧ୍ୟ ପରିବର୍ତ୍ତନ କରିଦିଅଯାଇଛି। ବର୍ତ୍ତମାନ ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ତାରିଖ ପରିବର୍ତ୍ତେ ଡିସେମ୍ବର ୨୬ ତାରିଖରେ ଖେଳାଯିବ। ଏହାର ଘୋଷଣା ବିସିସିଆଇର ବାର୍ଷିକ ସାଧାରଣ ବୈଠକ ପରେ କରାଯାଇଛି। କ୍ରିକେଟ ଦକ୍ଷିଣ ଆଫ୍ରିକା ମଧ୍ୟ ତାରିଖ ପରିବର୍ତ୍ତନର ସୂଚନା ଦେଇସାରିଛି।

ଓମିକ୍ରନର ବିପଦ କାରଣରୁ କାର୍ଯ୍ୟସୂଚୀ ବଦଳିଲା:-

ଦୁଇଟି କ୍ରିକେଟ୍ ବୋର୍ଡ ଆଜି ସକାଳେ ଗସ୍ତର ଭବିଷ୍ୟତକୁ ନେଇ ଆଲୋଚନା କରିଥିଲେ। ଓମିକ୍ରନର ଭେରିଏଣ୍ଟ କାରଣରୁ ଅନେକ ଦେଶ ଦକ୍ଷିଣ ଆଫ୍ରିକା ସହିତ ନିଜର ବିମାନ ସେବାକୁ ବାତିଲ୍ କରିବା ସହ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଇ ଦେଇଛନ୍ତି।

ବର୍ତ୍ତମାନ ଓମିକ୍ରନ ଦୁନିଆର ୩୦ରୁ ଅଧିକ ଦେଶରେ ପହଞ୍ଚିସାରିଛି। ଭାରତରେ ଅଦ୍ୟାବଧିକ ତିନୋଟି ମାମଲା ଚିହ୍ନଟ ହୋଇଛି। ଏହା ସତ୍ତ୍ଵେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତକୁ ବାତିଲ କରିନାହିଁ। ବର୍ତ୍ତମାନ ଏହି ସିରିଜ ଡିସେମ୍ବର ୧୭ ବଦଳରେ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ ଖେଳାଯିବ।

କ୍ରିକେଟ ସାଉଥ୍ ଆଫ୍ରିକା ଏହା ମଧ୍ୟ କହିଛନ୍ତିକି, ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ କରୋନାର ପ୍ରୋଟୋକଲକୁ କଡାକଡି ପାଳନ କରାଯିବ। ଏଥିରେ କୌଣସି ପ୍ରକାରର ଅବହେଳା ଆଦୌ କରାଯିବ ନାହିଁ। ମ୍ୟାଚର ଆୟୋଜନସ୍ଥଳରେ ମଧ୍ୟ କରୋନା ବିପଦକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ନିଷ୍ପତ୍ତି ନିଆଯିବ। ଯାହାଦ୍ଵାରା ଖେଳାଳି ସୁରକ୍ଷିତ ଅନୁଭବ କରିପାରିବେ। ସିରିଜ ସମୟରେ କଡା ବାୟୋ ବବଲ ଭିତରେ ଖେଳାଳିମାନଙ୍କୁ ରଖାଯିବ।

Leave A Reply

Your email address will not be published.