ବର୍ତ୍ତମାନ ହ୍ଵାଟ୍ସଆପରେ ଏକା ସାଥିରେ ୫ଜଣଙ୍କୁ ନୁହେଁ ବରଂ ୨୫୦ ଜଣଙ୍କୁ ପଠାଇପାରିବେ ମେସେଜ !

0

Get real time updates directly on you device, subscribe now.

ଆଜିର ସମୟରେ ଆଧୁନିକ ଯୁଗରେ ଟେକ୍ନୋଲୋଜି ଧୀରେ ଧୀରେ ଆଗକୁ ଆଗକୁ ବଢ଼ିଚାଲିଛି। ଟେକ୍ନୋଲୋଜି ଯେତେ ଆଗକୁ ଆଗକୁ ଯାଉଛି କଥା ହେବାର ଉପାୟରେ ମଧ୍ୟ ପରିବର୍ତ୍ତନ ଆସୁଛି। ପୂର୍ବରୁ ଲୋକମାନେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ କଥା ହେବା ପାଇଁ ପାରାର ଉପଯୋଗ କରୁଥିଲେ। ଏହା ପରେ ଚିଠି, ଟେଲିଫୋନ, ସ୍ମାର୍ଟଫୋନ ଏବଂ ଚାଟିଙ୍ଗ୍‌ ଆପ୍ସ ଯେମିତିକି ହ୍ଵାଟସଆପ, ଟେଲିଗ୍ରାମ, ଫେସବୁକ ଜରିଆରେ କଥା ହେଉଛନ୍ତି। ବର୍ତ୍ତମାନ ଲୋକମାନେ ଜଣେ ଜଣକଙ୍କ ସହ ସମ୍ପର୍କ ରଖିବା ପାଇଁ କଥାବାର୍ତ୍ତା ବଦଳରେ ଅଧିକ ଚାଟିଙ୍ଗ କରୁଛନ୍ତି। ହ୍ଵାଟ୍ସଆପ ଆଜିର ଜମାନାରେ କଥାବାର୍ତ୍ତା କରିବାର ସବୁଠାରୁ ଲୋକପ୍ରିୟ ଆପ ହୋଇଛି। ଏହାଛଡା ଆହୁରି ମଧ୍ୟ ଏମିତି ଅନଲାଇନ ଚାଟିଙ୍ଗ ଆପ ରହିଛି ଯାହାକୁ ମଧ୍ୟ ଲୋକେ ବ୍ୟବହାର କରୁଛନ୍ତି। ହ୍ଵାଟ୍ସଆପର ଉପଯୋଗ କେବଳ କଥା ହେବାକୁ କରାଯାଏ ନାହିଁ ଏତେ ଏହି ଆପ ଦ୍ୱାରା ପେମେଣ୍ଟ ମଧ୍ୟ କରିପାରିବେ। ଭିଡିଓ କଲ, ଫଟୋ ପଠାଇବା, ଗୀତ ପଠାଇବା, ଗ୍ରୁପ କଲ ଭଳି ଅନେକ ଫାଇଦା ହ୍ଵାଟ୍ସଆପରେ ରହିଛି।

ସେହିପରି ହ୍ଵାଟ୍ସଆପରେ ଆପଣଙ୍କୁ ଯଦି କୌଣସି ଭିଡିଓ, ଫଟୋ କିମ୍ବା କିଛି ବି ଯଦି ଏକାସାଥିରେ ଅନେକ ଲୋକଙ୍କୁ ପଠାଇବାକୁ ଥିବ ତେବେ ଏହାକୁ ପଠାଇବା କଷ୍ଟ ହୋଇଥାଏ। କାହିଁକିନା ଆପଣ ଏକା ସାଥିରେ କେବଳ ପାଞ୍ଚ ଜଣ ଲୋକଙ୍କୁ ପଠାଇପାରୁଥିଲେ ଏବଂ ପୁଣି ଥରେ ସିଲେକ୍ଟ କରି ଆଉ କାହାକୁ ଦେଉଥିଲେ। କିନ୍ତୁ ଆପଣଙ୍କୁ ଏହି ସମସ୍ୟାକୁ ସାମ୍ନା କରିବାକୁ ପଡିବ ନାହିଁ। କାହିଁକିନା ବର୍ତ୍ତମାନ ଆପଣ ଏକା ଥରେ ଅନେକ ଲୋକଙ୍କୁ ମେସେଜ ପଠାଇପାରିବେ। ତେବେ ଆସନ୍ତୁ ଜାଣିବା ହ୍ଵାଟ୍ସଆପର ଏହି ଖାସ ଫିଚର୍ସ ଗୁଡିକ ବିଷୟରେ।

ଗୋଟେ ଥରକରେ ଅନେକ ଲୋକଙ୍କୁ କେମିତି ପଠାଇବେ ମେସେଜ ଜାଣନ୍ତୁ:-

– ସର୍ବପ୍ରଥମେ ନିଜର ସ୍ମାର୍ଟଫୋନ ନିଅନ୍ତୁ।

– ଏହାପରେ ନିଜର ହ୍ଵାଟ୍ସଆପ ଓପନ କରନ୍ତୁ।

– ବର୍ତ୍ତମାନ ନିଜର ମୋବାଇଲ ସ୍କ୍ରୀନ ଉପରେ ଦେଖାଯାଉଥିବା ତିନି ଡଟ୍ସ ଦେଖାଯିବ।

– ଏହି ତିନୋଟି ଡଟ୍ସ ଅପ୍ସନ ଉପରେ କ୍ଲିକ କରନ୍ତୁ।

– ଏବେ ଆପଣଙ୍କୁ ନ୍ୟୁ ଗ୍ରୁପ, ନ୍ୟୁ ବ୍ରଡକାଷ୍ଟ, ଲିଙ୍କଡ ଡିଭାଇସ, ଷ୍ଟୋରଡ ମେସେଜ, ପେମେଣ୍ଟ ଏବଂ ସେଟିଙ୍ଗ ଅପ୍ସନ ଦେଖାଦେବ।

– ଏହାପରେ ନ୍ୟୁ ବ୍ରଡକାଷ୍ଟ ଅପ୍ସନକୁ କ୍ଲିକ କରିବାକୁ ହେବ।

– ଅପ୍ସନ କ୍ଲିକ କରିବା ପରେ ହିଁ ଆପଣଙ୍କ ମୋବାଇଲରେ ଯେତେ ନମ୍ବର ସେଭ୍‌ ଥିବ ସେମାନେ ସମସ୍ତେ ସ୍କ୍ରୀନ ଉପରେ ଦେଖାଯିବ।

– ବର୍ତ୍ତମାନ ଆପଣ ଯାହା ଯାହାଙ୍କୁ ବି ମେସେଜ ପଠାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କ ନାମ ଉପରେ କ୍ଲିକ କରନ୍ତୁ।

– ଏଥିରେ ଅଧିକ ରୁ ଅଧିକ ଆପଣ ୨୫୦ ଜଣ ଲୋକଙ୍କ ନମ୍ବରକୁ ସିଲେକ୍ଟ କରିପାରିବେ।

– ଏହାପରେ ସାଇଡରେ ଥିବା ଏକ ଠିକ୍‌ ଚିହ୍ନ ଦେଖାଯିବ ତାହା ଉପରେ କ୍ଲିକ କରନ୍ତୁ।

– ବର୍ତ୍ତମାନ ୨୫୦ ଲୋକଙ୍କୁ ଏକ ଗ୍ରୁପ ତିଆରି ହୋଇଯିବ।

– ଏହି ଗ୍ରୁପରେ କୌଣସି ବି ଭିଡିଓ, ଫଟୋ ଏବଂ ମେସେଜକୁ ଆପଣ ଏକା ସାଥିରେ ପଠାଇପାରିବେ।

Leave A Reply

Your email address will not be published.