ପୂର୍ବରୁ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଲୋକଙ୍କ ପାଇଁ “ଓମିକ୍ରନ” ଭାରିଆଣ୍ଟ କେତେ ବିପଜ୍ଜନକ ? ସାମ୍ନାକୁ ଆସିଲା ଏହି ରୋଚକ ତଥ୍ୟ !

0

Get real time updates directly on you device, subscribe now.

କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଲୋକଙ୍କୁ କଣ୍ ଓମିକ୍ରନ୍ ଭାରିଆଣ୍ଟ ପୁଣିଥରେ ନିଜ କବଳରୁ ନେଇପାରେ । ଏହି ବିଷୟରେ ହୋଇଥିବା ଷ୍ଟଡିରେ ନୂତନ ଖୁଲାସା ହୋଇଛି ।

ପୁର୍ବରୁ ସଂକ୍ରମିତ ହୋଇଥିବା ଲୋକଙ୍କୁ ଅଧିକ ବିପଦ :-

ସିଏନଏନର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକାରେ ରିସର୍ଚ୍ଚର କହିଛନ୍ତି ଯେ କରୋନା ଦ୍ଵାରା ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରେ ଓମିକ୍ରନ ଦ୍ଵାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ସେମାନଙ୍କୁ ରିସର୍ଚ୍ଚରେ ଏ ବିଷୟରେ ପ୍ରମାଣ ମିଳିଛି ଏବଂ ଜଣାପଡିଛି ଯେ ବିଟା କିମ୍ବା ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ ଅଧିକ ସଂକ୍ରାମକ ଅଟେ ।

କୋଭିଡ ନିୟମାବଳୀକୁ ମାନିବା ବହୁତ୍ ଜରୁରୀ :-

ରିପୋର୍ଟ ଅନୁଯାୟୀ, ଓମିକ୍ରନ୍ ସଂକ୍ରମଣକୁ ନେଇ ବର୍ତ୍ତମାନ ଫାଇନାଲ ଷ୍ଟଡି ହୋଇନାହିଁ । ତେବେ ଆରମ୍ଭ ଫଳାଫଳ କହୁଛି ଯେ ପୁର୍ବରୁ କରୋନା ଦ୍ଵାରା ସଂକ୍ରମିତବ୍ୟକ୍ତିମାନଙ୍କ ଉପରେ ଏହା ନିଜର ସଂକ୍ରମଣ ବିସ୍ତାର କରିପାରେ । ଏପରି ପରିସ୍ଥିତିରେ ପୁର୍ବରୁ ସଂକ୍ରମିତ ହୋଇଥିବା ଲୋକମାନଙ୍କୁ ସତର୍କ ରହିବା ବହୁତ୍ ଜରୁରୀ ଏବଂ ସେମାନେ କୋଭିଡ ନିୟମାବଳୀ କୁ ପାଳନ କରିବା ଉଚିତ୍ ।

ବାକି ଭାରିଆଣ୍ଟ ତୁଳନାରେ ଅଧିକ ବିପଜ୍ଜନକ :-

WHO କରୋନାର ଓମିକ୍ରନ ଭାରିଆଣ୍ଟକୁ ‘ ଭାରିଆଣ୍ଟ ଅଫ କଂସର୍ନ’ ଅର୍ଥାତ୍ ଚିନ୍ତାଜନକ ଶ୍ରେଣୀର ବୋଲି କହିଛନ୍ତି । କୁହାଯାଉଛି ଯେ ଏହା ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଅଟେ । ଏଥିରେ ପ୍ରତିରକ୍ଷା ପ୍ରଣାଳୀରୁ ବଞ୍ଚିବାର କ୍ଷମତା ମଧ୍ୟ ରହିଛି । ସନ୍ଦେହ କରାଯାଉଛି ଯେ ଏହା ଉପରେ ଟୀକାର ମଧ୍ୟ କୌଣସି ପ୍ରଭାବ ପଡ଼ିବନାହିଁ ।ତେବେ ଅନେକ ବିଶେଷଜ୍ଞ ଏହି କଥାକୁ ବିଶ୍ବାସ କରୁନାହାଁନ୍ତି । ସେମାନେ କହିଛନ୍ତି ଯେ ଟୀକା ଯେକୌଣସି ଭାରିଆଣ୍ଟ ଠାରୁ କିଛି ସୁରକ୍ଷା ନିଶ୍ଚିତ ଭାବରେ ପ୍ରଦାନ କରେ ।

ଆଫ୍ରିକାରେ ଓମିକ୍ରନର 35 ହଜାର କେସ :-

କୁହାଯାଉଛି ଯେ ଗତ ମାସରେ ଆଫ୍ରିକାରେ ଓମିକ୍ରନ୍ କୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ସେଠାରେ ଓମିକ୍ରନ ଭାରିଆଣ୍ଟ ର 35 ହଜାର ରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି । ଏମାନଙ୍କ ମଧ୍ୟରୁ ବହୁତ୍ ଲୋକ ଏପରି ଅଛନ୍ତି, ଯେଉଁମାନେ କରୋନା ଦ୍ଵାରା ପୁର୍ବରୁ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହି ଭାରିଆଣ୍ଟ ସାମ୍ନାକୁ ଆସିବାପରେ ଦୁନିଆର ଅନେକ ଦେଶ ପୁଣିଥରେ ଲକ ଡାଉନ୍ କୁ ଫେରୁଛନ୍ତି ଏବଂ ଆଫ୍ରିକାରୁ ଯିବା ଆସିବା ବିମାନକୁ ବନ୍ଦ କରାଯାଉଛି ।

Leave A Reply

Your email address will not be published.