ପିଏମ କିଷାନ୍ ପରି ଆଉ ଏକ ଯୋଜନା : ଏହି ଯୋଜନା ମାଧ୍ୟମରେ ଅଧା ମୂଲ୍ୟରେ କିଣନ୍ତୁ ସାର, ମଞ୍ଜି ଏବଂ ଟ୍ରାକ୍ଟର ! ଜାଣନ୍ତୁ କେମିତି ପାଇବେ !

0

Get real time updates directly on you device, subscribe now.

ପିଏମ କିଶାନ ଯୋଜନା ଅଧୀନରେ କୃଷକଙ୍କ ଖାତାରେ ଦଶମ କିସ୍ତି ଖୁବ୍ ଶିଘ୍ର ପଡ଼ିବାକୁ ଯାଉଛି । ସୂଚନା ଅନୁଯାୟୀ, ଦଶମ କିସ୍ତି ଡିସେମ୍ବର 15ତାରିଖ ସୁଦ୍ଧା ଆସିପାରେ । କିନ୍ତୁ ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ କିଛି ବି କୁହାଯାଇ ନାହିଁ । ଏହା ମଧ୍ୟ ଆଶା କରାଯାଉଛି ଯେ ଦଶମ କିସ୍ତି ଜାରି ହେବା ସମୟରେ ସରକାର କୃଷକମାନଙ୍କୁ ଦେଉଥିବା ସହାୟତା ରାଶିକୁ ଡବଲ କରିପାରନ୍ତି ।

ଆପଣଙ୍କୁ କହୀରଖୁଛି ଯେ ସରକାର ପିଏମ କିସାନ ବ୍ୟତୀତ ଏପରି କିଛି ଯୋଜନା ମଧ୍ୟ ଚଳାଇଛନ୍ତି, ଯେଉଁଥିରେ କୃଷକମାନଙ୍କୁ ଅନେକ ଫାଇଦା ଦିଆଯାଉଛି । ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

PM କିସାନ ସମ୍ମାନ ନିଧି ଯୋଜନା :-

ଏହି ଯୋଜନା ଅନୁଯାୟୀ ସରକାର ଛୋଟ କୃଷକମାନଙ୍କୁ ଆର୍ଥିକ ସହାୟତା ଦେଇଥାନ୍ତି । ଏହି ଯୋଜନାରେ କୃଷକଙ୍କ ଖାତାକୁ ସିଧା 2000 ଟଙ୍କାର 3ଟି କିସ୍ତି ଅର୍ଥାତ୍ ବର୍ଷକୁ 6000 ଟଙ୍କା ପଠାଇ ଥାଆନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର 9ଟି କିସ୍ତି କୃଷକଙ୍କ ଖାତାକୁ ପଠାଇ ଦିଆଯାଇଛି । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି, ତେବେ ବ୍ୟାଙ୍କ୍ କିମ୍ବା ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲି CSC ରେ ପଞ୍ଜିକରଣ କରିପାରିବେ । ଏହାବ୍ୟତୀତ PM Kisan GOI ମୋବାଇଲ ଆପରେ ମଧ୍ୟ ପଞ୍ଜିକରଣ କରିପାରିବେ ।

PM ଫସଲ ବୀମା ଯୋଜନା :-

ଦେଶରେ କୃଷକମାନଙ୍କୁ ବନ୍ୟା, ମାଟି ଶୁଖିଲା, ବର୍ଷା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଆର୍ଥିକ କ୍ଷତିରୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଯଦି କୌଣସି କୃଷକଙ୍କୁ ଫସଲର କ୍ଷତି ହୁଏ ଏବଂ ତାର ବୀମା ଏହି ଯୋଜନାରେ ଅଛି, ତେବେ ତାକୁ ସରକାରଙ୍କ ତରଫରୁ 40, 700 ଟଙ୍କାର ଆର୍ଥିକ ସାହାଯ୍ୟ କରାଯିବ । ଯୋଜନାରେ ଗୋଟିଏ ପୁରା ଫସଲର ସମୟ ଆସିଥାଏ ।

କିସାନ କ୍ରେଡିଟ ଯୋଜନା :-

ଏହି ଯୋଜନାର ଆରମ୍ଭ କୃଷକମାନଙ୍କର ମଞ୍ଜି, ସାର ଏବଂ ୟୁରିଆ ଭଳି ଜିନିଷକୁ କିଣିବାପାଇଁ ସହଜ ଉପାୟରେ ଲୋନ୍ ପାଇଁ କରାଯାଇଛି । ଏଥିରେ କୃଷକମାନଙ୍କୁ 4ପ୍ରତିଶତ ସୁଧ ଦରରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିଯାଏ ।

କିସାନ ଟ୍ରାକ୍ଟର ଯୋଜନା :-

କେନ୍ଦ୍ର ସରକାର ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ଟ୍ରାକ୍ଟର କିଣିବାରେ ଅଧା ସବ୍ସିଡି ଦେଉଛନ୍ତି । ଏହି ଯୋଜନାର ଲାଭାର୍ଥି କୃଷକମାନଙ୍କୁ ଟ୍ରାକ୍ଟର ପାଇଁ କେବଳ ଅଧା ମୂଲ୍ୟ ଦେବାକୁ ପଡ଼ିବ ଏବଂ ଆଉ ଅଧା ମୂଲ୍ୟ ସରକାର ଦେବେ । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ନେବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ, ପାସପୋର୍ଟ ସାଇଜର ଫଟୋ, ବ୍ୟାଙ୍କ୍ ତଥ୍ୟ ଏବଂ ଜମିର କାଗଜପତ୍ର ଥିବା ଆବଶ୍ୟକ ।

Leave A Reply

Your email address will not be published.