ଓଡ଼ିଶାର ଜଙ୍ଗଲ ବୟ,ପୋକ ଯୋକ ଠାରୁ ନେଇ ସାପ କୋଚିଆ ପର୍ଯ୍ୟନ୍ତ ସବୁକିଛି ଖାଉଛନ୍ତି ! ଜାଣନ୍ତୁ ଏହି ଜଙ୍ଗଲ ବୟଙ୍କ ବିଷୟରେ କିଛି !

0

Get real time updates directly on you device, subscribe now.

ଓଡ଼ିଶାର ବିୟର ଗିଲ। ତାଙ୍କ ପାଇଁ ଜଙ୍ଗଲ ହେଉଛି ଘର। ଜଙ୍ଗଲିଜାତ ପୋକ ଯୋକଙ୍କ ଠାରୁ ନେଇ ସାପ କୋଚିଆ ତାଙ୍କ ପାଇଁ ସୁସ୍ୱାଦୁ ବ୍ୟଞ୍ଜନ ଅଟେ। ଦିନ ହେଉକି ରାତି, ସବୁ କିଛି ତାଙ୍କର ପ୍ରକୃତି କୋଳରେ କଟେ। ଏମିତି ଏକ ନିଆରା ମଣିଷ ହେଉଛନ୍ତି ବାରିପଦାର କୃଷ୍ଣ ଚନ୍ଦ୍ର ଗଛାୟତ। ତାଙ୍କର ବୟସ ୩୫ ମଧ୍ୟ ଟପିନାହିଁ। କିନ୍ତୁ ସାହାସ ଦେଖିଲେ ଲାଗିବକି, ତାଙ୍କର ଜୀବନ ପ୍ରତି ଆଉ ମୋହ ନାହିଁ। ମ୍ୟାନ ଭରସେସ ୱାଇଲ୍ଡରେ କାର୍ଯ୍ୟକ୍ରମରେ ବିୟର ଗିଲଙ୍କୁ ଦେଖି କୃଷ୍ଣଚନ୍ଦ୍ର ନିଜକୁ ସଜାଇ ସାରିଛନ୍ତି, ସେ ହେଉଛନ୍ତି ଓଡ଼ିଶାର ଜଙ୍ଗଲ ବୟ।

କୃଷଚନ୍ଦ୍ର ପିଠିରେ ବ୍ୟାଗ ସହ ପାଣି ବୋତଲ ଓ ଧାରୁଆ ଛୁରୀ ଖଣ୍ଡେ ଧରି ବାରିପଦାର ଘଞ୍ଚ ଜଙ୍ଗଲକୁ ବାହାରି ପଡ଼ନ୍ତି। ଆଉ ସାଙ୍ଗରେ ଥାଏ ତାଙ୍କର ୧୦ ବର୍ଷର ପୁଅ ଶ୍ରୀତମ। ବାପା ପୁଅ ଜଙ୍ଗଲରେ ମନ ଇଛା ବୁଲି ବୁଲି ଖାଦ୍ୟକୁ ସଂଗ୍ରହ କରନ୍ତି। କେବେ କଙ୍କଡ଼ା ବିଛା ତ ଆଉ କେବେ ପଙ୍ଗପାଳକୁ ଧରି ବାପା ପୁଅ ଭୋକ ମେଣ୍ଟାନ୍ତି। କୃଷ୍ଣଚନ୍ଦ୍ର ପଚାସଢ଼ା ଗଛ ଲତାରୁ ସୃଷ୍ଟି ହେଉଥିବା ପୋକ ଯୋକକୁ ମଧ୍ୟ ଅତି ସହଜରେ କଞ୍ଚା ଖାଇ ପାରନ୍ତି। ଏମିତିକି ପୁଅକୁ ନେଇ କେବେ କେବେ ଜଙ୍ଗଲରେ ନିଆଁ ଜାଳି ମଧ୍ୟ ଶୁଅନ୍ତି। ଆଉ ସେ ନିଆଁରେ ଦିନରେ ଧରିଥିବା ସାପ କୋଚିଆଙ୍କୁ ପୋଡ଼ି ରାତିର ଖାଇବାରେ ବ୍ୟବହାର କରନ୍ତି। ଛୋଟ ବୟସରେ ଏପରି ଏକ ଜଙ୍ଗଲୀ ଜୀବନ ବର୍ତ୍ତମାନ ଶ୍ରୀତମଙ୍କୁ ମଧ୍ୟ ବହୁତ ଆନନ୍ଦ ଦେଉଛି।“ ପିଲାଟି ବେଳୁ ବାପାଙ୍କ m ସହିତ ଜଙ୍ଗଲକୁ ଆସି ଆସି ଭୟ ଛାଡି ଯାଇଛି ବୋଲି ଶ୍ରୀତମ କହନ୍ତି। ସେ ମଧ୍ୟ ଧୀରେ ଧୀରେ ଗଛର ପୋକକୁ କଞ୍ଚା ଖାଇବାର ଅଭ୍ୟାସ କରୁଛନ୍ତି।”

ଜଙ୍ଗଲରେ ରହୁଥିବା ଏହି ଆଦିବାସୀ ମାନେ ଜଙ୍ଗଲି ମଣିଷଟିର ବନ୍ୟ ଜନ୍ତୁଙ୍କ ପ୍ରତି ବେଶ ଆକର୍ଷଣ ରହିଛି। ହାତୀ, ଭାଲୁ, ଜଙ୍ଗଲୀ ପେଚା, ଜଙ୍ଗଲୀ ସରିସୄପ ଆଦିଙ୍କୁ କୃଷ୍ଣଚନ୍ଦ୍ର ଉଦ୍ଧାର କରି ସେମାନଙ୍କର ଚିକିତ୍ସା କରାଇଥା’ନ୍ତି। ବାରିପଦାର ଫରେଷ୍ଟ ଗାର୍ଡଙ୍କ ସହିତ ମିଶି ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୃଷ୍ଣଚନ୍ଦ୍ର କାମ କରନ୍ତି। ଏହିପରି ପ୍ରାୟ ୫ ଶହ ରେସକ୍ୟୁ ଅପରେସନରେ ସେ ସାମିଲ ଅଛନ୍ତି ବୋଲି କହିଛନ୍ତି। ଏପରିକି ଅହିରାଜ ଭଳି ବିଷଧର ସାପ ଓ ଅଜଗର ଭଳି ହଜାର ହଜାର ସାପକୁ ତାଙ୍କର ଜୀବନକାଳ ମଧ୍ୟରେ ସେ ଉଦ୍ଧାର କରିଥିବା କହିଛନ୍ତି। ପିଲାଟି ସମୟରୁ ପ୍ରକୃତି ଓ ବନ୍ୟଜନ୍ତୁ ସୁରକ୍ଷାପାଇଁ ସେ ନିରନ୍ତର ଭାବରେ କାମ କରି ଆସୁଛନ୍ତି। ତେବେ ମ୍ୟାନ ଭର୍ସେସ ୱାଇଲ୍ଡରେ କାମ କରିବାକୁ ତାଙ୍କର ଇଛା ଥିବା ସମୟରେ କୃଷ୍ଣଚନ୍ଦ୍ର ସେଥିପାଇଁ କଠିନ ପ୍ରରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି।

Leave A Reply

Your email address will not be published.