ଯଦି ଟୁ-ହୁଇଲର କିଣିବା ପାଇଁ ଚାଁହୁଛନ୍ତି ତା ପୂର୍ବରୁ ଏହି ପାଞ୍ଚଟି ଦମଦାର ଗାଡିକୁ ନିଶ୍ଚିତ ଭାବରେ ଦେଖି ନିଅନ୍ତୁ

0

Get real time updates directly on you device, subscribe now.

ଓଲା ବର୍ତ୍ତମାନ ଟୁ ହୁଇଲର ଫିଲଡ଼ରେ ପାଦ ଥାପିଛି ଓ ସେ ନିଜର ଦୁଇଟି ନୂଆ ଭ୍ୟାରିଏଣ୍ଟ Ola S1 ଓ Ola S1 Pro ମାର୍କେଟକୁ ଆଣିସାରିଛି। Ola S1 ର ରେଞ୍ଜ 121 କିଲୋମିଟର ରହିଥିବା ବେଳେ S1 pro ର ରେଞ୍ଜ 181 କିଲୋମିଟର ରହିଛି। ଦୁଇଟି ମଡେଲ ଡିଜିଟାଲ ଡ୍ୟାଶବୋର୍ଡ଼, ଭଏସ କଣ୍ଟ୍ରୋଲ, ପ୍ରୋକ୍ସିମିଟି ଅନଲକ, ମଲ୍ଟିପଲ ପ୍ରୋଫାଇଲ ଭଳି କେତେକ ଆକର୍ଷକ ଫିଚର ସହିତ ଆସିଥାଏ। Ola S1 ର ମୂଲ୍ୟ 99,999 ଟଙ୍କା ରହିଥିବା ବେଳେ S1 ପ୍ରୋର ମୂଲ୍ୟ 1,29,999 ରହିଛି।

ବଜାଜ ଚେତକ:-

ଇ ସ୍କୁଟର ଚେତକ ଦୁଇଟି ଭ୍ୟାରିଏଣ୍ଟ ଯଥାକ୍ରମେ: ଅର୍ବାନ ଓ ପ୍ରିମିୟମ ମୋଡ଼ରେ ଆସିଥାଏ। ପ୍ରିମିୟମରେ ଫ୍ରଣ୍ଟ ଡିସ୍କ ରହିଥିବା ବେଳେ ଅର୍ବାନରେ ଡ୍ରମ ଭ୍ୟାରିଏଣ୍ଟ ରହିଛି। ବଜାଜ ଚେତକରେ ଏଲଇଡ଼ି ହେଡ଼ଲ୍ୟାମ୍ପ, ଟର୍ନ ସିଗ୍ନାଲ, ଡିଜିଟାଲ ଏଲସିଡ଼ି ଇଂସ୍ତ୍ରୁମେଣ୍ଟ କ୍ଲଷ୍ଟର, ସ୍ମାର୍ଟଫୋନ କନେକଟିଭିଟି ବିକଳ୍ପ ଭଳି ଇଣ୍ଟରନେଟ ଅଫ ଥିଙ୍ଗସ ଓ ବ୍ଲୁ ତୁଥ ସହିତ ପ୍ଲେ କରାଯାଇଥାଏ। 60.3ah ଲିଥିୟାମ ଆୟନ ବ୍ୟାଟେରୀ ସହିତ ସ୍କୁଟର ଇକୋ ମୋଡ଼ରେ 95 କିଲୋମିଟର ଓ 5 ଘଣ୍ଟାରେ ଫୁଲ ଚାର୍ଜ ହୋଇଥାଏ।

Revolt Rv 400:-

Revolt Rv 400 ବାଇକରେ 3000W ମୋଟର ରହିଥାଏ। ଏହାକୁ ସମ୍ପୂର୍ଣ୍ଣ ଭାବରେ ଚାର୍ଜ କରିବାକୁ ମୋଟ 4.5 ଘଣ୍ଟାର ସମୟ ଲାଗିଥାଏ। ଏହାର ବ୍ୟାଟେରୀ ୱାରେଣ୍ଟି 6 ବର୍ଷ ଓ 1,00,000 କିଲୋମିଟର ପର୍ଯ୍ୟନ୍ତ ରହିଛି। କମ୍ପାନୀର ଦାବି ଏହାକି ଯେ, ଥରେ ଚାର୍ଜ କରିବା ଦ୍ୱାରା ବାଇକ 85 କିଲୋମିଟର ଯାଇଥାଏ। ଏହାର ମୂଲ୍ୟ 90,799 ଟଙ୍କା ଅଟେ।

TVS iQube ଇଲେକ୍ଟ୍ରିକ:-

ଆଇ କ୍ୟୁବ TVS ର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ଅଟେ ଯାହାର ମୂଲ୍ୟ 1,00,752 ଟଙ୍କା ରଖାଯାଇଛି। ଏହା 3000W ର ପାୱାର ଜେନେରେଟ କରିଥାଏ। ଏହା ଫ୍ରଣ୍ଟ ଡିସ୍କ ଓ ରିଅର ଡ୍ରମ ବ୍ରେକ ସହିତ ଆସିଥାଏ। ଏଥିରେ ଇଲେକ୍ଟ୍ରିକ ଡିଭାଇସକୁ ଯୋଡ଼ିବା ପାଇଁ ଏକ ଅଣ୍ଡର ସିଟ ଉତ୍ସବ ଚାର୍ଜିଂ ସକେଟ ମିଳିଥାଏ। ଏହାର ବ୍ୟାଟେରୀ ଶତ ପ୍ରତିଶତ ଚାର୍ଜ ହେବାପାଇଁ 5 ଘଣ୍ଟାର ସମୟ ନେଇଥାଏ। ଏହି ସ୍କୁଟର ସ୍ପୋର୍ଟସ ମୋଡ଼ରେ 78 kmph ଗତିରେ ଯାଇଥାଏ। 0-40 କିଲୋମିଟର ଯିବାକୁ ଏହାକୁ 4.2 ସେକେଣ୍ଡ ସମୟ ଲାଗିଥାଏ।

Ather 450X:-

ଏହି ସ୍କୁଟିର ଦାବି ଏହାକି ଯେ, ଏହା 3.5 ସେକେଣ୍ଡରେ 0-40 କିଲୋମିଟର ଛୁଇଁଥାଏ। ଏଥିରେ 7 ଇଂଚର ଟଚ ସ୍କ୍ରିନ ଓ 1.3 ଗିଗାହଜ ସ୍ନାପଡ୍ରଗନ ପ୍ରୋସେସର ସହିତ ଆସିଥାଏ। ଏହି ସ୍କୁଟର 4G LTE ଓ ବ୍ଲୁଟୁଥ କନେକଟିଭିଟି ସହିତ ଆସିଥାଏ। ଏହାର ମୂଲ୍ୟ 1,13,416 ଟଙ୍କା ଅଟେ।

Leave A Reply

Your email address will not be published.