ଇଏ ଏକ ନୂଆ ତଥା ଭିନ୍ନ ସ୍କ୍ରିନ୍ ଟଚ୍ ଲ୍ୟାଣ୍ଡଲାଇନ ଫୋନ,ଏମିତି ଫୋନ ଆପଣ କେବେ ବି ଦେଖି ନଥିବେ !

ସୂଚନା ଏବଂ ଟେକ୍ନିକ ର ଏ ଦୁନିଆ ଏତେ ଆଗକୁ ଯାଇଛି ଯେ ପ୍ରତିଦିନ କିଛି ନା କିଛି ନୂତନ ଆବିଷ୍କାର କରାଯାଉଛି,ଯାହାର ସବୁଠାରୁ ବଡ ଉଦାହରଣ ହେଉଛି ଆମ ହାତରେ ରହିବାକୁ ଯାଉଥିବା ଫୋନ ଅଟେ, ଏକ ସମୟ ଥିଲା ଯେତେବେଳେ ପ୍ରତ୍ୟେକ ଘରେ କଥା ହେବା ପାଇଁ ଗୋଟିଏ ଲ୍ୟାଣ୍ଡଲାଇନ ଫୋନ୍ ଥିଲା, ତା’ପରେ ଧୀରେ ଧୀରେ ମୋବାଇଲ୍ ତାର ସ୍ଥାନ ନେଇଯାଇଛି,କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଫୋନର ଫୋଟୋ ଭାଇରାଲ ହେବାରେ ଲାଗିଛି |

ଭାଇରାଲ ହେଉଥିବା ଫୋଟୋ ରେ ଆପଣ ଦେଖିପାରିବେ ଯେ ଗ୍ୟାଜେଟ୍ ଟି ଏକ ସାଧାରଣ ଲ୍ୟାଣ୍ଡଲାଇନ ଫୋନ୍ ପରି ଦେଖାଯାଉଛି, କିନ୍ତୁ ଏଥିରେ ନମ୍ବର ରହିବା ଡାଏଲ୍ କରିବା ପରିବର୍ତ୍ତେ ଟ୍ୟାଵଲେଟ ଭଳି ସ୍କ୍ରିନ୍ ପରି ଦେଖାଯାଉଛି, ଏହା ବ୍ୟତୀତ ଟ୍ୟାବଲେଟ୍ ସ୍କ୍ରିନରେ ସମସ୍ତ ଆଧୁନିକ ଆପ୍ ଯାହା ଲୋକମାନେ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର କରନ୍ତି ତାହା ମଧ୍ୟ ଦେଖାଯାଏ,ଏଥିରେ କ୍ୟାମେରା ଏବଂ ୱାଟ୍ସଆପ ମଧ୍ୟ ଅନ୍ତର୍ଭୁକ୍ତ, ଏହା ଏକ ପୁରୁଣା ଲ୍ୟାଣ୍ଡଲାଇନ ଫୋନ୍ ପରି ଦେଖାଯାଉଛି କିନ୍ତୁ ଏହା ଏତେ ଆକର୍ଷଣୀୟ ଯେ ଲୋକମାନେ ଏହାକୁ ଦେଖିବାରେ ଏହାର ଫ୍ୟାନ ହୋଇ ଯାଇଛନ୍ତି,ଯାହା ଦେଖି କିଛି ଲୋକ ହସୁଛନ୍ତି, ଅନେକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ତେବେ ଆପଣ ମନେ କଣ କେବେ ଏପରି ଏକ ଲ୍ୟାଣ୍ଡଲାଇନ ଦେଖିଛନ୍ତି କି?

ଏହି ଫୋଟୋ କୁ ଟ୍ୱିଟର ବ୍ୟବହାରକାରୀ Niki Tonsky ସେୟାର କରିଛନ୍ତି, ଏହି ଖବର ଲେଖିବା ପର୍ଯ୍ୟନ୍ତ, 1 ଲକ୍ଷ 48 ହଜାର ରିଟ୍ୱିଟ, 1.1 ମିଲିୟନ୍ ଲାଇକ୍ ଏବଂ ପ୍ରାୟ 3 ହଜାର କମେଣ୍ଟ ଆସିସରିଛି,ଏହା ବ୍ୟତୀତ ଅନେକ ଉପଭୋକ୍ତା ମାନେ ଏହି ଫୋଟୋ ଉପରେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି |

ଏହି ଫୋନକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି,ଲୋକ ମନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେବାକୁ ଲାଗିଲେଣି ,ଜଣେ ଉପଭୋକ୍ତା କହିଛନ୍ତି ଯେ ସବୁବେଳେ ବିକାଶଶୀତ ହେଉଥିବା ଟେକ୍ନୋଲୋଜି ଯୋଗୁଁ ଧନ୍ୟବାଦ,
ଏହି ଲ୍ୟାଣ୍ଡଲାଇନ ଫୋନ୍ ଗୁଡିକ ମୋବାଇଲ୍ ଫୋନ୍ ଏବଂ ଟାବଲେଟ୍ ଦ୍ୱାରା ବଦଳାଯାଉଛି, ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ ଏହା ଶୀଘ୍ର ଆପଣଙ୍କ ଘରେ ଯାଇ ପହଞ୍ଚିବ |

Leave a Reply

Your email address will not be published. Required fields are marked *