ଏହି ଖେଳାଳୀଙ୍କୁ ରିଲିଜ କରି RCB କଲା ବହୁତ ବଡ ଭୁଲ,ପୁଣି ଭାଙ୍ଗିଯାଇପାରେ ଆଇପିଏଲ ଜିତିବାର ସ୍ୱପ୍ନ !

ଆଇପିଏଲ ୨୦୨୨ ମେଗା ଅକ୍ସନ ପୂର୍ବରୁ ଆରସିବି ଵିରାଟ କୋହଲି,ଗ୍ଲେନ ମାକ୍ସୱଲ୍ ଓ ମହମ୍ମଦ ସିରାଜକୁ ଆସନ୍ତା ସିଜନ ପାଇଁ ଦଳରେ ରଖିଛି|କିନ୍ତୁ ଏପରି ଖେଳାଳିଙ୍କୁ ଅଣଦେଖା କରାଯାଇଛି ଯେଉଁମାନେ ନିଜ ଦମରେ ବହୁ ମ୍ୟାଚ ଜିତାଇଛନ୍ତି|

ଆରସିବି ୨୦୦୮ ରୁ ଆଇପିଏଲରେ ଅଂଶଗ୍ରହଣ କରୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଦଳ ଟ୍ରଫି ଜିତିପାରି ନାହିଁ|ତେଣୁ ଏଭଳି ସ୍ଥିତିରେ ମ୍ୟାଚ ୱନର ଖେଳାଳିଙ୍କୁ ରଖିବା ଆବଶ୍ୟକ କିନ୍ତୁ ବାଙ୍ଗାଲୋର ହର୍ଷଲ ପଟେଲଙ୍କୁ ରିଲିଜ କଲା ଯାହା ଆଶ୍ଚର୍ଯ୍ୟର ନିଷ୍ପତ୍ତି|

ଦ୍ରୁତଗାମୀ ବୋଲର ହର୍ଷଲ ପଟେଲ ନିଜର କାତିଲାନା ବୋଲିଙ୍ଗରେ ବିରୋଧୀ ଦଳକୁ ଘାଇଲା କରିଥାନ୍ତି|ସେ ଅଧିକାଂଶ ମୁକାବିଲାରେ ମ୍ୟାଚ ୱନର ସାବ୍ୟସ୍ତ ହୋଇଛନ୍ତି|ସେ ଆଇପିଏଲ ୨୦୨୧ ରେ ଖେଳାଯାଇଥିବା ମୁକାବିଲାରେ ୧୪.୩୪% ହାରରେ ୮.୧୪ ଷ୍ଟ୍ରାଇକ ରେଟରେ ୩୨ ୱିକେଟ ହାସଲ କରିଛନ୍ତି|ତାଙ୍କ ଵେଷ୍ଟ ଫିଗର ୫/୨୭ ରହିଛି|ସେ ସେ ବର୍ଷ ପର୍ପଲ କ୍ୟାପ ନେଇଥିଲେ|

ଆଇପିଏଲ ୨୦୨୧ ରେ ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ହ୍ୟାଟ୍ରିକ ନେଇ ଆଶ୍ଚର୍ଯ୍ୟ କରିଥିଲେ|ସେ ୧୬ ଓଭରରେ ଲଗାତାର ହାର୍ଦ୍ଦିକ ପାଣ୍ଡ୍ୟା,କିରନ ପୋଲାର୍ଡ,ରାହୁଲ ଚହରକୁ ଲଗାତାର ୩ ଟି ବଲରେ ଆଉଟ କରିଥିଲେ|

ସେ ଏଵେ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଣ୍ଟରନେସନାଲରେ ଡେବ୍ୟୁ କରିଥିଲେ|ସେ ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୨/୨୫ର ଵେଷ୍ଟ ବୋଲିଙ୍ଗ ଫିଗର ପାଇଁ ପ୍ଲେୟାର ଅଫ ଦ ମ୍ୟାଚ ପାଇଥିଲେ|ଏହାପରେ ଇଡେନ ଗାର୍ଡେନ ରେ ୨/୨୬ ସ୍ପେଲ ସହ ୧୧ ବଲରୁ ୧୮ ରନ କରି ଗେମ ଚେଞ୍ଜର ଆୱାର୍ଡ଼ ପାଇଥିଲେ|

ଆଇପିଏଲ ଓ ଆନ୍ତର୍ଜାତିକ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ନରଖିବା ଏକ ବଡ ଭୁଲ ମାନାଯିବ|ଆରସିବି ପାଇଁ ୨୦୨୨ ମେଗା ଅକ୍ସନ ସମୟରେ ପୁଣି ରଖିବା ଚ୍ୟାଲେଞ୍ଜ ହେବ କାରଣ ସବୁ ଫ୍ରାଞ୍ଚାଇଜି ତାଙ୍କ ଉପରେ ନଜର ରହିଛି|

Leave a Reply

Your email address will not be published. Required fields are marked *