ଦେଖନ୍ତୁ ଭିଡ଼ିଓ : ପାଇପ୍ ରୁ ପାଣି ବାହାରିବା ପରିବର୍ତ୍ତେ ବାହାରୁଛି ଭରପୁର ବିଡିବିଡା ନୋଟ୍, ଅଧିକାରୀମାନେ ଆଶ୍ଚର୍ଯ୍ୟ

ବେଙ୍ଗାଳୁରୁ:ଏଣ୍ଟି କରପ୍ସନ ବ୍ୟୁରୋର ଅଧିକାରୀ(ଏସିବି) ବୁଧବାର ଦିନ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ କ୍ରମେ ସରକାରୀ ଅଧିକାରୀ ବିରୁଦ୍ଧରେ କର୍ଣ୍ଣାଟକ ସାରା ୬୦ ଜାଗାରେ ରେଡ କରିଛନ୍ତି|ଏହି ଯାଞ୍ଚ ସମୟରେ ଆଣ୍ଟି କରପ୍ସନ ବ୍ୟୁରୋକୁ ଏଭଳି ଜାଗା ମିଳିଲା ଯାହା ସେ କେବେବି ଭାଵି ନଥିଲେ|ଏହି ରେଡରେ କର୍ଣ୍ଣାଟକର କଲବୁର୍ଗରୁ ଆଶ୍ଚର୍ଯ୍ୟଜନକ ଫଟୋ ଆସିଛି|

ପିଡବ୍ଲୁଡି ବିଭାଗରେ ଜୁନିଅର ଇଞ୍ଜିନିୟର ଏସ୍ଏମ୍ ବିରାଦରଙ୍କ ଜେବର୍ଗି ଟାଉନରେ ଥିବା ଘରେ ରେଡ ସମୟରେ ଏସିବି ଟିମକୁ ସୂଚନା ମିଳିଲା ଯେ ଟଙ୍କାକୁ ପ୍ଲାଷ୍ଟିକ ପାଇପ ଲାଇନରେ ଲୁଚା ଯାଇଛି|ଏହାପରେ ଟିମ କାର୍ଯ୍ୟାନୁଷ୍ଠାନ ସହ ପାଇପ କାଟି ଟଙ୍କା ବାହାର କରିଛନ୍ତି|ଆପଣଙ୍କୁ କହିରଖେ ଯେ ଏସ୍ଏମ୍ ବିରାଦର ଘରୁ ଲକ୍ଷାଧିକ ଟଙ୍କା ଓ ସୂନା ଜବତ ହୋଇଛି|

କର୍ଣାଟକ ସରକାର ୧୫ ଅଧିକାରୀଙ୍କ ବିପକ୍ଷରେ ରେଡ କରିଛି, ତନ୍ମଧ୍ୟରୁ ୮ ଏସପି,୧୦୦ ଅଧିକାରୀ ଓ ୩୦୦ କର୍ମଚାରୀ ସାମିଲ ରହିଥିଲେ|ଏସିବି ଟିମ ସରକାରୀ ଅଧିକାରୀଙ୍କ ୬୦ ଠିକଣାରେ ରେଡ କରିଛନ୍ତି|ଏସିବିର ଜଣେ ଅଧିକାରୀ କହିଛନ୍ତି ଯେ ରେଡ ପରେ ଆମର ଅଧିକାରୀ ରେକର୍ଡ ଦେଇଛନ୍ତି|

ଏହି ରେଡରେ ବିଭିନ୍ନ ବିଭାଗରେ କାମ କରୁଥିବା ୧୫ ସରକାରୀ ଅଧିକାରୀଙ୍କ ଆବାସ ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଛନ୍ତି|କର୍ଣ୍ଣାଟକରେ ହେଉଥିବା ବିପୁଳ ମାତ୍ରାରେ ଭ୍ରଷ୍ଟାଚାର ଓ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ ଆଧାରରେ ବାଙ୍ଗାଲୋର, କାଲାବୁରାଗୀ, ଦାବଣଗେରେ,ବେଲାଗବୀ,ମଙ୍ଗଲୁରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ କରାଯାଇଛି|

Leave a Reply

Your email address will not be published. Required fields are marked *