ଡାକ ବିଭାଗ ତରଫରୁ ଆସିଲା ଚାକିରୀ,ଦେଖନ୍ତୁ କଣ କଣ ସବୁ ପୋଷ୍ଟ ଆସିଛି,ଆଉ ଜଲଦି ଜଲଦି ଆବେଦନ କରନ୍ତୁ !

ଭାରତୀୟ ଡାକ ବିଭାଗରେ ଚାକିରି କରିବା ପାଇଁ ଇଚ୍ଛା କରୁଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ମହାରାଷ୍ଟ୍ର ଓ ଝାଡଖଣ୍ଡର ଡ଼ାକ ବିଭାଗ ନିଯୁକ୍ତି ପସରା ନେଇ ଆସିଛି। ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ, ମହାରାଷ୍ଟ୍ର ସର୍କଲ ଏବଂ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଝାଡଖଣ୍ଡ ଅଫିସିଆଲ ୱେବସାଇଟ indiapost.gov.in ରେ ପଦବୀ ଖାଲି ପଡିଛି ବୋଲି ଘୋଷଣା କରିଛନ୍ତି। ଏହି ନିଯୁକ୍ତିକୁ କ୍ରୀଡା କୋଟା ଅଧୀନରେ କରାଯାଉଛି।

ଖାଲି ପଡିଥିବା ବିବରଣୀ:-

ଭାରତୀୟ ପୋଷ୍ଟ ନିଯୁକ୍ତି ୨୦୨୧ (ମହାରାଷ୍ଟ୍ର)

– ପୋଷ୍ଟାଲ ଆସିଷ୍ଟାଣ୍ଡ- ୯୩

– ସର୍ଟିଂ ଆସିଷ୍ଟାଣ୍ଡ- ୦୯

– ପୋଷ୍ଟମ୍ୟାନ- ୧୧୩

– ମଲ୍ଟି ଟାସ୍କିଂ ଷ୍ଟାଫ- ୪୨

ଭାରତୀୟ ପୋଷ୍ଟ ନିଯୁକ୍ତି ୨୦୨୧ (ଝାଡଖଣ୍ଡ)

– ସର୍ଟିଂ ଆସିଷ୍ଟାଣ୍ଡ- ୦୬

– ପୋଷ୍ଟମ୍ୟାନ- ୦୫

– ମଲ୍ଟି ଟାସ୍କିଂ ଷ୍ଟାଫ- ୦୮

ପୋଷ୍ଟାଲ ଆସିଷ୍ଟାଣ୍ଡ / ସର୍ଟିଂ ଆସିଷ୍ଟାଣ୍ଡ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କର ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ। ସେହିପରି ପୋଷ୍ଟମ୍ୟାନ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କର ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହେବା ଉଚିତ। ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କର ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ। ନିୟମ ଅନୁସାରେ ଏହି ବିଭାଗରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଆରାମ ପ୍ରଦାନ କରାଯିବ।

ମହାରାଷ୍ଟ୍ର ସର୍କଲରେ ଆବେଦନ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ dopsportsrecruitment.inରେ ଅନଲାଇନରେ ଆବେଦନ ପୂରଣ କରିପାରିବେ। ଅନଲାଇନରେ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ୨୭ ନଭେମ୍ବର ୨୦୨୧। ଝାଡ଼ଖଣ୍ଡରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ନିର୍ଦ୍ଦିଷ୍ଟ ଠିକଣାକୁ ଆବେଦନ ଫର୍ମ

Leave a Reply

Your email address will not be published. Required fields are marked *