ବାହାଘର ମଣ୍ଡପରୁ ବରକୁ ଉଠାଇ ନେଲା ପୋଲିସ,ଆଉ ପଛେପଛେ ଧାଇଁଲା କନ୍ୟା,ଜାଣନ୍ତୁ ପୁରା ଘଟଣା

ବିବାହ ଉତ୍ସବରେ ସମସ୍ତଙ୍କର ଆଖି ବର ଓ କନ୍ୟା ଉପରେ ଥାଏ। ଦୁହିଁଙ୍କ ପାଇଁ ଏହି ଦିନଟି ବହୁତ ସ୍ପେଶାଲ ଅଟେ। ଏଥିପାଇଁ ଦୁହେଁ ଏହି ଦିନଟିକୁ ଉପଭୋଗ କରିଥାନ୍ତି। ହେଲେ ଏହି ସମୟରେ ଯଦି ହଠାତ ପୋଲିସ ଆସି ବରକୁ ଉଠାଇ ନିଏ, ତେବେ ବରର ଅବସ୍ଥା କ’ଣ ହେବ? କିନ୍ତୁ ଏପରି ଏକ ଘଟଣା ଇକ୍ୟୁଏଡରରେ ଘଟିଛି। ଯେତେବେଳେ ବିବାହ ଉତ୍ସବରେ ପୋଲିସ ଆସି ବରକୁ ଉଠାଇ ନେଇ ଯାଇଥିଲା ସେତେବେଳେ କନ୍ୟାର ଅବସ୍ଥା ଆହୁରି ବିଗିଡି ଯାଇଛି।

ଏହି ଘଟଣାଟି ଇକ୍ୟୁଏଡର ଠାରୁ ଏଲ ଅରକେ ପର୍ଯ୍ୟନ୍ତ ଇଗଲ ଗୁଆବୋରେ ଘଟିଛି। ଏହି ବିବାହ ସମୟରେ ପୋଲିସ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ଓ ବିବାହ ରୀତିନୀତି ମଧ୍ୟରୁ ବରକୁ ଉଠାଇ ନେଇ ଯାଇଥିଲେ। ସେ ବରକୁ ଉଠାଇ ତାଙ୍କର ଗାଡିରେ ବସାଇ ନେଇ ଯାଇଥିଲେ। ଏହି ସମୟରେ କନ୍ୟା ତାଙ୍କର ସ୍ୱାମୀକୁ ଯାଉଥିବାର ଦେଖି ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ କନ୍ୟା ତାଙ୍କର ବର ତଥା ସ୍ୱାମୀଙ୍କୁ ପୋଲିସ ସହ ଯାଉଥିବାର ଦେଖିଲେ, ସେତେବେଳେ ସେ ତାଙ୍କୁ ପୋଲିସ କବଳରୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରିଥିଲେ। ଏବଂ ସେ ପୋଲିସ ଗାଡି ପଛରେ ଦୌଡି ତାଙ୍କର ସ୍ୱାମୀଙ୍କୁ ଛାଡିବା ପାଇଁ ନିବେଦନ କରିବାକୁ ଲାଗିଲେ। ହେଲେ ପୋଲିସ କାହାରି କଥା ଆଦୌ ଶୁଣୁନଥିଲା ଏବଂ ବରକୁ ନେଇ ଚାଲି ଯାଇଥିଲା। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଧୀରେ ଧୀରେ ଭାଇରାଲ ହେବାରେ ଲାଗିଛି ।

ବରକୁ ବାନ୍ଧିକି ନେବାର କାରଣ ହେଉଛି ପ୍ରଥମ ପତ୍ନୀଠାରୁ ଅଲଗା ହେବା ପରେ ତାଙ୍କର ରହିବା ଚଳିବା ପାଇଁ ସେ ପଇସା ଦେଇ ନଥିଲେ। ଯାହାକି ତାଙ୍କର ସ୍ବାମୀ ଠାରୁ ଅଧା ଦରମା ପାଇବାର ହକଦାର। ଏହା ସହ ସେ ପ୍ରଥମ ପତ୍ନୀଙ୍କର ପିଲାମାନଙ୍କ ପାଇଁ ମଧ୍ୟ କୌଣସି ପ୍ରକାରର ଆର୍ଥିକ ସହାୟତା ମଧ୍ୟ ଆଦୌ ଦେଇନଥିଲେ। ଏହି ସବୁ ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା ପାଇଁ ସିଧାସଳଖ ବିବାହ ମଣ୍ଡପରୁ ଉଠାଇ ନେଇଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ ସୋସିଆଲ ମିଡିଆରେ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି। ଏହା ବ୍ୟତୀତ ଲୋକମାନେ ବରକୁ ବହୁତ ଟ୍ରୋଲ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *