ହେ ଭଗବାନ …ମରୁ ମରୁ ବଞ୍ଚିଗଲେ ପର୍ଯ୍ୟଟକ, ନ ହେଲେ ସିଂହ ଆଜି କରିଦେଇଥାନ୍ତା ସଫା,ଦେଖନ୍ତୁ ଭିଡ଼ିଓ

ଯୁବକ ଅଳ୍ପକେ ମରଣ ମୁହଁରୁ ବର୍ତ୍ତୀଲେ। ଆଉ ଯଦି ଦଇବ ସାଥି ଦେଇନଥାନ୍ତା ତେବେ ନିଶ୍ଚିତ ରୂପରେ ଯୁବକ ଜଣକ ସିଂହର ଶିକାର ହୋଇଥାନ୍ତେ। ଯୁବକ ଜଣଙ୍କର ଜୀବନ ଯେମିତି ସୂତା ଖିଅରେ ବଂଚିଗଲା। ମଙ୍ଗଳବାର ଦିନ ହାଇଦ୍ରାବାଦ ସ୍ଥିତ ନେହେରୁ ଜୁଲୋଜିକାଲ ପାର୍କରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ୩୧ ବର୍ଷୀୟ ଯୁବକ ଆଫ୍ରିକାନ ସିଂହ ସଫାରୀରେ ବୁଲୁଥିବା ସମୟରେ ସିଂହ ଖୁଆଡ ଉପରେ ବସିଥିଲେ। ଏହା ନିଶ୍ଚିତ ରୂପେ ବ୍ୟକ୍ତିଙ୍କର ଦୁଃସାହସିକ କାମ ଥିଲା। ଖାଲିଯେ ପଥର ଉପରେ ବସିଥିଲେ ତାହା ନୁହେଁ ବରଂ ସିଂହକୁ ଅନାଇ ଖତେଇ ହେବା ଭଳି ଆଚରଣ ମଧ୍ୟ କରୁଥିଲେ। କହିରଖିବା ଉଚିତ ହେବକି ସାଧାରଣତଃ ଏହି ସ୍ଥାନକୁ ସାଧାରଣ ଲୋକମାନଙ୍କୁ ଯିବା ପାଇଁ ବାରଣ କରାଯାଇଥାଏ। ଏହି ଦୃଶ୍ୟକୁ ଦେଖି ଏମିତି ଲାଗୁଥିଲା ଯେମିତି ସିଂହ ସହ ମୁହାଁମୁହିଁ ହେବାର ତାଙ୍କର ଉଦ୍ଦେଶ୍ୟ ଥିଲା। ଲୋକଟିକୁ ଆଗରେ ଦେଖି ହିଂସ୍ର ସିଂହଟିକୁ ଆଉ ସମ୍ଭାଳି ପାରିଲା ନାହିଁ। ଶିକାରୀ ସିଂହଟିକୁ ନିଜର କବଜାକୁ ଆଣିବା ପାଇଁ ଡେଇଁ ଡେଇଁ ସେ ମଧ୍ୟ କଳେବଳେ କୌଶଳେ ଚେଷ୍ଟା କରୁଥିଲା। ଯଦି ପାଦ ଟିକେ ଖସି ପଡିଥାନ୍ତା ହୁଏତ ସିଂହର ଶିକାର ହେବାର ନିଶ୍ଚିତ ଥିଲା। ଏମିତି ଏକ ଦୃଶ୍ୟକୁ ଯିଏବି ଦେଖିବ ନିଶ୍ଚିତ ରୂପରେ ଶରୀରରେ ଶିହରଣ ସୃଷ୍ଟି ହୋଇଯିବ। କିନ୍ତୁ ହୁଏତ ବ୍ୟକ୍ତି ଜଣଙ୍କର ଭାଗ୍ୟ ଭଲ ଥିଲା ଓ ଭାଗ୍ୟ ଆଜି ସାଥ ମଧ୍ୟ ଦେଇଥିଲା।

ଉଭୟ ଖାଦ୍ୟ ଓ ଖାଦକର ମୁହାଁମୁହିଁ ହେବାର କିଛି ସମୟ ପରେ ଚିଡିଆଖାନାର କର୍ମଚାରୀମାନେ ଆସି ବ୍ୟକ୍ତିଙ୍କୁ ଉଦ୍ଧାର କରି ନେଇଥିଲେ। ଖାଲି ଉଦ୍ଧାର କରିନଥିଲେ ମଜା ଚଖେଇବା ପାଇଁ ଯୁବକଟିକୁ ଦୁଇ ଚାରିଟା ଶକ୍ତ ଚାପୁଡ଼ା ମଧ୍ୟ ମାରିଥିଲେ। ଆଉ ଏହା ପରେ ତାଙ୍କୁ ପୋଲିସରେ ଦେଇ ତା ବିରୋଧରେ ଏକ ଏତଲା ମଧ୍ୟ ଦାୟର କରିଥିଲେ। ଯାଞ୍ଚରୁ ଜଣା ପଡିଥିଲାଯେ ତାଙ୍କର ନାମ ହେଉଛି ଜି ସାଇ କୁମାର। ତାଙ୍କର ଉଦ୍ଦେଶ୍ୟ ପ୍ରକୃତରେ କଣ ଥିଲା ସେ ବାବଦରେ ଜଣା ପଡ଼ିନାହିଁ। ଏ ସମସ୍ତ ଘଟଣା ଏକ କ୍ୟାମେରାରେ ରେକର୍ଡ ହୋଇଥିଲା। ଆଖ ପାଖରେ ଛିଡା ହୋଇଥିବା ଲୋକମାନେ ଡେଇଁ ଡେଇଁ ବ୍ୟକ୍ତିଜଣଙ୍କୁ ବାରମ୍ବାର ସତର୍କ କରାଯାଉଥିଲା। ଆଉ ସାହାଯ୍ୟ ପାଇଁ ନିବେଦନ କରିବାରୁ କର୍ମଚାରୀମାନେ ଆସି ଯୁବକଙ୍କୁ ନିଶ୍ଚିତ ରୂପରେ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *