ବ୍ୟାଙ୍କରେ ଚାକିରି ପାଇବାର ସୁଯୋଗ, ଖାଲିପଡିଛି ୩୭୬ ପଦବୀ,ଜାଣନ୍ତୁ ଏହି ନିଯୁକ୍ତି ବିଷୟରେ ସମ୍ପୂର୍ଣ ସୂଚନା

ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ। ବ୍ୟାଙ୍କ ଅଫ ବରୋଦାରେ ଅନେକ ପଦବୀ ଖାଲିପଡିଛି। ବ୍ୟାଙ୍କ ଅଫ ବରୋଦାରେ ରିଲେସନସିପ ମ୍ୟାନେଜର ପଦବୀରେ ଭର୍ତ୍ତି ହେବା ପାଇଁ ଏକ ନୋଟିଫିକେସନ ଜାରି କରାଯାଇଇଛି। ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ ୩୭୬ଟି ପଦରେ ଭର୍ତ୍ତି କରାଯିବ। ଏଠାରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କର ଭର୍ତ୍ତି ପାଇଁ ଅଧିକାରକ ନୋଟିଫିକେସନ ଦେଖନ୍ତୁ। ଯଦି ଆପଣ ଏହିଖାଲି ପଡିଥିବା ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ୯ ଡିସେମ୍ବର ଶେଷ ତାରିଖ। ଅଧିକ ଜାଣିବା ପାଇଁ ବ୍ୟାଙ୍କର ଅଧିକାରକ ୱେବସାଇଟ bankofbaroda.in କୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ: ୩୭୬

ସିନିଅର ରିଲେସନସିପ ମ୍ୟାନେଜର: ୩୨୬

ୱେଲଥ ରିଲେସନସିପ ମ୍ୟାନେଜର: ୫୦

ସିନିଅର ରିଲେସନସିପ ମ୍ୟାନେଜର ପଦବୀ ପାଇଁ ସାଧାରଣ ବର୍ଗମାନଙ୍କ ପାଇଁ ୯୨ଟି ସିଟ ଖାଲିରହିଥିବା ବେଳେ ଓବିସି ପାଇଁ ୧୦୧ଟି ସିଟ, EWS ପ୍ରାର୍ଥୀଙ୍କ ପାଇଁ ୪୭ ସିଟ ଏବଂ ଅନୁସୂଚିତ ଜାତି/ଜନଜାତି ପାଇଁ ୪୪ ଏବଂ ୪୨ଟି ସିଟ ଖାଲିପଡିଛି।

ବୟସର ସୀମା:-

ସିନିଅର ରିଲେସନସିପ ମ୍ୟାନେଜର ପାଇଁ ସର୍ବନିମ୍ନ ୨୪ ଏବଂ ସର୍ବାଧିକ ୩୫ ବର୍ଷ ବୟସ ହୋଇଥିବା ଜରୁରୀ ଅଟେ।
ସେହିପରି ଇ ୱେଲଥ ରିଲେସନସିପ ମ୍ୟାନେଜର ପାଇଁ ସର୍ବନିମ୍ନ ୨୩ ବର୍ଷ ଏବଂ ସର୍ବାଧିକ ୩୫ ବର୍ଷ ହୋଇଥିବା ଜରୁରୀ ଅଟେ।

ଶିକ୍ଷାଗତ ଯୋଗ୍ୟତା:-

ସମସ୍ତ ପଦବୀରେ ନିଯୁକ୍ତି ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଥାଏ। ସେହିଭଳି ସମ୍ବନ୍ଧିତ ଟ୍ରେଡ ଡିଗ୍ରୀ ସହ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଖରେ ନିର୍ଦ୍ଧାରିତ ଅଭିଜ୍ଞତା ରହିଥିବା ଜରୁରୀ। ଏହି ସମସ୍ତ ପଦବୀରେ ଆବେଦନ କରିବା ପାଇଁ ଅଲଗା ଅଲଗା ବୟସ ସୀମା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ:-

ଅଣସଂରକ୍ଷିତ କ୍ୟାଟୋଗରୀ ପାଇଁ ଆବେଦନର ଶୁଳ୍କ ୬୦୦ ଟଙ୍କା ଥିବା ବେଳେ ସଂରକ୍ଷିତ କ୍ୟାଟୋଗରୀ ପାଇଁ ଆବେଦନର ଶୁଳ୍କ ୧୦୦ ଟଙ୍କା ଜମା କରିବାକୁ ହେବ।

ଆବେଦନ କେମିତି କରିବେ:

– ଏଥିରେ ଆବେଦନ କରିବା ପାଇଁ ପ୍ରଥମେ ରିକ୍ରୁଟମେଣ୍ଟ ପୋର୍ଟାଲ bankofbaroda.inକୁ ଯାନ୍ତୁ।

– ୱେବସାଇଟର ହୋମ ପେଜରେ current opportunities ଉପରେ କ୍ଲିକ କରନ୍ତୁ।

– ବର୍ତ୍ତମାନ Recruitment of E-Wealth Relationship Manager on Contract Basis ଅପସନ ଉପରେ କ୍ଲିକ କରନ୍ତୁ।

– ତା’ ପରେ ଏପ୍ଲାଏ ଅନଲାଇନକୁ ଚୟନ କରନ୍ତୁ।

– ଏହାପରେ ଲିଙ୍କ ଉପରେ କ୍ଲିକ କରି ସଂପୂର୍ଣ୍ଣ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ପୂର୍ଣ୍ଣ କରନ୍ତୁ।

– ରେଜିଷ୍ଟ୍ରସନ ହେବା ପରେ ଆପ୍ଲିକେସନ ଫର୍ମକୁ ଭରିପାରିବେ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:-

https://www.bankofbaroda.in/-/media/Project/BOB/CountryWebsites/India/Career/wms-detailed-advertisement-18-28.pdf

Leave a Reply

Your email address will not be published. Required fields are marked *