୧୪ ବର୍ଷର ଭାଇ ଓ ୯ ବର୍ଷର ଭଉଣୀ କ୍ରିପ୍ଟ କରେନ୍ସିରେ ନିବେଶ କରି ହୋଇଗଲେ କୋଟିପତି, ଜାଣନ୍ତୁ କେମିତି ?

କ୍ରିପ୍ଟ କରେନ୍ସି ବର୍ତ୍ତମାନ ବହୁତ ଟ୍ରେଣ୍ଡରେ ଚାଲୁଛି ଖାଆସ କରି ବିଟ କଏନ ବହୁତ ଚର୍ଚ୍ଚାରେ ରହିଛି। ଏହିସମୟରେ ଭାରତୀୟ ମୂଳ ବାସିନ୍ଦା ଦୁଇ ଭାଇ ଭଉଣୀ ଇଶାନ ଠାକୁର ଓ ଅନନ୍ୟା ଠାକୁର କ୍ରିପ୍ଟ କରେନ୍ସି ଦ୍ୱାରା କୋଟିପତି ହୋଇଯାଇଛନ୍ତି। ଇଶାନ ଓ ଅନନ୍ୟା ନିଜ ପରିବାର ସହିତ ଆମେରିକାରେ ରହୁଛନ୍ତି ଓ ତାଙ୍କ ବୟସ ଯଥାକ୍ରମେ 14 ଓ 9 ବର୍ଷ ଅଟେ।

କ୍ରିପ୍ଟ କରେନ୍ସି ଜରିଆରୁ କୋଟିପତି ହେଲେ ଭାଇ ଭଉଣୀ:-

ଇଶାନ ଓ ଅନନ୍ୟା ବିଗତ 7 ମାସ ଭିତରେ ବହୁତ ଭଲ ରୋଜଗାର କରିଛନ୍ତି। ଏହିସମୟରେ ସେମାନେ ମୋଟ 1 କୋଟି 19 ଲକ୍ଷ ଟଙ୍କା କମାଇଛନ୍ତି। ଅକ୍ଟୋବର ମାସରେ ସେ କେବଳ 47 ଲକ୍ଷ 61 ହଜାର ଟଙ୍କା କମାଇଛନ୍ତି। ଆମେରିକାର ଟେକ୍ସଆସରେ ରହୁଥିବା ଇଶାନ ହାଇସ୍କୁଲରେ ପଢ଼ୁଛନ୍ତି ଓ ତାଙ୍କ ଭଉଣୀ ଅନନ୍ୟା ଚତୁର୍ଥରେ ପଢ଼ୁଛନ୍ତି। ଇଶାନ ଭବିଷ୍ୟତରେ ୟୁପିଏନ ମେଡ଼ିସିନ ପଢିବାକୁ ଚାହୁଁଛନ୍ତି। ସେହିପରି ଅନନ୍ୟା ଭବିଷ୍ୟତରେ ମେଡିକାଲ ପଢ଼ିବାକୁ ଚାହୁଁଛନ୍ତି।

ବିଦ୍ୟାଳୟ ଛୁଟିରେ କରିଥିଲେ ନିବେଶ:-

ଭାଇ ଭଉଣୀ ସ୍କୁଲ ଛୁଟି ସମୟରେ ବିଟ କଏନ ଓ ଏଥେରିଆମ ଭଳି କରେନ୍ସିରେ ନିବେଶ କରିଥିଲେ। ପ୍ରଥମ ଦିନରେ ସେମାନଙ୍କର 3 ଡ଼ଲାର ମାନେ 225 ଟଙ୍କା ରୋଜଗାର ହୋଇଥିଲା। ଏମିତି କିଛିମାସ ପର୍ଯ୍ୟନ୍ତ ସେମାନେ ଅଳ୍ପ ଅଳ୍ପ ଟଙ୍କା କମାଇବାକୁ ଲାଗିଲେ। ଅଚାନକ ହଟିଏ ମାସରେ ସେମାନେ 74 ହଜାର ଟଙ୍କା କମାଇଥିଲେ।

ନିଜ ଉପରେ କରିଛନ୍ତି ଗର୍ବ:-

ଇଶାନ କହିଥିଲେ ମୋତେ କୋଟିଏ ଟଙ୍କା କମାଇବା ପରେ ନିଜ ଉପରେ ଗର୍ବ ଅନୁଭବ ହେଉଛି। ଇଶାନ ଏପ୍ରିଲ ମାସ 2021 ରେ ନିଜ କମ୍ପାନୀ ଫ୍ଲିଫର ଆରମ୍ଭ କରିଥିଲେ। ସେ କ୍ରିପ୍ଟ କରେନ୍ସି ବିଷୟରେ ସୂଚନା ଇଣ୍ଟରନେଟ ଓ ୟୁଟ୍ୟୁବରୁ ପାଇଥିଲେ।

କ୍ରିପ୍ଟ କରେନ୍ସି କଣ ଅଟେ?:-

Cryptocurrency ଦୁଇଟି ଭାଷାରୁ ଆସିଛି। Crypto ଲାଟିନ ଭାଷାରୁ ଆସିଛି। ଏହା Cryptography ଶବ୍ଦ ଯାହାର ଅର୍ଥ ଲୁଚାଇବା ଅଟେ। ସେହିପରି କରେନ୍ସି ମଧ୍ୟ ଲାଟିନ currentia ରୁ ଆସିଛି। ଏହାର ବ୍ୟବହାର ଟଙ୍କା ବା ପଇସା ପାଇଁ ବ୍ୟବହାର ହୋଇଥାଏ।

ସରଳ ଭାଷାରେ କହିବାକୁ ଗଲେ Cryptocurrency ଏକ ଡିଜିଟାଲ ପ୍ରଣାଳୀ ଅଟେ। ଏହା କମ୍ପ୍ୟୁଟର ଆଲଗୋରିଦିମ ଉପରେ ତିଆରି ହୋଇଛି। ଏହାର ମୂଲ୍ୟ କେବଳ ଡିଜିଟ ହିସାବରେ ଇଣ୍ଟରନେଟରେ ରହିଥାଏ। ଏହା କୌଣସି ନୋଟ କିମ୍ବା ମୁଦ୍ରା ରୂପରେ ନଥାଏ। ଏହାକୁ କୌଣସି ଦେଶର ସରକାର ନିୟନ୍ତ୍ରଣ କରିନଥାନ୍ତି।

Bitcoin ସବୁଠାରୁ ମହଙ୍ଗା କ୍ରିପ୍ଟ କରେନ୍ସି ଅଟେ। ଆରମ୍ଭରୁ ଏହାକୁ ଅବୈଧ ମାନାଯାଇଥିଲା। ଏହାକୁ ବର୍ତ୍ତମାନ ଲିଗାଲ ମାନାଯାଇଛି। ଏବେ ତ କେତେକ ଦେଶ ଏହାକୁ ଲିଗାଲ କରିସାରିଲେଣି।

Leave a Reply

Your email address will not be published. Required fields are marked *