ରୋହିତଙ୍କୁ ଡ୍ରପ କରିକି ତାଙ୍କ ସ୍ଥାନରେ ଇଶାନଙ୍କୁ ଖେଳାଇବେ କି ? ବିରାଟଙ୍କୁ ପ୍ରଶ୍ନ କଲେ ସାମ୍ବାଦିକ,ଆଉ ରନମେସିନ କୋହଲି ଦେଲେ ଏମିତି ଉତ୍ତର

ବିରାଟ ବାହିନୀ ପାକିସ୍ତାନଠୁ ହାରିଯାଇଛି। ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳକୁ ପାକିସ୍ତାନ ଦଳ ୧୦ ଓ୍ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଭାରତୀୟ ଦଳର ଓପନର ଫେଲ ମାରିଥିଲେ। ଏପରିକି ହିଟମ୍ୟାନ ରୋହିତ ଶର୍ମା ବିନା କୌଣସି ରନରେ ପ୍ୟାଭିଲିୟନ ଫେରି ଆସିଥିଲେ।

ମ୍ୟାଚ ପରେ ଅଧିନାୟକ ବିରାଟ କୋହଲି ଏକ ପ୍ରେସମିଟ କରିଥିଲେ। ଏଥିରେ ତାଙ୍କୁ ଜଣେ ସାମ୍ବାଦିକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ କରିଥିଲେ। ପ୍ରଶ୍ନ ଶୁଣି କୋହଲି ହସିଥିବାର ଦେଖିବାକୁ ମିଳିଥିଲା। ପ୍ରକୃତରେ କୋହଲିଙ୍କୁ ସାମ୍ବାଦିକ ଜଣକ ରୋହିତଙ୍କୁ ଖେଳାଇବା ଭୁଲ ଥିଲା କି ବୋଲି ପ୍ରଶ୍ନ କରିଥିଲେ। ତାଙ୍କ ସ୍ଥାନରେ ବିରାଟ ଇଷାନ କିଷାନଙ୍କୁ ଖେଳାଇଥିଲେ ହୁଏତ ଭଲ ହୋଇଥାନ୍ତାକି ବୋଲି ମଧ୍ୟ ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ ।

ଏହି ପ୍ରଶ୍ନର କୋହଲି ହସିଥିଲେ। ଏହାପରେ କହିଥିଲେଯେ, ଏହା ଏକ ସାହସୀ ପ୍ରଶ୍ନ। ସେ ଭଲ ଦଳକୁ ନେଇ ଖେଳିଥିଲେ। ଆପଣଙ୍କ ମତାମତ କଣ ବୋଲି ସେ ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ। ଆପଣ ରୋହିତଙ୍କୁ ଖେଳାଇବେ ନାହିଁ କି ବୋଲି ବିରାଟ ଓଲଟା ପ୍ରଶ୍ନ କରିଥିଲେ। ଏପରିକି ଯଦି ଜାଣିଶୁଣି ବିବାଦ କରିବାକୁ ଚାହାଁନ୍ତି ତେବେ ଆଗୁଆ କହିଦେବା ଭଲ ଥିଲା ବୋଲି ବିରାଟ ଉତ୍ତର ଦେଇଥିଲେ।

ସେହିପରି ଆଉ ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ରନମେସିନ କହିଥିଲେଯେ, ବିପକ୍ଷ ଦଳ ଭଲ ଖେଳିଲା। ବିପକ୍ଷ ଦଳର ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲା। ଭାରତୀୟ ଖେଳାଳିମାନେ ଚାପ ପକାଇବାରେ ବିଫଳ ହୋଇଥିଲେ ବୋଲି କୋହଲି କହିଥିଲେ।

Leave a Reply

Your email address will not be published. Required fields are marked *